ନିଜ ଦମ୍‌ରେ ନୁହେଁ, ଅନ୍ୟ ଟିମ୍ ଭରସାରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ଟାଇଟଲର ଦୃଢ଼ ଦାବିଦାର କୁହାଯାଉଥିଲା। ଟିମରେ ସବୁ ଟପ୍ ଖେଳାଳି ବି ଥିଲେ। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଭଳି ହେଭିୱେଟ୍ ଟିମକୁ ଭେଟିଥିଲା ଟିମ୍ ଇଣ୍ଡିଆ। ଆଉ ଏହି ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆ ଯେଉଁଭଳି ହାରିଲା, ତାକୁ ବର୍ଣ୍ଣନା କରିବା ପାଇଁ କାହାରି ମୁହଁରେ ଶବ୍ଦ ନାହିଁ। ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ୧୦ ୱିକେଟର ଶୋଚନୀୟ ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡ […]

team-india

team-india

Ranjit Kumar Jena
  • Published: Monday, 01 November 2021
  • Updated: 01 November 2021, 04:43 PM IST

Sports

Latest News

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ଟାଇଟଲର ଦୃଢ଼ ଦାବିଦାର କୁହାଯାଉଥିଲା। ଟିମରେ ସବୁ ଟପ୍ ଖେଳାଳି ବି ଥିଲେ। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଭଳି ହେଭିୱେଟ୍ ଟିମକୁ ଭେଟିଥିଲା ଟିମ୍ ଇଣ୍ଡିଆ। ଆଉ ଏହି ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆ ଯେଉଁଭଳି ହାରିଲା, ତାକୁ ବର୍ଣ୍ଣନା କରିବା ପାଇଁ କାହାରି ମୁହଁରେ ଶବ୍ଦ ନାହିଁ। ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ୧୦ ୱିକେଟର ଶୋଚନୀୟ ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୮ ୱିକେଟରେ ହାରିବା ଭାରତର ସେମିଫାଇନାଲ୍ ଆଶାକୁ କ୍ଷୀଣ କରିଦେଇଛି। ପରାଜୟ ପରେ ବିରାଟ୍ କୋହଲି କୋ’ଙ୍କୁ ଫ୍ୟାନ୍ ଖୁବ୍ ସମାଲୋଚନା କରୁଛନ୍ତି। ଫ୍ୟାନ୍ ଭାରତର ପରାଜୟକୁ ନେଇ ଯେମିତି ଦୁଃଖିତ ନାହାନ୍ତି, ତା’ଠାରୁ ଅଧିକ କଷ୍ଟ ଦେଇଛି ଟିମର ଲଜ୍ଜାଜନକ ପ୍ରଦର୍ଶନ। ଆଉ ଏଭଳି ସ୍ଥିତିରେ କୌଣସି ବଡ଼ ଚତ୍ମକାର ହିଁ ଭାରତକୁ ସେମିଫାଇନାଲରେ ପହଞ୍ଚାଇପାରିବ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ପରେ ଭାରତ ଏବେ ଗ୍ରୁପ୍-୨ର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଗ୍ରୁପରୁ ଦୁଇ ଟପ୍ ଟିମ୍ ସେମିଫାଇନାଲକୁ ଯିବେ। ବର୍ତ୍ତମାନ ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ସ୍ଥାନରେ ଅଛନ୍ତି ପାକିସ୍ତାନ ଓ ଆଫଗାନିସ୍ତାନ। ପାକିସ୍ତାନ ୩ ମ୍ୟାଚରୁ ୬ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ଆଫଗାନିସ୍ତାନ ୪ ପଏଣ୍ଟ ସହ ଦ୍ୱିତୀୟ ଓ ନ୍ୟୁଜିଲ୍ୟାଣ୍ଡ୍ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ପାକିସ୍ତାନ ତା’ର ପ୍ରଥମ ତିନୋଟି ମ୍ୟାଚରେ ଯଥାକ୍ରମେ ଭାରତ, ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନକୁ ହରାଇଛି। ତେଣୁ ପାକିସ୍ତାନର ସେମିଫାଇନାଲ୍ ରାସ୍ତା ଏକ ପ୍ରକାର ନିଶ୍ଚିତ ହୋଇସାରିଛି। ତେବେ ବାକି ଗୋଟିଏ ସ୍ଥାନ ପାଇଁ ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ଭାରତ ଦୌଡ଼ରେ ରହିଛନ୍ତି।

ସେମିଫାଇନାଲ୍ ଯିବା ପାଇଁ ଭାରତକୁ କ’ଣ କରିବାକୁ ପଡ଼ିବ?
ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିବା ପାଇଁ ଭାରତକୁ ତା’ର ଶେଷ ତିନୋଟି ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ପଡ଼ିବ। କାରଣ ଦୁଇଟି ମ୍ୟାଚ୍ ହାରିବା ପରେ ଭାରତ ନେଟ୍ ରନରେଟ୍ -୧.୬୦୯ ରହିଛି। ତେଣୁ ଆସନ୍ତୁ ଜାଣିବା ସେମିଫାଇନାଲ୍‌ ଯିବା ପାଇଁ ଭାରତକୁ କ'ଣ କରିବାକୁ ପଡ଼ିବ।

ସିନାରିଓ-୧: ଭାରତକୁ ଏବେ ଅନ୍ୟ ମ୍ୟାଚ୍ ଉପରେ ନିର୍ଭର କରିବାକୁ ପଡ଼ିବ। ବିଶେଷକରି ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଯଦି ଏହି ମ୍ୟାଚରେ ଆଫଗାନିସ୍ତାନ ହାରିଯାଏ, ତାହେଲେ ଭାରତ ପାଇଁ ସୁଯୋଗ ରହିବ। ଯଦି ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍ ହାରିଯିବ ଏବଂ ଆଫଗାନିସ୍ତାନ ସହ ଭାରତର ପଏଣ୍ଟ ସମାନ ହେବ। ତାହେଲେ ଏଭଳି ସ୍ଥିତିରେ ଉଭୟ ଭାରତ ଓ ଆଫଗାନିସ୍ତାନର ନେଟ୍ ରନରେଟ୍ ନିର୍ଣ୍ଣାୟକ ଭୂମିକା ତୁଲାଇବ। ଅନ୍ୟପକ୍ଷରେ ଆଫଗାନିସ୍ତାନର ନେଟ୍ ରନରେଟ୍ ବହୁ ଊର୍ଦ୍ଧ୍ୱରେ ଅଛି। ତେଣୁ ଭାରତ ପକ୍ଷେ ଆଫଗାନିସ୍ତାନ ନେଟ୍ ରନରେଟକୁ ଅତିକ୍ରମ କରିବା କାଠିକର ପାଠ ହେବ।

ସିନାରିଓ-୨: ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚରେ ଭାରତକୁ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡ଼ିବ। ସେହିପରି ଆଫଗାନିସ୍ତାନ ତା’ର ଶେଷ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ନିକଟରୁ ହାରିବା ମଧ୍ୟ ଦରକାର। ଏହା ହେଲେ ଆଫଗାନିସ୍ତାନର ୬ ପଏଣ୍ଟ ହୋଇପାରିବ ନାହିଁ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ନାମିବିଆ କିମ୍ବା ସ୍କଟଲ୍ୟାଣ୍ଡ ଠାରୁ ହାରିବା ଦରକାର। ଯାହାଦ୍ୱାରା ଭାରତ କିୱି ଟିମକୁ ପଛରେ ପକାଇ ସେମିଫାଇନାଲ ଆଶା ଉଜ୍ଜୀବିତ କରିପାରିବ।

ସ୍କଟଲ୍ୟାଣ୍ଡ ଓ ନାମିବିଆ କରିବେ ଭାରତକୁ ସହାୟତା?
ଭାରତ ଅନ୍ୟ ଉପାୟ ଜରିଆରେ ମଧ୍ୟ ସେମିଫାଇନାଲକୁ କ୍ୱାଲିଫାଏ କରିପାରିବ। ଭାରତକୁ ସେମିଫାଇନାଲରେ ପହଞ୍ଚାଇବା ପାଇଁ ସ୍କଟଲ୍ୟାଣ୍ଡ ଓ ନାମିବିଆ ଭଳି ଦୁର୍ବଳ ଟିମର ସହାୟତା ଆବଶ୍ୟକ ପଡ଼ିପାରେ। ଯଦି ପାକିସ୍ତାନ ତା’ର ଶେଷ ଦୁଇଟି ମ୍ୟାଚରେ ଯଥାକ୍ରମେ ସ୍କଟଲ୍ୟାଣ୍ଡ ଓ ନାମିବିଆ ନିକଟରୁ ହାରିଯାଏ ଏବଂ ଭାରତ ତା’ର ଶେଷ ତିନୋଟି ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟୀ ହେବ। ତାହେଲେ ଭାରତର ସେମିଫାଇନାଲ୍ ଆଶା ଅଧିକ ବଢ଼ିବ। କିନ୍ତୁ ଏହା ହେବାର ସମ୍ଭାବନା ବହୁତ କମ୍। ସେହିପରି ସ୍କଟଲ୍ୟାଣ୍ଡ ଓ ନାମିବିଆ ଟିମ୍ ଯଦି ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦିଅନ୍ତି, ତାହେଲେ ଭାରତ ତା’ର ବାକି ମ୍ୟାଚ୍ ଗୁଡ଼ିକ ବଡ଼ ବ୍ୟବଧାନରେ ଜିତି ସେମିଫାଇନାଲ୍ ଯାଇପାରିବ।

ତେବେ ଏସବୁ କଥାରେ ଶୁଣିବାକୁ ଭଲ ଲାଗୁଛି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ସତ କହିବାକୁ ଗଲେ ଚଳିତ ଟି-୨୦ ବିଶ୍ୱକପରେ ଭାରତ ତା’ର ସାମର୍ଥ୍ୟ ମୁତାବକ ପ୍ରଦର୍ଶନ କରିପାରିନାହିଁ। ଯଦି ଭାରତ ପ୍ରଥମ ଦୁଇଟି ମ୍ୟାଚରେ ଗୋଟିଏରେ ବିଜୟ ହାସଲ କରିଥାନ୍ତା, ତାହେଲେ ସେମିଫାଇନାଲ୍ ପାଇଁ ଏତେ ଅଙ୍କ କଷିବାକୁ ପଡ଼ିନଥାନ୍ତା। ମଇଦାନରେ ଯେଉଁ ଭଳି ଶତପ୍ରତିଶତ ଉଦ୍ୟମ ଦେବ, ସେହି ଟିମ୍ ହିଁ ବାଜି ମାରିବ।

ଭାରତର ପରବର୍ତ୍ତୀ ମ୍ୟାଚ୍
ନଭେମ୍ବର ୩: ବନାମ ଆଫଗାନିସ୍ତାନ (ଆବୁ ଧାବି)
ନଭେମ୍ବର ୫: ବନାମ ସ୍କଟଲ୍ୟାଣ୍ଡ (ଦୁବାଇ)
ନଭେମ୍ବର ୮: ବନାମ ନାମିବିଆ (ଦୁବାଇ)

ନ୍ୟୁଜିଲ୍ୟାଣ୍ଡର ପରବର୍ତ୍ତୀ ମ୍ୟାଚ୍
ନଭେମ୍ବର ୩: ବନାମ ସ୍କଟଲ୍ୟାଣ୍ଡ୍ (ଦୁବାଇ)
ନଭେମ୍ବର ୫: ବନାମ ନାମିବିଆ (ଶାରଜା)
ନଭେମ୍ବର ୭: ବନାମ ସ୍କଟଲ୍ୟାଣ୍ଡ (ଆବୁ ଧାବି)

ଆଫଗାନିସ୍ତାନର ପରବର୍ତ୍ତୀ ମ୍ୟାଚ୍
ନଭେମ୍ବର ୩: ବନାମ ଭାରତ (ଆବୁ ଧାବି)
ନଭେମ୍ବର ୭: ବନାମ ନ୍ୟୁଜିଲ୍ୟାଣ୍ଡ (ଦୁବାଇ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story