Advertisment

Usman Tariq: ଧୋନି ବଦଳାଇ ଦେଲେ ପାକିସ୍ତାନ କ୍ରିକେଟରଙ୍କ ଭାଗ୍ୟ! ସେଲ୍ସ ମ୍ୟାନରୁ ଏ‍‍‍ବେ ମିଷ୍ଟ୍ରି ସ୍ପିନର୍‌

ଧୋନିଙ୍କ ସଂଘର୍ଷ କାହାଣୀ ଫିଲ୍ମରେ ଦେଖି କ୍ରିକେଟର ବନିଥିବା ସେମିତି ଜଣେ ପାକିସ୍ତାନୀ ଖେଳାଳି ହେଉଛନ୍ତି ମିଷ୍ଟ୍ରି ସ୍ପିନର ଉସମାନ ତାରିକ। ଟି-୨୦ ବିଶ୍ୱକପର ଠିକ ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି ଉସମାନ।

author-image
Hemant Lenka
Tarqui

ଉସମାନ ତାରିକ ଓ ଧୋନି

କ୍ରିକେଟ ଦୁନିଆରେ ଆପଣ ଅନେକ ଖେଳାଳି ଦେଖିଥିବେ, ଯେଉଁମାନେ ନିଜ ନିଜର ଦମଦାର ପ୍ରଦର୍ଶନ ପାଇଁ ବେଶ ପରିଚିତ। ଆଉ ଏ ଖେଳ ହିଁ ସେମାନଙ୍କୁ ଶୂନ୍ୟରୁ ନେଇ ଶିଖରରେ ପହଞ୍ଚାଏ। ବିଶ୍ୱରେ ଏମିତି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଜିରୋରୁ ଷ୍ଟାର୍ଟ କରି ହିରୋ ବନିଛନ୍ତି। ଏହି ତାଲିକାରେ ଥିବା ଅନେକ ଖେଳାଳିଙ୍କ ମଧ୍ୟରୁ ଆପଣ ନିଶ୍ଚୟ ମହେନ୍ଦ୍ର ସିଂହ ଧୋନିଙ୍କୁ ଜାଣିଥିଲେ। କ୍ୟାପ୍ଟେନ କୁଲ ଭାବେ ସେ ଅନେକ ଭାରତୀୟ କ୍ରିକେଟରଙ୍କ ଭାଗ୍ୟକୁ ବଦଳାଇବାର ନଜର ରହିଛି।

Advertisment

ତାଙ୍କ ଭାଗ୍ୟ ମଧ୍ୟ ପୂରା ଫିଲ୍ମ ଷ୍ଟାଇଲରେ ଦିନ ବଦଳିଥିଲା। ଏହାକୁ ପୂରା ବିଶ୍ୱ ବଡ଼ ପରଦାରେ ବି ଦେଖିଛି। ଦିନେ ଟିକେଟ କଲେକ୍ଟର ଭାବେ ଭାରତୀୟ ରେଳବାଇରେ କାମ କରୁଥିଲେ। ଏହାପରେ ପୂରା ବିଶ୍ୱ ତାଙ୍କ କ୍ରୀଡ଼ା ଦକ୍ଷତାକୁ ଦେଖିଥିଲା। କ୍ରିକେଟ ପାଇଁ ସେ(MS Dhoni) ରେଳବାଇ ଚାକିରି ଛାଡ଼ିଥିଲେ। ଅନେକ ସଂଘର୍ଷ ପରେ ସେ ସଫଳତାର ଶିଖର ଛୁଇଁଥିଲେ।

ତାଙ୍କର ସଂଘର୍ଷ, ଜୀବନଶୈଳୀ ଓ ପ୍ରେରଣାଦାୟୀ କାହାଣୀ କେବଳ ଭାରତୀୟ କ୍ରିକେଟରଙ୍କୁ ନୁହେଁ ବରଂ ପାକିସ୍ତାନର ଖେଳାଳିଙ୍କୁ ମଧ୍ୟ ସବୁବେଳେ ପ୍ରଭାବିତ କରି ଆସିଛି। ଧୋନିଙ୍କ ସଂଘର୍ଷ କାହାଣୀ ଫିଲ୍ମରେ ଦେଖି କ୍ରିକେଟର ବନିଥିବା ସେମିତି ଜଣେ ପାକିସ୍ତାନୀ(Pakistan) ଖେଳାଳି ହେଉଛନ୍ତି ମିଷ୍ଟ୍ରି ସ୍ପିନର ଉସମାନ ତାରିକ। ଟି-୨୦ ବିଶ୍ୱକପର ଠିକ ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି ଉସମାନ। ଏବେ ତାଙ୍କ ବୋଲିଂ ଷ୍ଟାଇଲକୁ ନେଇ ସବୁଆଡ଼େ ଚର୍ଚ୍ଚା। କିନ୍ତୁ ଉସମାନ ତାରିକ ଦିନେ ଏପରି ସଫଳତା ପାଇବେ ବୋଲି କେବେ ଆଶା କରି ନଥିଲେ। 

Advertisment

କିନ୍ତୁ ଧୋନିଙ୍କ କାହାଣୀ ତାଙ୍କ ଜୀବନରେ ଆଣିଦେଇଥିଲା ନୂଆ ମୋଡ଼। ଏକଦା ଉସମାନ ଜଣେ ସାଧାରଣ ସେଲ୍ସ ମ୍ୟାନ ଭାବେ କାମ କରୁଥିଲେ। ଏବେ ସେ ବିଶ୍ୱର ଜଣେ ଜଣାଶୁଣା ସ୍ପିନର। ଯାହାଙ୍କ ସ୍ପିନ ବଲ ଆଗରେ ବଡ଼ ବଡ଼ ବ୍ୟାଟର ବି ରନ କରିବାକୁ ଭୟ କରୁଛନ୍ତି। ତେବେ ତାଙ୍କର ଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବା ପଛରେ ରହିଛି ଏକ ରୋମାଂଚକର କାହାଣୀ। ଯାହାର ଶ୍ରେୟ ସେ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଇଛନ୍ତି। 

ତେବେ ଉସମାନ ତାରିକଙ୍କ ଏ ଯାତ୍ରା ସହଜ ନଥିଲା। କ୍ରିକେଟ ପ୍ରତି ଅହେତୁକ ଭଲପାଇବା ସତ୍ତ୍ୱେ ପରିବାର ପ୍ରତିପୋଷଣର ବୋଝ ତାଙ୍କ ମୁଣ୍ଡ ଉପରେ ଲଦି ହୋଇ ଯାଇଥିଲା। ସେଥିପାଇଁ ଦି-ମୁଠା ଦାନା ପାଇଁ ସେ ଏକ କପଡ଼ା ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ। ପୂରା ଦିନ ଗ୍ରାହକଙ୍କୁ କପଡ଼ା ଦେଖାଇବା ପରେ ଯାହା ଦି-ପଇସା ମିଳୁଥିଲା ସେଥିରେ ଘର ପରିବାର ଚଳୁଥିଲା।

କିନ୍ତୁ ପ୍ରତିଦିନ ସନ୍ଧ୍ୟାରେ ସେ ଗ୍ରାଉଣ୍ଡକୁ ପ୍ରାକ୍ଟିସ କରିବାକୁ ଆସୁଥିଲେ। ତାଙ୍କ ଭିତରେ ଥିବା ପ୍ରତିଭାକୁ ସେ କେବେ ମରିବାକୁ ଦେଇ ନ ଥିଲେ। ନିକଟରେ ଏକ ସାକ୍ଷାତକାରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଉସମାନ ନିଜର ସଫଳତାର ଶ୍ରାୟ ଧୋନିଙ୍କୁ ଦେଇଛନ୍ତି। ସେ କହିଛନ୍ତି, ଧୋନି ମୋ ଆଦର୍ଶ। ଧୋନି ଯେପରି ରେଳବାଇ ଟିସିରୁ ବିଶ୍ୱର ସଫଳ ଅଧିନାୟକ ପାଲଟିଲେ, ତାହା ମୋତେ ବେଶ୍‌ ପ୍ରେରଣା ଯୋଗାଇଛି।

ଧୋନିଙ୍କ ଶାନ୍ତ ସ୍ୱଭାବ ଏବଂ ପରିସ୍ଥିତି ଅନୁଯାୟୀ ନିଜକୁ ଗଢ଼ିବାର କଳାକୁ ଉସମାନ ନିଜ ଜୀବନରେ ଆପଣାଇଥିଲେ। କୁହାଯାଏ କି ଧୋନିଙ୍କ କିଛି ପରାମର୍ଶ ଆଉ ଖେଳିବାର ଶୈଳୀ ଦେଖି ଉସମାନ ନିଜ ବୋଲିଂ ଷ୍ଟାଇଲରେ ପରିବର୍ତ୍ତନ କରିଛନ୍ତି। ଯାହା ତାଙ୍କୁ ଜଣେ ମିଷ୍ଟ୍ରି ସ୍ପିନର ଭାବେ ଗଢ଼ି ତୋଳିଛି। 

ସେପଟେ ଉସମାନଙ୍କ ଜୀବନରେ ଲେଡିଲକ ବା ତାଙ୍କ ପତ୍ନୀ ଆସିବା ପରେ ବଡ଼ ପରିବର୍ତ୍ତନ ହୋଇଥିଲା। ବିବାହର ମାତ୍ର କେଇ ମାସ ପରେ ତାଙ୍କୁ ପାକିସ୍ତାନ ସୁପର ଲିଗରେ ଇସଲାମବାଦର ୟୁନାଇଟେଡ ପକ୍ଷରୁ ଖେଳିବାକୁ ସୁଯୋଗ ମିଳିଲା। ପିଏସଲରେ ତାଙ୍କର ଅଜବ ବୋଲିଂ ଆକ୍ସନ ଏବଂ ବ୍ୟାଟରଙ୍କୁ ଭ୍ରମିତ କରିବାର ନିଆରା ଅନ୍ଦାଜ ରାତାରାତି ତାଙ୍କୁ ଷ୍ଟାର କରିଦେଇଥିଲା।

 ବୋଲିଂ କରିବା ସମୟରେ ଉସମାନଙ୍କ ହଠାତ୍‌ ଅଟକିଯିବା ଶୈଳୀ ବଡ଼ ବଡ଼ ବ୍ୟାଟରଙ୍କୁ ଅସୁବିଧାରେ ପକାଉଛି। ଆଜି ସେ କେବଳ ପାକିସ୍ତାନ ନୁହେଁ ସମଗ୍ର ବିଶ୍ୱରେ ଜଣେ ଚର୍ଚ୍ଚିତ ସ୍ପିନର ପାଇଁ ବିବେଚିତ ହେଉଛନ୍ତି।

Pakistan MS Dhoni