Advertisment

ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ଏବେ ଭାରତ ଭରସା

ପାକିସ୍ତାନ ପ୍ରଥମେ ଟୁର୍ଣ୍ଣାମେଣ୍ଟର ସହ ଆୟୋଜକ ଆମେରିକା ଠାରୁ ଅପ୍ରତ୍ୟାଶିତ ଢଙ୍ଗରେ ହାରିଥିଲା। ଏହପରେ ରବିବାର ଦଳକୁ ଚୀରପ୍ରତିଦ୍ୱନ୍ଦ୍ୱୀ ଭାରତ ଠାରୁ ମଧ୍ୟ ରୋମାଞ୍ଚକର ଢଙ୍ଗରେ ପରାସ୍ତ ହେବାକୁ ପଡ଼ିଛି।

author-image
Hemant Lenka
ଅଦ୍ୟତନ ହୋଇଛି
T20

T20

ଟି-୨୦ ବିଶ୍ୱକପରେ କୁଦରତ କା ନିଜାମ ଏବେ ପାକିସ୍ତାନ ବିପକ୍ଷରେ ଯିବାରେ ଲାଗିଛି। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ବିଶ୍ୱକପରେ କ୍ରମାଗତ ଦୁଇଟି ମ୍ୟାଚ୍‌ ହାରିଯିବାରୁ ଟୁର୍ଣ୍ଣାମେଣ୍ଟରୁ ଆଉଟ ହେବା ସ୍ଥିତିରେ ପହଞ୍ଚି ଯାଇଛି।

Advertisment

ପାକିସ୍ତାନ ପ୍ରଥମେ ଟୁର୍ଣ୍ଣାମେଣ୍ଟର ସହ ଆୟୋଜକ ଆମେରିକା ଠାରୁ ଅପ୍ରତ୍ୟାଶିତ ଢଙ୍ଗରେ ହାରିଥିଲା। ଏହପରେ ରବିବାର ଦଳକୁ ଚୀରପ୍ରତିଦ୍ୱନ୍ଦ୍ୱୀ ଭାରତ ଠାରୁ ମଧ୍ୟ ରୋମାଞ୍ଚକର ଢଙ୍ଗରେ ପରାସ୍ତ ହେବାକୁ ପଡ଼ିଛି। ଦୁଇଟି ପରାଜୟ ପରେ ପାକିସ୍ତାନ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଖସି ଯାଇଛି।

ଟି-୨୦ ବିଶ୍ୱକପର ଗ୍ରୁପ ଏକୁ ଦେଖିଲେ ପାକିସ୍ତାନ ୪ର୍ଥ ସ୍ଥାନରେ ରହିଛି। ଭାରତ, ଆମେରିକା ଓ କାନାଡା ଉପରେ ରହିଛନ୍ତି। କାନାଡା ଓ ଆୟର୍ଲ୍ୟାଣ୍ଡ ସହ ଦଳ ତା’ର ପରବର୍ତ୍ତୀ ଦୁଇଟି ମୁକାବିଲା ଖେଳିବ। ପ୍ରତିଯୋଗିତାରେ ରହିବା ପାଇଁ ହେଲେ ଦଳକୁ ବାକି ଦୁଇଟି ଯାକ ମ୍ୟାଚ୍‌କୁ ଯେମିତି ହେଲେ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ।

Advertisment

ସେହିପରି ଦୁଇଟି ମ୍ୟାଚରୁ ଗୋଟିଏ ବି ଯଦି ବର୍ଷା ଯୋଗୁ ଧୋଇଗଲା, ତା’ହେଲେ ସୁପର ୮ ଷ୍ଟେଜକୁ ପାକିସ୍ତାନ ଆଉ ଯାଇ ପାରିବ ନାହିଁ। ଏହାବାଦ ପାକିସ୍ତାନକୁ ଭାରତର ମ୍ୟାଚ୍‌ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ।

ଚଳିତ ବର୍ଷର ଟି-୨୦ ବିଶ୍ୱକପର ନିୟମ ଅନୁଯାୟୀ, ପ୍ରତି ଗ୍ରୁପର ଟପ ୨ଟି ଟିମ ସୁପର ୮ ଷ୍ଟେଜକୁ ଯିବେ। ପାକିସ୍ତାନ ଏଯାଏ ଶୂନ ପଏଣ୍ଟରେ ଥିବା ବେଳେ ଭାରତ ଓ ଆମେରିକାର ପଏଣ୍ଟ ସଂଖ୍ୟା ୪ ଲେଖାଏ ରହିଛି। ପାକିସ୍ତାନ ନ୍ୟୁୟର୍କରେ କାନାଡା ସହ ଓ ଫ୍ଲରିଡାରେ ଆୟର୍ଲ୍ୟାଣ୍ଡ ସହ ଶେଷ ଦୁଇ ମ୍ୟାଚ ଖେଳିବ।

ଭାରତ ଓ ଆମେରିକା ମଧ୍ୟରୁ ଜଣକୁ ପଏଣ୍ଟ ଟେବୁଲରେ ମାତ ଦେବାକୁ ହେଲେ ପାକିସ୍ତାନକୁ ମ୍ୟାଚ୍‌ ଜିତିବା ସହ ରନରେଟରେ ମଧ୍ୟ ସୁଧାର ଆଣିବାକୁ ପଡ଼ିବ। ପାକିସ୍ତାନର ରନରେଟ ଏବେ ବିଯୁକ୍ତ ୦.୧୫ ରହିଛି।

ଆମେରିକା ତା’ର ଦୁଟି ମ୍ୟାଚ୍‌ ଯଥାକ୍ରମେ ଭାରତ ସହ ନ୍ୟୁୟର୍କରେ ଓ ଆୟର୍ଲ୍ୟାଣ୍ଡ ସହ ଫ୍ଲରିଡାରେ ଖେଳିବ। ପାକିସ୍ତାନ ଚାହିଁବ ଯେ ଭାରତ ବୃହତ୍ତ ବ୍ୟବଧାନରେ ଆମେରିକାକୁ ହରାଉ। ବଡ଼ ପରାଜୟ ପରେ ଆମେରିକାର ରନରେଟ ହ୍ରାସ ପାଇବ।

ସେହିପରି ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ମଧ୍ୟ ଆମେରିକା ହାରୁ ବୋଲି ପାକିସ୍ତାନ ଚାହିଁବ। ଯଦି ଆମେରିକା ଦୁଇଟି ଯାକ ମ୍ୟାଚ୍‌ ହାରିଯିବ, ତା’ହେଲେ ନେଟ ରନରେଟ ବିଚାରରେ ପାକିସ୍ତାନ ପରବର୍ତ୍ତୀ ଷ୍ଟେଜକୁ ଯିବାର ସମ୍ଭାବନା ସୃଷ୍ଟି ହେବ। ପାକିସ୍ତାନ ସବୁବେଳେ ଭାରତର ପରାଜୟ ଚାହିଁଥାଏ। କିନ୍ତୁ ଏଥର ସ୍ଥିତି ବଦଳିଛି। ପାକିସ୍ତାନ ଫ୍ୟାନ୍ସ ଏବେ ଆମେରିକା ବିପକ୍ଷ ମ୍ୟାଚ୍‌ରେ ଭାରତର ବିଜୟ କାମନା କରିବେ। 

Pakistan India Vs Pakistan T20 Match T20 World Cup T20 Cricket T20 ICC T20