ମହମ୍ମଦ ସିରାଜଙ୍କ ସହ ମିଶି ବିରାଟ କୋହଲି ଏମିତି କିଛି ରଣନୀତି କରିଥିଲେ ଯେଉଁଥିରେ ଫଶିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟୀର ଷ୍ଟିଭ ସ୍ମିଥ। ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସରେ ସ୍ମିଥ ୧୪୦ ରନ କରିଥିଲେ। ହେଲେ ଦ୍ୱିତୀୟ ଦିନରେ ସେ ବିରାଟ ବୁଣିଥିବା ଜାଲରେ ଫସି ସଅଳ ଆଉଟ ହୋଇଛନ୍ତି।
ସ୍ମିଥ ବ୍ୟାଟିଂ କରିବା ବେଳେ ବିରାଟ ବୋଲିଂ କରୁଥିବା ସିରାଜଙ୍କୁ ଦେଉଥିବା ନିର୍ଦ୍ଦେଶ ଷ୍ଟମ୍ପ ମାଇକରେ ରେକର୍ଡ ହୋଇଛି। ସେ ସ୍ମିଥଙ୍କୁ କ୍ରିଜ୍ ବାହାରେ ବା ୱାଇଡ ଅଫ ଦ କ୍ରିଜରେ ବୋଲିଂ କରିବାକୁ କହିଥିଲେ। ସେ କହିଥିଲେ ଯେ “କୋଣରୁ, କୋଣରୁ, ସବୁ ବଲ କୋଣରୁ ପକା। ତାକୁ କୋଣ ବଲ ଭାରି ପସନ୍ଦ।”
SIRAJ 🤝 KOHLI....!!!!
— Johns. (@CricCrazyJohns) December 29, 2024
- Smith gone & game opened for India at MCG. pic.twitter.com/W1UcNaCWuv
ପୂର୍ବରୁ ସ୍ମିଥ ଅନେକ ଥର ଅଫ ଷ୍ଟମ୍ପର ବହୁ ବାହାରେ ଥିବା ବଲକୁ ଚେଜ କରିବାକୁ ଯାଉ ଆଉଟ ହେବାର ନଜିର ରହିଛି। ତେଣୁ ବିରାଟ ସମାନ ଧରଣର ବଲ ପକାଇବାକୁ ସିରାଜଙ୍କୁ କହିଥିଲେ। ସିରାଜ ମଧ୍ୟ ବିରାଟଙ୍କ କଥାରେ ଅଫ ଷ୍ଟମ୍ପର ବହୁ ବାହାରେ ବଲ ପକାଇଥିଲେ।
ଏହାକୁ ଚେଜ କରିବାକୁ ଯାଇ ୱିକେଟ କିପର ଋଷଭ ପନ୍ତଙ୍କ ହାତରେ ଧରା ପଡ଼ିଛନ୍ତି। ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସ୍ମିଥ ଆଜି ମାତ୍ର ୧୩ ରନ କରିବାକୁ ସକ୍ଷମ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।