Advertisment

Sachin Tendulkar: ଅଭିନେତା, କ୍ରିକେଟର୍‌ ନୁହଁ: କେମିତି ୫୮ ଲକ୍ଷ ଟଙ୍କାର ଟିକସ ବଞ୍ଚାଇଥିଲେ ସଚିନ ତେନ୍ଦୁଲକର?

ସଚିନ ତେନ୍ଦୁଲକର ଏକାଦା ଆୟକର ଅଧିକାରୀମାନଙ୍କୁ ସେ ଜଣେ କ୍ରିକେଟର ନୁହନ୍ତି ବରଂ ଜଣେ ଅଭିନେତା ବୋଲି କହିଥିଲେ। ଏପରି କରି ସେ ୫୮ ଲକ୍ଷ ଟଙ୍କାର ଟିକସ ଦେବାରୁ ଆଶ୍ୱସ୍ତି ପାଇଥିଲେ।

author-image
Hemant Lenka
sachin

ସଚିନ ତେନ୍ଦୁଲକର (ଫାଇଲ ଫଟୋ)

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ନିଜର ଖେଳ ପାଇଁ ବେଶ ପରିଚିତ। ଜଣେ ବିଖ୍ୟାତ କ୍ରିକେଟର ଭାବେ ସେ ଜଣାଶୁଣା। କିନ୍ତୁ ସଚିନ ତେନ୍ଦୁଲକର ଏକାଦା ଆୟକର ଅଧିକାରୀମାନଙ୍କୁ ସେ ଜଣେ କ୍ରିକେଟର ନୁହନ୍ତି ବରଂ ଜଣେ ଅଭିନେତା ବୋଲି କହିଥିଲେ। ଏପରି କରି ସେ ୫୮ ଲକ୍ଷ ଟଙ୍କାର ଟିକସ ଦେବାରୁ ଆଶ୍ୱସ୍ତି ପାଇଥିଲେ। ତାଙ୍କୁ ଟିକସ ବାବଦରେ ୫୮ ଲକ୍ଷ ଟଙ୍କା ପୈଠ କରିବାକୁ ପଡ଼ି ନଥିଲା। 

Advertisment

ଟ୍ୟାକ୍ସବଡୀ ସୁଜିତ ବାଙ୍ଗରଙ୍କ କହିବା କଥା ଯେ ୨୦୦୨-୦୩ରେ ସଚିନ ବିଦେଶୀ କମ୍ପାନୀ ଇଏସପିଏନ, ପେପସି ଓ ଭିସା ଠାରୁ ବ୍ୟବସାୟିକ ବିଜ୍ଞାପନ ପାଇଁ ୫.୯୨ କୋଟି ଟଙ୍କା ଆୟ କରିଥିଲେ। ଏହା ବିଦେଶୀ ପାଣ୍ଠି ଭାବେ ବିବେଚନା ହୋଇଥିଲା। କିନ୍ତୁ ଏହାକୁ ସଚିନ ନିଜର ‘କ୍ରିକେଟ(Cricket) ଆୟ’ ଭାବେ ଦର୍ଶାଇ ନଥିଲେ।

ସେ ଅଭିନେତା, ଲେଖକ ଓ କଳାକାର ବିଦେଶରୁ ଆୟ କରୁଥିବା ପ୍ରାପ୍ୟ ଉପରେ ଲାଗୁ ହେଉଥିବା ୩୦% ଟିକସ ରିହାତି ଯୋଜନାକୁ ବ୍ୟବହାର କରିଥିଲେ। ଆୟକର ଆଇନ ୮୦ ଆରଆର ଅଧୀନରେ ସେ ୩୦% ରିହାତି(୧.୭୭ କୋଟି) ପାଇଁ ଦାବି କରିଥିଲେ। ହେଲେ ପ୍ରଥମେ ଏହାକୁ ଆୟକର ଅଧିକାରୀମାନେ ସହଜରେ ଗ୍ରହଣ କରି ନଥିଲେ। 

Advertisment

ସଚିନଙ୍କ ପାଖକୁ ଆୟକର ବିଭାଗ ଜାରି କରିଥିବା ନୋଟିସରେ କହିଥିଲା ଯେ “ଆପଣ ଜଣେ କ୍ରିକେଟର। ଅପାଣଙ୍କ ଆୟକୁ ଅନ୍ୟ ସୂତ୍ର ଭାବେ ବିବେଚନା କରନ୍ତୁ। ୮୦ ଆରଆର ଲାଗୁ ହୋପାରିବ ନାହିଁ।” ଏହାର ଜବାବରେ ସଚିନ କହିଥିଲେ, “ମୁଁ ମଡେଲିଂ/ ଆକ୍ଟିଂ କରେ। ବିଜ୍ଞାପନରେ ଅଭିନୟ କରିବା ଜଣେ ଅଭିନେତାଙ୍କ କାମ। ତେଣୁ ଆୟ ଉପରେ ୮୦ଆଆର ଲାଗୁ ହେବ।”

ପରବର୍ତ୍ତୀ ସମୟରେ ଟ୍ୟାକ୍ସ ଆପେଲ୍ଲଟେ ଟ୍ରିବ୍ୟୁନାଲ(ଆଇଟିଏଟି) ସଚିନ(Sachin Tendulkar)ଙ୍କ ଜବାବରେ ସହମତ ହୋଇଥିଲା। ତାଙ୍କ ଦାବି ଅନୁସାରେ ୮୦ଆରଆର ଲାଗୁ ହୋଇଥିଲା। ଟ୍ରିବ୍ୟୁନାଲ କହିଥିଲେ ଯେ “ଅଭିନୟ କେବଳ ବଲିଉଡରେ ସୀମିତ ନୁହେଁ। ଏହା ଯେକୌଣି କ୍ରିଏଟିଭ ପ୍ରଦର୍ଶନ ଜଡ଼ିତ।” 

ଫଳ ସ୍ୱରୂପ ସଚିନ ବିଭିନ୍ନ କମ୍ପାନୀର ବିଜ୍ଞାପନ ନଜର ଆସିବା ଘଟଣାକୁ ଅଭିନୟ ଭାବେ ବିବେଚନା କରାଯାଥିଲା। ଏଥିଯୋଗୁ ସଚିନଙ୍କୁ ୧.୭୭ କୋଟିର ପୂରା ଆଶ୍ୱସ୍ତି ମିଳିଥିଲା ଓ ତାଙ୍କ ଟିକସ ଦାଖଲ ପରିମାଣ ୫୮ ଲକ୍ଷ ଟଙ୍କା କମି ଯାଇଥିଲା। 

ସଚିନ ବିଦେଶରୁ ବିଜ୍ଞାପନ ବାବଦରେ ୫,୯୨,୩୧,୨୧୧ ଟଙ୍କା ଆୟ କରିଥିଲେ। ଆୟକର ବିଭାଗ ଏହି ଟଙ୍କା ଉପରେ ଟିକସ ପରିବାର ୧,୯୫,୪୬,୩୦୦ ଟଙ୍କା ବୋଲି କହିଥିଲା। କିନ୍ତୁ ୮୦ଆରଆର ବଦଳରେ ସଚିନ ୧,୭୭,୬୯,୩୬୩ ଟଙ୍କାର ଛାଡ଼ ମାଗିଥିଲେ।

ପରବର୍ତ୍ତୀ ଅବସ୍ଥାରେ ସଚିନଙ୍କ ଦାବି ରହିଥିଲା। ସେ ୪,୧୪,୬୧,୮୪୮ ଟଙ୍କା ଉପରେ ଟିକସ ଦେଇଥିଲେ। ଅର୍ଥାତ ୧,୯୫, ୪୬,୩୦୦ ଟଙ୍କା ବଦଳରେ ସଚିନ ୧,୩୬,୮୨,୪୧୦ ଟଙ୍କା ଟିକସ(Income Tax) ଆଗରେ ପୈଠ କରିଥିଲେ। ଏପରି କରି ସେ ୫୮,୬୩,୮୯୦ ଟଙ୍କାର ଲାଭ ପାଇଥିଲେ। 

Cricket Sachin Tendulkar Income Tax