Advertisment

ମାତ୍ର ୫ ବଲରେ ଦିନିକିଆ ମ୍ୟାଚ୍‌କୁ କେମିତି ଜିତି ନେଲା ଏହି ଟିମ୍‌ ?

ଗୋଟିଏ ଟିମ ମାତ୍ର ୫ଟି ବଲ ବ୍ୟାଟିଂ କରି ଦିନିକିଆ ମ୍ୟାଚ୍‌କୁ ଜିତି ନେଇଛି।

Cricket

Cricket

Advertisment

କ୍ରିକେଟରେ ଅନେକ ଏକତରଫା ମ୍ୟାଚ୍‌ ଆପଣମାନେ ଦେଖିଥିବେ। କିନ୍ତୁ ଏବେ ଅତ୍ୟନ୍ତ ଚକିତ କରିବା ଭଳି ମ୍ୟାଚ୍‌ ସାମ୍ନାକୁ ଆସିଛି। ଗୋଟିଏ ଟିମ ମାତ୍ର ୫ଟି ବଲ ବ୍ୟାଟିଂ କରି ଦିନିକିଆ ମ୍ୟାଚ୍‌କୁ ଜିତି ନେଇଛି। 

Advertisment

କାନାଡା ଅଣ୍ଡର ୧୯ ପୁରୁଷ ଟିମ ବନାମ ଆର୍ଜେଣ୍ଟିନା ଅଣ୍ଡର-୧୯ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଏପରି ଘଟଣା ଘଟିଛି। ଆଇସିସି ପୁରୁଷ ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପ ଆମେରିକା କ୍ୱାଲିଫାୟର ୨୦୨୫ରେ କାନାଡା ସବୁଠାରୁ ବଡ଼ ବିଜୟ ହାସଲ କରିଛି। 

ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ୫୦ ଓଭର ବିଶିଷ୍ଟ ହୋଇଥିବା ବେଳେ କାନାଡା ୧୦ ୱିକେଟରେ ଆର୍ଜେଣ୍ଟାନକୁ ହରାଇ ନିଜ ଶକ୍ତିର ପରିଚୟ ଦେଇଛି। ଧାର୍ଯ୍ୟ ଟାର୍ଗେଟକୁ ମାତ୍ର ୫ଟି ବଲରେ ହାସଲ କରି କାନାଡା କ୍ରିକେଟ ଇତିହାସର ସବୁଠାରୁ ବଡ଼ ତଥା ରୋଚକ ବିଜୟ ପାଇଛି। 

Advertisment

ରବିବାର ପରମ ବୀର ସ୍ପୋର୍ଟ୍ସ କମ୍ପ୍ଲେକ୍ସ(ଗ୍ରାଉଣ୍ଡ ୨)ରେ ଖେଳା ଯାଉଥିବା ମ୍ୟାଚ୍‌ରେ ଆର୍ଜେଣ୍ଟିନା ଅଣ୍ଡର ୧୯ ଟିମ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ପୂରା ଟିମ ୧୯.୪ ଓଭର ବ୍ୟାଟିଂ କରି ୨୩ ରନ କରିବା ପରେ ଅଲଆଉଟ ହୋଇଯାଇଥିଲା। ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଆର୍ଜେଣ୍ଟିନା ଏଥିରୁ ମୁକୁଳି ପାରି ନଥିଲା।

ଦଳର କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ୭ ଜଣ ବ୍ୟାଟର ଖାତା ଖୋଲି ପାରି ନଥିବା ବେଳେ ୭ ରନ ଅତିରିକ୍ତ ଭାବେ ମିଳିଥିଲା। ଅତିରିକ୍ତ ଭାବେ ୭ ରନ ମିଳିଥିଲା ବେଳେ ଏହାଠାରୁ ମଧ୍ୟ କୌଣସି ବ୍ୟାଟର ଅଧିକ ରନ କରିପାରି ନଥିଲେ। 

କାନାଡାର ଦ୍ରୁତ ବୋଲର ଜଗମନଦୀପ ପଲ କମାଲ କରିବା ସହ ୫ ଓଭରରେ ୭ ରନ ଦେଇ ୬ ୱିକେଟ ନେଇଥିଲେ। ଏହା ମଧ୍ୟରେ ୩ଟି ମେଡେନ ମଧ୍ୟ ରହିଛି। ନୂଆ ବଲରେ ଆର୍ଜେଣ୍ଟିନାର ବ୍ୟାଟର ଧରାଶାୟୀ ହୋଇଥିଲେ। ତାଙ୍କ ବ୍ୟତୀତ ଡୋମିନିକ ଓ କ୍ରିଶ ମିଶ୍ରା ଦୁଇଟି ଲେଖାଏ ସଫଳତା ପାଇଥିଲେ।

୩୦୦ ବଲରେ ମ୍ୟାଚ୍‌ ଜିତିବା ପାଇଁ କାନାଡାକୁ ୨୪ ରନର ଟାର୍ଗେଟ ମିଳିଥିଲା। ଦଳ କାଳ ବିଳମ୍ବ ନ କରି ଏହାକୁ ହାସଲ କରିବା ପାଇଁ ଲାଗି ପଡ଼ିଥିଲା। ପ୍ରଥମ ବଲରେ ଓପନର ଧର୍ମ ପଟେଲ ୧ ରନ ନେଇଥିଲେ। ଏହାପରେ କ୍ୟାପ୍ଟେନ ଯୁବରାଜ ସାମ୍ରା ପରବର୍ତ୍ତୀ ୪ ବଲରେ ଦଳକୁ ବିଜୟ ଭେଟି ଦେଇଥିଲେ।

ସେ ଆର୍ଜେଣ୍ଟିନାର ଫ୍ରାଞ୍ଜ ବୁରଙ୍କ ପ୍ରଥମ ଦୁଇ ବଲରେ ଦୁଇଟି ଚୌକା ଓ ପରେ ୨ଟି ଛକା ମାରିଥିଲେ। ବୁର ମଧ୍ୟ ୩ଟି ୱାଇଡ ପକାଇଥିଲେ। ଏପରି ଭାବେ କାନାଡା ୪୯.୧ ଓଭର ଅର୍ଥାତ ୨୯୫ ବଲରୁ ମ୍ୟାଚ୍‌କୁ ଜିତି ନେଇଥିଲା।

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe