Advertisment

ଜିମ୍ବାୱେ କ୍ରିକେଟର ହିଥ ଷ୍ଟ୍ରିକ ଜୀବିତ, ମୃତ୍ୟୁ ଖବର ପାଇଁ କ୍ଷମା ମାଗିବାକୁ କହିଲେ

ଜିମ୍ବାୱେ ପାଇଁ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ଖେଳିଥିବା ଷ୍ଟ୍ରିକ ଲିଭର କ୍ୟାନସରରେ ପୀଡ଼ିତ। ଏଥିପାଇଁ ତାଙ୍କର ଚିକିତ୍ସା ଚାଲିଛି।

author-image
Hemant Lenka
ଅଦ୍ୟତନ ହୋଇଛି
ICC

ICC

ଜିମ୍ବାୱେର କିମ୍ବଦନ୍ତୀ କ୍ରିକେଟର ହିଥ ଷ୍ଟ୍ରିକ ଜୀବିତ ରହିଛନ୍ତି। ସେ ନିଜେ ତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିନ୍ତି। ଆଜି ସକାଳୁ କର୍କଟ ରୋଗରେ ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରଚାର ହୋଇଥିଲା। ଏହାକୁ ନେଇ କ୍ରିକେଟ ଜଗତ ମଧ୍ୟ ଶୋକ ପ୍ରକାଶ କରିଥିଲା। ହେଲେ ନିଜେ ଷ୍ଟ୍ରିକ ସେ ଜୀବିତ ଥିବା କହିଛନ୍ତି।

Advertisment

ତାଙ୍କ ମୃତ୍ୟୁ ଖବର ପ୍ରଚାର କରାଯିବା ଘଟଣାରେ ସେ ଆଘାତ ପାଇଛନ୍ତି ଓ ଏହା ପଛରେ ଥିବା ଲୋକ କିମ୍ବା ସଂଗଠନକୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି।

ଜିମ୍ବାୱେ ପାଇଁ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ଖେଳିଥିବା ଷ୍ଟ୍ରିକ ଲିଭର କ୍ୟାନସରରେ ପୀଡ଼ିତ। ଏଥିପାଇଁ ତାଙ୍କର ଚିକିତ୍ସା ଚାଲିଛି। ହେଲେ ଆଜି ସକାଳୁ ୪୯ ବର୍ଷ ବୟସରେ ଷ୍ଟ୍ରିକ ପ୍ରାଣ ହରାଇଥିବା ତାଙ୍କର ପୂର୍ବତନ ଟିମ ମେଟ୍‌ ଓଲଙ୍ଗା ଟ୍ୱିଟ(ଏବେ ଏକ୍ସ) କରି ସମସ୍ତଙ୍କୁ ଜଣାଇଥିଲେ।

Advertisment

ଭାରତୀୟ କ୍ରିକେଟର ରବି ଅଶ୍ୱିନଙ୍କ ଠାରୁ ଆରମ୍ଭ କରି ଅନେକ ବରିଷ୍ଠ କ୍ରିକେଟର ମଧ୍ୟ ଏହି ଖବର ପାଇ ଶୋକ ପ୍ରକାଶ କରିଥିଲେ। ବିଜୁଳି ବେଗରେ ମୃତ୍ୟୁ ଖବର ପ୍ରଚାର ହେବାରୁ ଷ୍ଟ୍ରିକ ନିଜେ ସାମ୍ନାକୁ ଆସି ସେ ଜୀବିତ ଥିବା ସମସ୍ତଙ୍କୁ ଜଣାଇଛନ୍ତି।

ସେ କହିଛନ୍ତି, “ଏହା ସଂପୂର୍ଣ୍ଣ ଗୁଜବ ଓ ମିଛ। ମୁଁ ଜୀବିତ ଓ ସୁସ୍ଥ ଅଛି। କୌଣସି ସତ୍ୟତା ନଥାଇ ଏପରି ଏକ କଥାକୁ ପ୍ରଚାର କରାଯିବା ଘଟଣାରେ ମୁଁ ମର୍ମାହତ ଓ ବ୍ୟଥିତ। ଏହାର ସୂତ୍ରଧର କ୍ଷମା ମାଗିବେ ବୋଲି ମୋର ବିଶ୍ୱାସ। ଏହି ଖବର ମୋତେ ଆଘାତ ଦେଇଛି।”

ଷ୍ଟ୍ରିକ ଅସୁସ୍ଥ ଥିବା ପ୍ରଥମେ ମାର୍ଚ୍ଚ ମାସରେ ଖବର ମିଳିଥିଲା। ଏହାପରେ ତାଙ୍କ ସମ୍ପର୍କରେ ଆଉ କୌଣସି ଅପଡେଟ ଆସି ନଥିଲା। କିନ୍ତୁ ବୁଧବାର ସକାଳୁ ସକାଳୁ ଷ୍ଟ୍ରିକଙ୍କ ମୃତ୍ୟୁ ଘଟିଥିବା ଖବର ବିଜୁଳି ବେଗରେ ପ୍ରଚାର ହୋଇଥିଲା।

ଜିମ୍ବାୱେ କ୍ରିକେଟ ଟିମ କ୍ୟାପ୍ଟେନ ସେନ ୱିଲିୟମ୍ସ ଓ ପୂର୍ବତନ କ୍ରିକେଟର ହେନରୀ ଓଲଙ୍ଗା ଟ୍ୱିଟ କରି ଷ୍ଟ୍ରିକଙ୍କ ପରଲୋକ ହୋଇଥିବା କହିଥିଲେ। ଏଥିସହ ସେମାନେ ଗଭୀର ଶୋକ ମଧ୍ୟ ପ୍ରକାଶ କରିଥିଲେ।

Cricket Zimbabwe Heath Streak