Advertisment

ଆହତ ପାଇଁ କେତେ ଥର ମ୍ୟାଚ ଖେଳି ପାରି ନାହାନ୍ତି ବିରାଟ କୋହଲି?

ଟସ୍‌ ସମୟରେ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶ ସମ୍ପର୍କରେ ସୂଚନା ଦେବା ବେଳେ ଆହତ ସମସ୍ୟା ପାଇଁ ବିରାଟ ଖେଳୁ ନଥିବା କହିଥିଲେ।

Virat

Virat

Advertisment

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିଆରେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଖେଳୁ ନାହାନ୍ତି। ନାଗପୁରର ବିର୍ଦ୍ଦଭା କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବିରାଟ ଅଭ୍ୟାସ କରିଥିଲେ ହେଁ ସେ ଶେଷ ମୁହୂର୍ତ୍ତରେ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିଲେ। ଏହାର କାରଣ ହେଲା ଆଣ୍ଠୁ ଜନିତ ସମସ୍ୟା।

Advertisment

ଟସ୍‌ ସମୟରେ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶ ସମ୍ପର୍କରେ ସୂଚନା ଦେବା ବେଳେ ଆହତ ସମସ୍ୟା ପାଇଁ ବିରାଟ ଖେଳୁ ନଥିବା କହିଥିଲେ। ପରବର୍ତ୍ତୀ ଅବସ୍ଥାରେ ବିସିସିଆଇ ମଧ୍ୟ ବିରାଟଙ୍କ ଡାହାଣ ଆଣ୍ଠୁରେ ସମସ୍ୟା ଦେଖାଯାଇଥିବା କହିଥିଲା। ଏହି କାରଣରୁ ବିରାଟ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମିସ କରିଛନ୍ତି। ସମ୍ଭବତଃ ଫେବୃଆରୀ ୯ରେ କଟକରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆରେ ସେ ନଜର ଆସି ପାରନ୍ତି।

ତେବେ ଆହତ କାରଣରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ନ ଖେଳିବା ବିରାଟଙ୍କ କ୍ଷେତ୍ରରେ ବିରଳ ଘଟଣା। ବିଶ୍ୱର ଅନ୍ୟତମ ଫିଟ କ୍ରିକେଟର ହେଉଛନ୍ତି ବିରାଟ। ସେ ୨୦୧୫ରେ ଭାରତୀୟ ଦଳର ଅଧିନାୟକ ହେବା ପରେ ଫିଟନେସକୁ ସବୁବେଳେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ଟିମରେ ମଧ୍ୟ ସର୍ବଦା ଫିଟନେସକୁ ଗୁରୁତ୍ୱ ଦିଆଯାଉଛି। ନିଜକୁ ସବୁବେଳେ ଫିଟ ରଖିବାକୁ ଚେଷ୍ଟା କରୁଥିବା ବିରାଟ ବେଳେବେଳେ ଆହତ କାରଣରୁ ମ୍ୟାଚ୍‌ ମିସ କରିବାର ନଜିର ରହିଛି।

Advertisment

ଆହତ ପାଇଁ କେତେ ଥର ମ୍ୟାଚ୍‌ ଖେଳି ପାରି ନାହାନ୍ତି ବିରାଟ?

୧- ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟ- ୨୦୧୭ ମାର୍ଚ୍ଚ ୨୫ରୁ ୨୯- ଧର୍ମଶାଲା : ଏହି ସିରିଜର ତୃତୀୟ ତଥା ରାଞ୍ଚି ଟେଷ୍ଟରେ ବିରାଟ ଗୋଟିଏ ବାଉଣ୍ଡରୀକୁ ଅଟକାଇବା ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ସେହି ସମୟରେ ବିରାଟ ଦଳର ଅଧିନାୟକ ରହିଥିଲେ। ସେ ୪ର୍ଥ ଟେଷ୍ଟ ବେଳକୁ ଫିଟ ହେବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇପାରି ନଥିଲା। ତେଣୁ ୪ର୍ଥ ଟେଷ୍ଟରେ ଅଜିଙ୍କ୍ୟ ରାହାଣେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ଭାରତର ଅଧିନାୟକ ହୋଇଥିଲେ। ବିରାଟ ଆହତ ପାଇଁ ମ୍ୟାଚ୍ ଖେଳି ପାରି ନଥିଲେ। ୪ର୍ଥ ଟେଷ୍ଟକୁ ଭାରତ ୮ ୱିକେଟରେ ଜିତିବା ସହ ଅଷ୍ଟ୍ରେଲିଆ ବିପକ୍ଷ ସିରିଜକୁ ୨-୧ରେ କବଜା କରିଥିଲା।

୨- ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦- ୨୦୧୮ ଫେବୃଆରୀ ୨୪- କେପ ଟାଉନ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ୧-୧ରେ ରହିଥାଏ। ତୃତୀୟ ମ୍ୟାଚ୍‌ କର ବା ମର ପରିସ୍ଥିତିରେ ରହିଥିଲା। କିନ୍ତୁ ହଠାତ୍‌ ବିରାଟ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହି କାରଣରୁ ତାଙ୍କୁ ତୃତୀୟ ଟି-୨୦ରୁ ବାଦ ଦିଆଯାଉଥିଲା। ବିରାଟଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର ଉପ ଅଧିନାୟକ ଭାବେ କାମ କରୁଥିବା ରୋହିତ ଶର୍ମା କମାଣ ସମ୍ଭାଳି ଥିଲେ। ବିରାଟ ଦଳରେ ନଥିଲେ ମଧ୍ୟ ଭାରତ ୭ ରନରେ ମ୍ୟାଚ୍‌ ଜିତି ଟି-୨୦ ସିରିଜକୁ ଦଖଲ କରିଥିଲା।

୩- ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟେଷ୍ଟ- ୨୦୨୨ ଜାନୁଆରୀ ୩ରୁ ୭- ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ବିରାଟ ଭାରତକୁ ୧୧୩ରେ ବିଜୟୀ କରାଇଥିଲେ। କିନ୍ତୁ ଆହତ କାରଣରୁ ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ବେଞ୍ଚରେ ବସିବାକୁ ପଡ଼ିଥିଲା। ଦ୍ୱିତୀୟ ଟେଷ୍ଟରେ ଉପ ଅଧିନାୟକ କେଏଲ ରାହୁଲ କ୍ୟାପ୍ଟେନ ହୋଇଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟରେ ଜିତି ସିରିଜରେ ଜବରଦସ୍ତ କମବ୍ୟାକ କରିଥିଲା।

୪- ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ- ୨୦୨୨ ଜୁଲାଇ ୧୨- ଲଣ୍ଡନ: ବିରାଟ ଆଜିର ମ୍ୟାଚ୍‌ ପୂର୍ବରୁ ଶେଷ ଥର ପାଇଁ ୨୦୨୨ରେ ଆହତ ସମସ୍ୟା ଯୋଗୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ପାରି ନଥିଲେ। ସେଇଟା ମଧ୍ୟ ଆଜି ଭଳି ଇଂଲଣ୍ଡ ବିପକ୍ଷରେ ରହିଥିଲା। ବିରାଟ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଖେଳି ନଥିଲେ। କିନ୍ତୁ ଯଶପ୍ରୀତ ବୁମ୍ରା ଘାତକ ବୋଲିଂ କରିବାରୁ ବିରାଟଙ୍କ ଅନୁପସ୍ଥିତି ଆଦୌ ଅନୁଭବ ହୋଇ ନଥିଲା। ବୁମ୍ରା ତାଙ୍କ ଦିନିକିଆ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ (୭.୨ ଓଭରରେ ମାତ୍ର ୧୯ ରନ ଦେଇ ୬ ୱିକେଟ) ବଳରେ ଇଂଲଣ୍ଡକୁ ୧୧୦ ରନରେ ଅଲଆଉଟ କରି ଦେଇଥିଲେ। ଭାରତ ୧୦ ୱିକେଟରେ ମ୍ୟାଚ୍‌ ଜିତି ନେଇଥିଲା।

୫- ଇଂଲଣ୍ତ ବିପକ୍ଷ ପ୍ରଥମ ଦିନିକିଆ- ୨୦୨୫ ଫେବୃଆରୀ ୬- ନାଗପୁର: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଆଜି ଟସ୍‌ ବେଳେ ବିରାଟ ଆଣ୍ଠୁ ଜନିତ ସମସ୍ୟା ପାଇଁ ଖେଳିବେ ନାହିଁ ବୋଲି ଘୋଷଣା କରିଥିଲେ। ଏହା ଶୁଣି ନାଗପୁରରେ ଉପସ୍ଥିତ ଦର୍ଶକ ପୂରା ସ୍ତବ୍ଧ ହୋଇଯାଇଥିଲେ। ବିରାଟ ମ୍ୟାଚ୍‌ ଖେଳୁ ନଥିବାରୁ ଶ୍ରେୟସ ଆୟର ୩ ନମ୍ବରରେ ବ୍ୟାଟିଂ କରିବେ।

Virat Kohli India Vs England Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe