Advertisment

ଆଇପିଏଲର ଫାଇନାଲ ମ୍ୟାଚ୍‌ ଜିତିଲେ କେତେ ଟଙ୍କା ମିଳିବ?

ଆଇପିଏଲ ଫାଇନାଲ ମ୍ୟାଚ୍‌ ଜିତିଲେ ଟିମକୁ କେତେ ଟଙ୍କା ମିଳିବ? ସେବିଷୟରେ ଜାଣିବା ପାଇଁ ସମସ୍ତେ ଆଗ୍ରହୀ। ସେହିପରି ସର୍ବାଧିକ ରନ ଠାରୁ ଆରମ୍ଭ କରି ସର୍ବାଧିକ ୱିକେଟ ନେଇଥିବା ଖେଳାଳିଙ୍କୁ ମଧ୍ୟ ଆର୍ଥିକ ପୁରସ୍କାର ମିଳିବ।

IPL

IPL

Advertisment

ଆଉ କିଛି ଘଣ୍ଟା ପରେ ଆଇପିଏଲ ୨୦୨୩ର ଫାଇନାଲ୍ ମ୍ୟାଚ ଅହମଦାବାଦର ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଗୋଟିଏ ପଟେ ଚେନ୍ନାଇ ସୁପର କିଙ୍ଗସ୍ ଥିବା ବେଳେ ଅନ୍ୟପଟେ ରହିଛି ଡିଫେଣ୍ଡିଂ ଚାମ୍ପିୟନ ଗୁଜୁରାଟ ଟାଇଟାନ୍ସ।

Advertisment

ଚେନ୍ନାଇ ୫ଥର ଚାମ୍ପିୟନ ହୋଇ ମୁମ୍ବାଇ ଇଣ୍ଡିଆନ୍ସର ରେକର୍ଡ ସହ ସମକକ୍ଷ ହେବାକୁ ଲକ୍ଷ୍ୟ ରଖିଛି। ସେହିପରି କ୍ରମାଗ ଦ୍ୱିତୀୟ ଥର ଟ୍ରଫି ହାତେଇବାକୁ ଗୁଜରାଟ ଯୋଜନା କରିଛି। ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ରେକର୍ଡ ୧୦ମ ଥର ପାଇଁ ଆଇପିଏଲର ଫାଇନାଲ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇବ।

ତେବେ ଆଇପିଏଲ ଫାଇନାଲ ମ୍ୟାଚ୍‌ ଜିତିଲେ ଟିମକୁ କେତେ ଟଙ୍କା ମିଳିବ? ସେବିଷୟରେ ଜାଣିବା ପାଇଁ ସମସ୍ତେ ଆଗ୍ରହୀ। ସେହିପରି ସର୍ବାଧିକ ରନ ଠାରୁ ଆରମ୍ଭ କରି ସର୍ବାଧିକ ୱିକେଟ ନେଇଥିବା ଖେଳାଳିଙ୍କୁ ମଧ୍ୟ ଆର୍ଥିକ ପୁରସ୍କାର ମିଳିବ।

Advertisment

୨୦୦୮ରେ ଆଇପିଏଲର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସିଜନରେ ବିଜେତା ଦଳ ୪.୮ କୋଟି ଟଙ୍କା ପାଇଥିଲା। ରନର୍ସ ଅପ ଦଳକୁ ୨.୪ କୋଟି ଟଙ୍କା ଦିଆଯାଇଥିଲା। ୨୦୦୮ ଓ ୨୦୦୯ରେ ଏହି ନିୟମ ଲାଗୁ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହି ପୁରସ୍କାର ରାଶି ୪ ଗୁଣରୁ ଅଧିକ ବୃଦ୍ଧି ପାଇଛି।

ଏଥର ଆଇପିଏଲ୍ ଟାଇଟଲ୍ ଜିତୁଥିବା ଦଳ ଉପରେ ଟଙ୍କା ବର୍ଷା ହେବ। କେବଳ ଏତିକି ନୁହେଁ, ବିସିସିଆଇ ପକ୍ଷରୁ ରନର୍ସ ଅପ, ତୃତୀୟ ଓ ୪ର୍ଥ ସ୍ଥାନରେ ରହିଥିବା ଦଳଗୁଡ଼ିକୁ ମଧ୍ୟ ଆର୍ଥିକ ପୁରସ୍କାର ଦିଆଯିବ।

କାହାକୁ ମିଳିବ କେତେ ଟଙ୍କା

ଆଇପିଏଲ୍ ବିଜେତା ଟିମ- ୨୦ କୋଟି

ରନର୍ସ ଅପ ଟିମ- ୧୩ କୋଟି

୩ ନଂ ସ୍ଥାନରେ ଥିବା ଦଳ- ୭ କୋଟି ଟଙ୍କା (ମୁମ୍ବାଇ ଇଣ୍ଡିଆନ୍ସ)

୪ ନଂରେ ଥିବା ଦଳ- ୬.୫ କୋଟି (ଲକ୍ଷ୍ନୌ ସୁପର ଜାଏଣ୍ଟସ)

ସର୍ବାଧିକ ରନ ହାସଲକାରୀ ଖେଳାଳି (କମଳା କ୍ୟାପ୍)- ୧୫ ଲକ୍ଷ

ସର୍ବାଧିକ ୱିକେଟ ଦଖଲକାରୀ ଖେଳାଳି (ବାଇଗଣୀ କ୍ୟାପ୍)- ୧୫ ଲକ୍ଷ

ଆଇପିଏଲର ଉଦୀୟମାନ ଖେଳାଳି – ୨୦ ଲକ୍ଷ

ଆଇପିଏଲର ଶ୍ରେଷ୍ଠ ମୂଲ୍ୟବାନ ଖେଳାଳି- ୧୨ ଲକ୍ଷ

ସିଜିନର ଗେମ୍ ଚେଞ୍ଜର ଖେଳାଳି- ୧୨ ଲକ୍ଷ

ସିଜନର ସୁପର ଷ୍ଟ୍ରାଇକର- ୧୫ ଲକ୍ଷ

ପାୱାର ପ୍ଲେୟାର ଅଫ ଦି ଇୟର-୧୫ ଲକ୍ଷ

Cricket IPL CSK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe