Advertisment

ବର୍ଡର-ଗାଭାସ୍କର ଟ୍ରଫି: ବିରାଟଙ୍କ ସମ୍ପର୍କରେ ଏମିତି କହିଲେ ଷ୍ଟାର୍କ

ଯଦିଓ ହେଡ ଟୁ ହେଡରେ ବିରାଟଙ୍କ ପଲା ଭାରି ରହିଛି, ତଥାପି ଷ୍ଟାର୍କ ସିରିଜ ପୂର୍ବରୁ ବଡ଼ କଥା କହିଛନ୍ତି।

author-image
Hemant Lenka
Virat

Virat

ଆସନ୍ତା ନଭେମ୍ବର ୨୨ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଆରମ୍ଭ ହେବ। ଭାରତୀୟ ଟିମ ଏଥିପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ବର୍ଡର-ଗାଭାସ୍କର ଟ୍ରଫିରେ ରନ ମେସିନ ବିରାଟ କୋହଲି ଓ ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଲଢ଼େଇକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

Advertisment

ବିରାଟ ଓ ଷ୍ଟାର୍କ ୧୯ଟି ଇନିଂସରେ ମୁହାଁମୁହିଁ ହୋଇଛନ୍ତି ଓ ଟେଷ୍ଟ ଫର୍ମାଟରେ ଭାରତର କିଙ୍ଗ ସବୁବେଳେ ବାମହାତୀ ଦ୍ରୁତ ବୋଲରଙ୍କ ବିରୋଧରେ ନିଜର ଦବଦବା ଦେଖାଇଛନ୍ତି। ଯଦିଓ ହେଡ ଟୁ ହେଡରେ ବିରାଟଙ୍କ ପଲା ଭାରି ରହିଛି, ତଥାପି ଷ୍ଟାର୍କ ସିରିଜ ପୂର୍ବରୁ ବଡ଼ କଥା କହିଛନ୍ତି। ବିରାଟଙ୍କ ସହ ମୈଦାନରେ ହେଉଥିବା ଲଢ଼େଇକୁ ସେ ଉପଭୋଗ କରନ୍ତି ବୋଲି ଷ୍ଟାର୍କ ମତ ରଖିଛନ୍ତି।

ସେ କହିଛନ୍ତି, “ବିରାଟ କୋହଲିଙ୍କ ସହ ମୋ ଲଢ଼େଇକୁ ମୁଁ ଉପଭୋଗ କରେ। ଏହାର କାରଣ ହେଲା ଆମେ ଦୁଇ ଜଣ ପରସ୍ପର ବିରୋଧରେ ଅନେକ କ୍ରିକେଟ ଖେଳିଛୁ। ମୋର ସବୁବେଳେ ଭଲ ଲଢ଼େଇ ହୋଇଥାଏ। ମୁଁ ତାଙ୍କୁ ଥରେ କି ଦୁଇ ଥର ଆଉଟ କରିଛି। ନିଃସନ୍ଦେହରେ ସେ ମୋ ବିରୋଧରେ ବେଶ କିଛି ରନ କରିଛନ୍ତି। ତେଣୁ ଏହା ସବୁବେଳେ ଭଲ ପ୍ରତିଯୋଗିତା ଓ ଆମେ ଦୁଇ ଜଣ ଏହାକୁ ଉପଭୋଗ କରିଥାଉ।”

Advertisment

ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଷ୍ଟାର୍କ ପ୍ରଶଂସା କରିଛନ୍ତି। ଏଥିସହ ତାଙ୍କ ଟିମ ସ୍ପିରିଟ କଥା ମଧ୍ୟ ଷ୍ଟାର୍କ କହିଛନ୍ତି। ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ଗୌତମ ଗମ୍ଭୀର ଦାୟିତ୍ୱ ନେବା ପରେ ତାଙ୍କର ଅସଲି ପରୀକ୍ଷା ବର୍ଡର-ଗାଭାସ୍କର ଟ୍ରଫିରେ ହେବ।

ଏହାପୂର୍ବରୁ ଷ୍ଟାର୍କ କହିଛନ୍ତି, “ମୁଁ କୋଲକାତା ସହ ମୋ ଅଭିଜ୍ଞତାରୁ କହୁଛି ଯେ ମ୍ୟାଚ୍‌ ସମ୍ପର୍କରେ ଚିନ୍ତା କରିବାରେ ଗୌତମ ଗମ୍ଭୀର ଜଣେ ଚମତ୍କାର ବ୍ୟକ୍ତି। ସେ ସବୁବେଳେ ପ୍ରତିପକ୍ଷଙ୍କ କଥା ଚିନ୍ତା କରନ୍ତି। ବୋଲିଂ ଆଟାକ ଦ୍ୱାରା କେମିତି ପ୍ରତିପକ୍ଷଙ୍କୁ ଆଉଟ କରାଯିବ ଓ ବ୍ୟାଟିଂ ଆଟାକ ଦ୍ୱାରା କେମିତି ରନ ବାହାରିବ, ତା’ର ରଣନୀତିରେ ସେ ବେଶ ମାହିର। ସେ ସବୁବେଳେ ଟିମ ଉପରେ ଫୋକସ କରନ୍ତି।”

Virat Kohli Border-Gavaskar Trophy Mitchell Starc