Advertisment

T20 World Cup: ପାକିସ୍ତାନ ଯୋଗୁ ପାଣିରେ ପଡ଼ିବ ୪୫୦୦୦ କୋଟି!

ପ୍ରସାରଣ ସଂସ୍ଥା ପାଇଁ ଏହି ମ୍ୟାଚ୍‌ ରତ୍ନ ଖଚିତ ମୁକୁଟ। ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍‌ରେ ୧୦ ସେକେଣ୍ଡର ବିଜ୍ଞାପନର ଦାମ ୨୫ରୁ ୪୦ ଲକ୍ଷ। ଯଦି ଟୁର୍ଣ୍ଣାମେଣ୍ଟରୁ ଏହି ମ୍ୟାଚ୍‌କୁ ହଟାଇ ଦିଆଯିବ, ତା’ହେଲେ ପୂରା ବିଶ୍ୱକପର ଅର୍ଥନୀତି ଢାଞ୍ଚା ବଦଳି ଯିବ।

author-image
Hemant Lenka
Pakistan1

ଭାରତ-ପାକିସ୍ତାନ କ୍ରିକେଟ ଟିମ ଅଧିନାୟକ (ଫାଇଲ ଫଟୋ)

ଆଧୁନିକ କ୍ରିକେଟ ଅର୍ଥନୀତିରେ କିଛି ମ୍ୟାଚ୍‌ ଟ୍ରଫି ଠାରୁ ମଧ୍ୟ ଅଧିକ ମୂଲ୍ୟ ବହନ କରେ। ଭାରତ ବନାମ ପାକିସ୍ତାନ ଟି-୨୦ ବିଶ୍ୱକପ(T20 World Cup) ମ୍ୟାଚ୍‌ କେବଳ ଗୋଟିଏ ସାଧାରଣ ଲଢ଼େଇ ନୁହେଁ। ଏହା ଟୁର୍ଣ୍ଣାମେଣ୍ଟର ବ୍ୟାଙ୍କ ବାଲାନ୍ସ, ବ୍ରଡକାଷ୍ଟ ମୂଲ୍ୟାଙ୍କନ ଓ କ୍ରିକେଟ ବୋର୍ଡକୁ ଅଧିକ ଲାଭ ଦେଉଥିବା ଗୋଟିଏ ମ୍ୟାଚ୍‌। 

Advertisment

ଏପରି ସ୍ଥିତିରେ ପାକିସ୍ତାନ ସରକାର ବିଶ୍ୱକପରେ ନିଜ ଦଳର ଅଂଶଗ୍ରହଣକୁ ଅନୁମତି ଦେଇଥିବା ବେଳେ ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ମନା କରି ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଆଇସିସି ବେଶ ସତର୍କତାର ସହ ପ୍ରେମ ରିଲିଜ ଜାରି କରିଛି ଓ ଚେତାବନୀ ସମ୍ପର୍କରେ ଚିନ୍ତା କରୁଛି।

ଆଇସିସି ଆଶା କରିଛି ଯେ ପିସିବି ନିଶ୍ଚିତ ଭାବେ ମ୍ୟାଚ୍‌ର ମହତ୍ତ୍ୱକୁ ବୁଝିବ ଓ ନିଜ ଦେଶର କ୍ରିକେଟ ଉପରେ ଏହାଦ୍ୱାରା ପଡ଼ିବାକୁ ଯାଉଥିବା ଦୀର୍ଘକାଳୀନ ପରିଣାମ କଥା ଚିନ୍ତା କରିବ। ଏପରି ନିଷ୍ପତ୍ତି ବିଶ୍ୱ କ୍ରିକେଟ ଇକୋସିଷ୍ଟମ ଉପରେ ପ୍ରଭାବ ପକାଇପାରେ। ପାକିସ୍ତାନ ମଧ୍ୟ ଏହି ବ୍ୟବସ୍ଥାର ଜଣେ ଅଂଶୀଦାର ବୋଲି ଆଇସିସି କହିଛି। 

Advertisment

୫୦୦ ମିଲିୟନ ଡଲାରର ଖେଳ 

ଭାରତ-ପାକିସ୍ତାନ(Pakistan) ଟି-୨୦ ଲଢ଼େଇର ମୂଲ୍ୟ ପ୍ରାୟ ୫୦୦ ନିୟୁତ ଡଲାର ବା ୪୫୦୦ କୋଟି ଟଙ୍କା। ପ୍ରସାରଣ ଅଧିକାର, ବିଜ୍ଞାପନ ପ୍ରିମିୟମ, ପ୍ରାୟୋଜକ ସଂସ୍ଥା, ଟିକେଟ ଓ ଆଇନଗତ ବେଟିଂ ଆଦିକୁ ମିଶାଇଲେ ୪୫୦୦ କୋଟି ଟଙ୍କା ହେବ। ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଛାଡ଼ି ଦେଲ କୌଣସି ଗୋଟିଏ ହେଲେ ବି କ୍ରିକେଟ ମ୍ୟାଚ୍‌ର ଦାମ ଏହାର ନିକଟବର୍ତ୍ତୀ ନୁହନ୍ତି। 

ପ୍ରସାରଣ ସଂସ୍ଥା ପାଇଁ ଏହି ମ୍ୟାଚ୍‌ ରତ୍ନ ଖଚିତ ମୁକୁଟ। ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍‌ରେ ୧୦ ସେକେଣ୍ଡର ବିଜ୍ଞାପନର ଦାମ ୨୫ରୁ ୪୦ ଲକ୍ଷ। ଯଦି ଟୁର୍ଣ୍ଣାମେଣ୍ଟରୁ ଏହି ମ୍ୟାଚ୍‌କୁ ହଟାଇ ଦିଆଯିବ, ତା’ହେଲେ ପୂରା ବିଶ୍ୱକପର ଅର୍ଥନୀତି ଢାଞ୍ଚା ବଦଳି ଯିବ। 

କିଏ ସହିବ, କେତେ କ୍ଷତି? 

ପ୍ରସାରଣ ସଂସ୍ଥା 

ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା ହିଁ ପ୍ରଥମେ ମ୍ୟାଚ୍‌ ନ ହେଲେ କ୍ଷତି ସହିବ। କେବଳ ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ବିଜ୍ଞାପନ ରାଜସ୍ୱ ୩୦୦ କୋଟି ଆକଳନ କରାଯାଇଛି। ଏଥିପାଇଁ ପ୍ରସାରଣକାରୀ ସଂସ୍ଥା ଅଧିକାର ହାସଲ କରିବାକୁ ମୋଟ ଅଙ୍କର ଟଙ୍କା ଦିଅନ୍ତି। ଚୁକ୍ତି ମଝିରେ ଗୋଟିଏ ବଡ଼ ମୁକାବିଲା ବାଦ ପଡ଼ିବା ଛୋଟ କଥା ନୁହେଁ, ଏହା ମୂଲ୍ୟର ଅବମାନନା। ପୂର୍ବରୁ ହିଁ ପ୍ରସାରଣ ଅଧିକାର ପାଇଥିବା ଜିଓ-ଷ୍ଟାର କ୍ଷତି ପାଇଁ ଆଇସିସିକୁ କ୍ଷତି ପୂରଣ ମାଗିଛି। ଏବେ ଭାରତ-ପାକିସ୍ତାନ ମ୍ୟାଚ୍‌ ନ ହେଲେ ସଂସ୍ଥା ଆହୁରି ସମସ୍ୟାରେ ପଡ଼ିବ। ପ୍ରତିଟି ବିଶ୍ୱକପ ମ୍ୟାଚ୍‌ର ମୂଲ୍ୟ ୧୩୮.୭ କୋଟି ରହିଛି। 

ସବୁ ହିତାଧିକାରୀଙ୍କୁ ଶକ୍ତ ଝଟକା 

ପ୍ରସାରଣକାରୀ ସଂସ୍ଥା ନିଜର ଟଙ୍କା ଫେରସ୍ତ ମାଗିବା ପରେ ଆଇସିସି ନିଶ୍ଚିତ ଭାବେ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଏହାର ପ୍ରଭାବ ମଧ୍ୟ ବିଭିନ୍ନ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସାମ୍ନା କରିବେ। କେନ୍ଦ୍ରୀୟ ରାଜସ୍ୱ ହ୍ରାସ ପାଇବା ଅର୍ଥ ସଦସ୍ୟ ବୋର୍ଡକୁ ମିଳିବାକୁ ମିଳିବାକୁ ଥିବା ଅନୁଦାନ ମଧ୍ୟ କମିବ। କେବଳ ଭାରତ ଓ ପାକିସ୍ତାନ ନୁହନ୍ତି, ସହଯୋଗୀ ଓ ଛୋଟ ପୂର୍ଣ୍ଣ ସଦସ୍ୟ ଦେଶ ଗୁଡ଼ିକ ଭାଗ ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇବ। 

ଭାରତ ଓ ପାକିସ୍ତାନ 

ରିପୋର୍ଟ ଅନୁସାରେ, ଯଦି ମ୍ୟାଚ୍‌ ନ ହେବ, ତା’ହେଲେ ଭାରତ ଓ ପାକିସ୍ତାନ କ୍ରିକେଟ ବୋର୍ଡ ତୁରନ୍ତ ୨୦୦ କୋଟି ଟଙ୍କାର ପ୍ରତ୍ୟେକ୍ଷ ଓ ପରୋକ୍ଷ ରାଜସ୍ୱ କ୍ଷତି ସହିବେ। ଭାରତ ପାଇଁ ଏହା ଯନ୍ତ୍ରଣା ଦାୟକ, କିନ୍ତୁ ବିସିସିଆଇକୁ ଏହାକୁ ମ୍ୟାନେଜ କରିନେବ। ପାକିସ୍ତାନର ଅସ୍ଥିତ୍ୱ ଉପରେ ଏହାର ପ୍ରଭାବ ପକାଇବ। ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଠାରୁ ମୋଟ ରାଜସ୍ୱରୁ ୫.୭୫% ଟଙ୍କା ପାଇଥାଏ।

ବାର୍ଷିକ ପ୍ରାୟ ୩୪.୫୧ ଡଲାର ପାକିସ୍ତାନକୁ ଦିଏ ଆଇସିସି। ଏହି ଟଙ୍କା ଅନୁପାଳନ, ବିଶ୍ୱସନୀୟତା ଓ ସହଭାଗିତା ଉପରେ ନିର୍ଭର କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱେଚ୍ଛାକୃତ ଓହରିବା ଅପ୍ରତ୍ୟାଶିତ ସ୍ଥିତି ମଧ୍ୟରେ ଆସୁନାହିଁ। ତେଣୁ ଆଇସିସି ନିଜର କ୍ଷତିକୁ ପାକିସ୍ତାନ ଠାରୁ ଆଦାୟ କରିପାରେ। ଏଥିସହ ପାକିସ୍ତାନକୁ ତା’ର ବାର୍ଷିକ ଭାଗ ମଧ୍ୟ ଦେବ ନାହିଁ। 

Pakistan T20 World Cup