Advertisment

ଫିଫା ବିଶ୍ୱକପ ଫାଇନାଲ ରେକର୍ଡ ଭାଙ୍ଗିଲା ବିରାଟଙ୍କ ଶତକ

ବିଶ୍ୱକପ ଷ୍ଟାର ନେଟୱର୍କ ବ୍ୟତୀତ Disney+ Hotstarରେ ମଧ୍ୟ ସିଧାପ୍ରସାରଣ ହେଉଛି।

Virat

Virat

Advertisment

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିରେ ଲାଗିଛି। ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ ହୋଇଥିଲା। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆର ଷ୍ଟାର ବିରାଟ କୋହଲି ନିଜ ଦିନିକିଆ କ୍ୟାରିୟରର ୪୯ମ ଶତକ ହାସଲ କରିଥିଲେ।

Advertisment

ଏଥିସହ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବାକାଳୀନ ଶତକ ରେକର୍ଡ ସହ ସମକକ୍ଷ ହୋଇଥିଲା। ଏହି ରେକର୍ଡ ବ୍ୟତୀତ ଉକ୍ତ ମ୍ୟାଚ୍‌ରେ ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି। ବିଶ୍ୱକପ ଷ୍ଟାର ନେଟୱର୍କ ବ୍ୟତୀତ Disney+ Hotstarରେ ମଧ୍ୟ ସିଧାପ୍ରସାରଣ ହେଉଛି। ଏବେ Disney+ Hotstarରେ ଯୋଡ଼ି ହୋଇଯାଇଛି ନୂଆ ରେକର୍ଡ। ରବିବାର ମ୍ୟାଚ୍‌କୁ Disney+ Hotstarରେ ଦେଖିଛନ୍ତି ରେକର୍ଡ ସଂଖ୍ୟକ ଲୋକ। ପୂର୍ବରୁ Disney+ Hotstar ଯେଉଁ ସବୁ ରେକର୍ଡ କରିଥିଲା, ସେସବୁ ବିରାଟଙ୍କ ଶତକ ସହ ଭାଙ୍ଗି ଯାଇଛି।

ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌କୁ ଗୋଟିଏ ସମୟରେ ୪.୪ କୋଟି ଲୋକ Disney+ Hotstarରେ ଦେଖିଥିଲେ। ଏହାପୂର୍ବରୁ କେବେ ହେଲେ କୌଣସି ମ୍ୟାଚ୍‌କୁ ଡିଜିଟାଲ ପ୍ଲାଟଫର୍ମରେ ଏତେ ଲୋକ ଦେଖି ନଥିଲେ। ଉକ୍ତ ମ୍ୟାଚ୍‌ର Viewership ଫିଫା ବିଶ୍ୱକପର ଫାଇନାଲ ମ୍ୟାଚର ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛି।

Advertisment

୨୦୨୨ରେ କତାରରେ ଖେଳା ଯାଉଥିବା ଫିଫା ବିଶ୍ୱକପର ସିଧାପ୍ରସାରଣ ଜିଓ ସିନେମାରେ ହେଉଥିଲା। ଫାଇନାଲ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମୁହାଁମୁହିଁ ହେଇଥିଲେ। ଏହି ମ୍ୟାଚ୍‌କୁ ୩୨ ମିଲିୟନ ବା ୩.୨ କୋଟି ଲୋକ ଜିଓ ସିନେମାରେ ଲାଇଭ ଦେଖିଥିଲେ।

କିନ୍ତୁ ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ ମ୍ୟାଚ୍‌କୁ Disney+ Hotstarରେ ୪.୪ କୋଟି ଲୋକ ଦେଖିଛନ୍ତି। ଲାଇଭରେ କୌଣସି ମ୍ୟାଚ୍‌କୁ ଏତେ ସଂଖ୍ୟକ ଲୋକ ଦେଖିବା ପ୍ରଥମ ଘଟଣା।

ପୂର୍ବରୁ Disney+ Hotstar ନାଁରେ ୪.୩ କୋଟି ରେକର୍ଡ ଥିଲା। ଅକ୍ଟୋବର ୨୨ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌କୁ Disney+ Hotstarରେ ୪.୩ କୋଟି ଲୋକ ଦେଖିଥିଲେ। କେବଳ Disney+ Hotstarରେ ୪.୩ କୋଟି ଲୋକ ମ୍ୟାଚ୍‌ ଦେଖୁଥିବା ବେଳେ ଟିଭିରେ ମଧ୍ୟ କୋଟି କୋଟି ଲୋକ ମ୍ୟାଚ୍‌ର ମଜା ଉଠାଇଥିଲେ।

ଏହାବାଦ ଷ୍ଟାଡିୟମରେ ମଧ୍ୟ ହାଉସ ଫୁଲ ଥିଲା। ତେଣୁ ମ୍ୟାଚ୍‌କୁ କୋଟି କୋଟି ଲୋକ ଦେଖିଥିଲା। ଏବେ ଏହି ରେକର୍ଡକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଭାଙ୍ଗି ଦେଇଛି। ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌କୁ Disney+ Hotstarରେ ଗୋଟିଏ ସମୟରେ ୩.୫ କୋଟି ଲୋକ ଦେଖିଥିଲେ। ଏହା ସଂସ୍ଥାର ସର୍ବକାଳୀନ ରେକର୍ଡ ଥିଲା। 

ଏସିଆ କପ ଭଳି Disney+ Hotstarରେ ଲୋକମାନେ ବିଶ୍ୱକପର ମଜା ମଧ୍ୟ ବିନା ସବସ୍କ୍ରିବସନରେ ଉଠାଇ ପାରୁଛନ୍ତି। ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ୨.୮ କୋଟି ଲୋକ ଦେଖିଥିଲେ। ଏହି ରେକର୍ଡ ଅକ୍ଟୋବର ୧୪ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌ ବେଳେ ଭାଙ୍ଗିଥିଲା। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୌଣସି ଅନଲାଇନ ପ୍ଲାଟଫର୍ମରେ କ୍ରିକେଟ ମ୍ୟାଚ୍‌କୁ ଏତେ ସଂଖ୍ୟକ ଲୋକ ଲାଇଭ ଦେଖିବା ପ୍ରଥମ ଘଟଣା। ପୂର୍ବରୁ ଜିଓ ସିନେମାରେ ଆଇପିଏଲର ପ୍ରସାରଣ କରାଯାଉଥିଲା।

ମେ’ ୨୯ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌କୁ ୩.୨ କୋଟି ଲୋକ ଦେଖିଥିଲେ। ଏହି ରେକର୍ଡକୁ ମଧ୍ୟ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଭାଙ୍ଗି ଦେଇଛି।

Virat Kohli ICC ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe