Advertisment

ସ୍ମିଥଙ୍କ ପାଇଁ ଜାଲ ବୁଣିଲେ ବିରାଟ କୋହଲି, ଆଉଟ କଲେ ସିରାଜ: ଭିଡିଓ ଭାଇରାଲ୍‌

ସ୍ମିଥ ବ୍ୟାଟିଂ କରିବା ବେଳେ ବିରାଟ ବୋଲିଂ କରୁଥିବା ସିରାଜଙ୍କୁ ଦେଉଥିବା ନିର୍ଦ୍ଦେଶ ଷ୍ଟମ୍ପ ମାଇକରେ ରେକର୍ଡ ହୋଇଛି।

Virat

Virat

Advertisment

ମହମ୍ମଦ ସିରାଜଙ୍କ ସହ ମିଶି ବିରାଟ କୋହଲି ଏମିତି କିଛି ରଣନୀତି କରିଥିଲେ ଯେଉଁଥିରେ ଫଶିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟୀର ଷ୍ଟିଭ ସ୍ମିଥ। ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସରେ ସ୍ମିଥ ୧୪୦ ରନ କରିଥିଲେ। ହେଲେ ଦ୍ୱିତୀୟ ଦିନରେ ସେ ବିରାଟ ବୁଣିଥିବା ଜାଲରେ ଫସି ସଅଳ ଆଉଟ ହୋଇଛନ୍ତି।

Advertisment

ସ୍ମିଥ ବ୍ୟାଟିଂ କରିବା ବେଳେ ବିରାଟ ବୋଲିଂ କରୁଥିବା ସିରାଜଙ୍କୁ ଦେଉଥିବା ନିର୍ଦ୍ଦେଶ ଷ୍ଟମ୍ପ ମାଇକରେ ରେକର୍ଡ ହୋଇଛି। ସେ ସ୍ମିଥଙ୍କୁ କ୍ରିଜ୍‌ ବାହାରେ ବା ୱାଇଡ ଅଫ ଦ କ୍ରିଜରେ ବୋଲିଂ କରିବାକୁ କହିଥିଲେ। ସେ କହିଥିଲେ ଯେ “କୋଣରୁ, କୋଣରୁ, ସବୁ ବଲ କୋଣରୁ ପକା। ତାକୁ କୋଣ ବଲ ଭାରି ପସନ୍ଦ।”

Advertisment

ପୂର୍ବରୁ ସ୍ମିଥ ଅନେକ ଥର ଅଫ ଷ୍ଟମ୍ପର ବହୁ ବାହାରେ ଥିବା ବଲକୁ ଚେଜ କରିବାକୁ ଯାଉ ଆଉଟ ହେବାର ନଜିର ରହିଛି। ତେଣୁ ବିରାଟ ସମାନ ଧରଣର ବଲ ପକାଇବାକୁ ସିରାଜଙ୍କୁ କହିଥିଲେ। ସିରାଜ ମଧ୍ୟ ବିରାଟଙ୍କ କଥାରେ ଅଫ ଷ୍ଟମ୍ପର ବହୁ ବାହାରେ ବଲ ପକାଇଥିଲେ।

ଏହାକୁ ଚେଜ କରିବାକୁ ଯାଇ ୱିକେଟ କିପର ଋଷଭ ପନ୍ତଙ୍କ ହାତରେ ଧରା ପଡ଼ିଛନ୍ତି। ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସ୍ମିଥ ଆଜି ମାତ୍ର ୧୩ ରନ କରିବାକୁ ସକ୍ଷମ ହୋଇଛନ୍ତି। 

Border-Gavaskar Trophy Virat Kohli Boxing Day Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe