Advertisment

୧୫ କୋଟି ଟଙ୍କା ନିଜ ଦେଶରେ କେତେ ଡଲାର୍ ହେବ, ଜାଣିନାହାନ୍ତି ଏହି କ୍ରିକେଟର୍

ନୂଆଦିଲ୍ଲୀ: ଚଳିତ ଆଇପିଏଲର ନିଲାମରେ ବିଦେଶୀ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ବିଶେଷକରି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ନିଲାମରେ ଅଧିକ ଅଗ୍ରାଧିକାର ମିଳିଛି। କିନ୍ତୁ ଏଥିରୁ ବାଦ୍ ପଡ଼ିନାହାନ୍ତି ନ୍ୟୁଜିଲ୍ୟାଣ୍ଡର ଯୁବ ପେସ୍ ବୋଲର କାଇଲ୍ ଜେମିସନ୍, ଯାହାଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୫ କୋଟି ଟଙ୍କାରେ କିଣିଛି। ଏଥିସହ ଜେମିସନ୍ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଖେଳାଳି ଭାବେ ଆଇପିଏଲରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଛନ୍ତି। ତେବେ ଏତେ ଟଙ୍କାରେ ବିକ୍ରି ହେବାକୁ ବିଶ୍ୱାସ କରିପାରୁନାହାନ୍ତି ଜେମିସନ୍। ଏପିରିକି ୧୫ […]

୧୫ କୋଟି ଟଙ୍କା ନିଜ ଦେଶରେ କେତେ ଡଲାର୍ ହେବ, ଜାଣିନାହାନ୍ତି ଏହି କ୍ରିକେଟର୍

kyle

Advertisment

ନୂଆଦିଲ୍ଲୀ: ଚଳିତ ଆଇପିଏଲର ନିଲାମରେ ବିଦେଶୀ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ବିଶେଷକରି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ନିଲାମରେ ଅଧିକ ଅଗ୍ରାଧିକାର ମିଳିଛି। କିନ୍ତୁ ଏଥିରୁ ବାଦ୍ ପଡ଼ିନାହାନ୍ତି ନ୍ୟୁଜିଲ୍ୟାଣ୍ଡର ଯୁବ ପେସ୍ ବୋଲର କାଇଲ୍ ଜେମିସନ୍, ଯାହାଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୫ କୋଟି ଟଙ୍କାରେ କିଣିଛି। ଏଥିସହ ଜେମିସନ୍ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଖେଳାଳି ଭାବେ ଆଇପିଏଲରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଛନ୍ତି।

Advertisment

ତେବେ ଏତେ ଟଙ୍କାରେ ବିକ୍ରି ହେବାକୁ ବିଶ୍ୱାସ କରିପାରୁନାହାନ୍ତି ଜେମିସନ୍। ଏପିରିକି ୧୫ କୋଟି ଟଙ୍କା ନିଜ ଦେଶ ଅର୍ଥାତ୍ ନ୍ୟୁଜିଲ୍ୟାଣ୍ଡର ମୁଦ୍ରାରେ କେତେ ଡଲାର ହେବ, ତାହା ଭାବିବାରେ ଲାଗିପଡ଼ିଛନନ୍ତି। ଷ୍ଟଫ ଡଟ୍ କୋ ଡଟ୍ ଏନଜେଡକୁ ସାକ୍ଷାତ ଦେଇ ଜେମିସନ୍ କହିଛନ୍ତି, ମୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିଥିଲି ଏବଂ ମୁଁ ଫୋନ୍ ଦେଖିବାକୁ ଚେଷ୍ଟା କଲି। ମୁଁ ଭାବିଲି ବସିକି ଏହାର ଆନନ୍ଦ ଉଠାଇବି। ଆଇପିଏଲ୍ ନିଲାମରେ ନିଜ ନାଁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲି। ଏ ସମ୍ବନ୍ଧରେ ଶେନ୍ ବଣ୍ଡ୍ (ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ପେସ୍ ବୋଲର ଓ ମୁମ୍ବାଇ ଇଣ୍ଡିଆନ୍ସର ପେସ୍ ବୋଲିଂ କୋଚ୍) ସୂଚନା ଦେଉଥିଲେ।

ଶେଷରେ ଜାଣିବାକୁ ପାଇଲି ଯେ ମୋତେ ୧୫ କୋଟି ଟଙ୍କାରେ ଆରସିବି କିଣିଲା। ତେବେ ୧୫ କୋଟି ଟଙ୍କା ନ୍ୟୁଜିଲ୍ୟାଣ୍ଡରେ କେତେ ଡଲାର ହେବ, ତାହା ଜାଣିନଥିଲି। ମୁଁ ବଣ୍ଡଙ୍କ ସହ ଦୁଇ ତିନି ମିନିଟ୍ କଥା ହୋଇ ସହ ଏହି ବିଶେଷ ମୁହୂର୍ତ୍ତକୁ ଶେଆର୍ କରିବା ପରେ ଆତ୍ମସନ୍ତୋଷ ଲାଭ କରିଥିଲି।

Advertisment

ସୂଚନାଯୋଗ୍ୟ, ଜେମିସନ୍ ଭାରତ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ନିଜର ପେସ୍ ବୋଲିଂ ଦ୍ୱାରା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଖୁବ୍ ସମସ୍ୟାରେ ପକାଇଥିଲେ। ଏଥିପାଇଁ ଆରସିବି ଜେମିସନଙ୍କ ଉପରେ ବାଜି ଲଗାଇଥିଲା। ଜେମିସନ୍ ୨୦୨୦ରେ ଭାରତ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିତିଲେ। ଏହି ପେସ୍ ବୋଲର ତିନୋଟି ଯାକ ଫର୍ମାଟରେ କମାଲ୍ କରିଛନ୍ତି। ଜେମିସନ୍ ୬ ଟେଷ୍ଟରେ ୩୬ ୱିକେ୍ଟ ନେଇଥିବା ବେଳେ ୫୬ ହାରରେ ୨୨୬ ରନ କରିଛନ୍ତି।

IPL Auction 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe