Advertisment

ହାରିଲା ପାଗ, ଜିତିଲା ଭାରତ: WTC ଫାଇନାଲରେ କେମିତି ପହଞ୍ଚିବ ଦଳ? ଜାଣନ୍ତୁ

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ ସୁଇପ କରି ଭାରତ ଇତିହାସ ରଚିଛି।

Team India

Team India

Advertisment

ପ୍ରତିକୂଳ ପାଗ ସତ୍ତ୍ୱେ ଟିମ ଇଣ୍ଡିଆ ହାସଲ କରିଛି ଜବରଦସ୍ତ ବିଜୟ। ବର୍ଷା ଯୋଗୁ ପ୍ରାୟ ଅଢ଼େଇ ଦିନ ଖେଳ ହୋଇ ପାରି ନଥିଲା। ତଥାପି ରୋହିତ ସେନା ମାତ୍ର ୨ ଦିନ ମଧ୍ୟରେ ବାଂଲାଦେଶ ବିପକ୍ଷ ଟେଷ୍ଟକୁ ଶେଷ କରିଦେଇଛି।

Advertisment

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ ସୁଇପ କରି ଭାରତ ଇତିହାସ ରଚିଛି। ଭାରତ ମାଟିରେ ଏହା ଦଳର କ୍ରମାଗତ ୧୮ତମ ବିଜୟ। ସେହିପରି କ୍ରମାଗତ ୬ଷ୍ଠ ଥର ପାଇଁ ଦଳ ଘରୋଇ ମାଟିରେ ଟେଷ୍ଟ ସିରିଜ ବିଜୟ ହେବାର ରେକର୍ଡ କରିଛି।

ମ୍ୟାଚର ଦ୍ୱିତୀୟ ଓ ତୃତୀୟ ଦିନ ବର୍ଷା ଲାଗି ରହିବାରୁ ଗୋଟିଏ ବି ବଲ ପଡ଼ି ନଥିଲା। ପ୍ରଥମ ଦିନ କେବଳ ୩୫ ଓଭର ଖେଳା ଯାଇଥିଲା। ଏହି ସମୟରେ ବାଂଲାଦେଶ ୩ ୱିକେଟ ହରାଇ ୧୦୭ ରନ କରିଥିଲା। ୪ର୍ଥ ଦିନ ଖେଳ ଆରମ୍ଭ ହେବାରୁ ମ୍ୟାଚ୍‌ ଡ୍ର ଅଭିମୁଖେ ଯିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଭାରତ ସମସ୍ତକୁ ଚକିତ କରି ୫ମ ଦିନର ଟି ବ୍ରେକ ପୂର୍ବରୁ ମ୍ୟାଚ୍‌କୁ ଜିତି ନେଇଛି। 

Advertisment

ବାଂଲାଦେଶକୁ ଦଳ ପ୍ରଥମ ଇନିଂସରେ ୨୩୩ ରନରେ ଅଲଆଉଟ କରିଥିଲେ। ସେହି ଦିନ ଭାରତ ଦ୍ରୁତଗତିରେ ରନ ସଂଗ୍ରହ କରିବା ସହ ୪ର୍ଥ ଦିନ ଶେଷ ହେବା ପୂର୍ବରୁ ୨୮୫/୯ରେ ପାଳି ଘୋଷଣା କରି ଦେଇଥିଲା। ବାଂଲାଦେଶ ୪ର୍ଥ ଦିନ ଦ୍ୱିତୀୟ ଇନିଂସ ଆରମ୍ଭ କରି ୨ଟି ୱିକେଟ ହରାଇଥିଲା। ଶେଷ ଦିନର ଲଞ୍ଚ ପୂର୍ବରୁ ଭାରତ ୧୪୬ ରନରେ ବାଂଲାଦେଶକୁ ଅଲଆଉଟ କରି ଦେଇଥିଲା। ଏହାପରେ ୯୫ ରନର ବିଜୟ ଲକ୍ଷ୍ୟକୁ ଅତି ସହଜରେ ୩ ୱିକେଟ ହରାଇ ହାସଲ କରିଥିଲା। 

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ ସୁଇପ କରିବା ପରେ ଭାରତୀୟ ଟିମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ଫାଇନାଲ ଖେଳିବା ଦିଗରେ ଆଉ ପାଦେ ଆଗେଇଛି। ଭାରତ କ୍ରମାଗତ ତୃତୀୟ ଥର ପାଇଁ WTC ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି। ୨-୦ରେ ସିରିଜ ଜିତିବା ପରେ WTC ପଏଣ୍ଟ ଟେବୁଲରେ ଭାରତ ୧ନଂରେ ନିଜର ସ୍ଥାନକୁ ଆହୁରି ସୁଦୃଢ଼ କରିପାରିଛି।

ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସର ୨୦୨୫ ସଂସ୍କରଣରେ ମୋଟ ୮ଟି ବିଜୟ ହାସଲ କରିଥିବା ବେଳେ ୨ଟି ହାରିଛି ଓ ଗୋଟିଏ ଡ୍ର ରଖିଛି। ଭାରତର ପଏଣ୍ଟ ସଂଖ୍ୟା ୯୮। କିନ୍ତୁ ବିଜୟ ପ୍ରତିଶତ ପଏଣ୍ଟ ଆଧାରରେ ଦୁଇ ଦଳ ଫାଇନାଲ ଖେଳିବେ। ଭାରତ ବିଜୟ ପ୍ରତିଶତ ପଏଣ୍ଟ ହେଉଛି ୭୪.୨୪। ଭାରତ ବିଜୟ ପ୍ରତିଶତ ପଏଣ୍ଟ ଆଧାରରେ ମଧ୍ୟ ଟପ୍‌ ୧ରେ ରହିଛି।

ଅକ୍ଟୋବର ୧୬ରୁ ଦଳ ଘରୋଇ ପରିବେଶରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ଟିକିଆ ଟେଷ୍ଟ ସିରିଜ ଖେଳିବ। ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁରେ ଥିବା ବେଳେ ଏହାପରେ ପୁଣେ ଓ ମୁମ୍ବାଇରେ ବାକି ଦୁଇଟି ଯାକ ଟେଷ୍ଟ ଅନୁଷ୍ଠିତ ହେବ। ଘରୋଇ ପରିବେଶରେ ଯଦି ଭାରିତ ଟିମ ସାଉଦିଙ୍କ ଦଳକୁ ୩-୦ରେ ହରାଇ ଦେବ, ତା’ହେଲେ ଫାଇନାଲ ଖେଳିବା ଏକ ପ୍ରକାରର ସୁନିଶ୍ଚିତ ହେବ।

ଯଦି ବି ଭାରତକୁ ଫାଇନାଲ ଟିକେଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମିଳେ ନାହିଁ, ତା’ହେଲେ ଦଳ ପାଖରେ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜ ମଧ୍ୟ ରହିଛି। ଦୁଇ ଦଳ ଡିସେମ୍ବର-ଜାନୁଆରୀରେ ବର୍ଡର-ଗାଭାସ୍କର ଟ୍ରଫିରେ ମୁହାଁମୁହିଁ ହେବ।

ଏଥିପାଇଁ ଭାରତୀୟ ଟିମ ଅଷ୍ଟ୍ରେଲିଆ ଗସ୍ତ କରିବ। ଅଷ୍ଟ୍ରେଲିଆକୁ ତା’ ମାଟିରେ ହରାଇବା ସହଜ ହେବନି। ଏହି ସିରିଜ ପରେ କେଉଁ ଦଳ WTC ପଏଣ୍ଟ ଟେବୁଲର ପ୍ରଥମରେ ରହିବ, ତା’ହା ସ୍ପଷ୍ଟ ହେବ।

ଅଷ୍ଟ୍ରେଲିଆ ଏବେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ୬୨.୫୦ ପଏଣ୍ଟ ସହ ରହିଛି। ତୃତୀୟରେ ଶ୍ରୀଲଙ୍କା(୫୫.୫୬) ଅଛି।

WTC Final Team India Test Match Bcci Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe