Advertisment

ବିରାଟ୍ କୋହଲି କହିଲେ ‘ଆଇ ଲଭ୍ ୟୁ’

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିବା ଡି’ଭିଲିୟର୍ସ ଫ୍ରାଞ୍ଚାଇଜି କ୍ରିକେଟ୍ ଖେଳିବା ଜାରି ରଖିଥିଲେ। ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଖେଳୁଥିଲେ। ସେ ଆରମ୍ଭରୁ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳି ଆଇପିଏଲର ଶୁଭାରମ୍ଭ କରିଥିଲେ। ଚତୁର୍ଥ ସିଜନ୍ ପରେ ସେ ଆରସିବି ପକ୍ଷରୁ ଖେଳିଥିଲେ। ସେତେବେଳୁ ସେ ବିରାଟ୍ କୋହଲି ଓ ତାଙ୍କର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବିରାଟ୍ କୋହଲି କହିଲେ ‘ଆଇ ଲଭ୍ ୟୁ’

ab-and-virat

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିବା ଡି'ଭିଲିୟର୍ସ ଫ୍ରାଞ୍ଚାଇଜି କ୍ରିକେଟ୍ ଖେଳିବା ଜାରି ରଖିଥିଲେ। ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଖେଳୁଥିଲେ। ସେ ଆରମ୍ଭରୁ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳି ଆଇପିଏଲର ଶୁଭାରମ୍ଭ କରିଥିଲେ। ଚତୁର୍ଥ ସିଜନ୍ ପରେ ସେ ଆରସିବି ପକ୍ଷରୁ ଖେଳିଥିଲେ। ସେତେବେଳୁ ସେ ବିରାଟ୍ କୋହଲି ଓ ତାଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ଆଜି ଯେତେବେଳ ଡି'ଭିଲିୟର୍ସ ଅବସର ଘୋଷଣା କଲେ, କୋହଲି ନିଜ ଭାବନାକୁ କାବୁ କରିପାରିନଥିଲେ ଏବଂ ଟ୍ୱିଟ୍ ମାଧ୍ୟମରେ ନିଜର ଖାସ୍ ବନ୍ଧୁଙ୍କୁ ଭାବାତ୍ମକ ବାର୍ତ୍ତା ପଠାଇଛନ୍ତି।

Advertisment

କୋହଲି ଟ୍ୱିଟ୍ କରି ଲେଖିଛନ୍ତି, ଏବିଙ୍କ ଏହି ନିଷ୍ପତ୍ତି ମୋତେ ବହୁତ ଦୁଃଖିତ କରିଛି। କିନ୍ତୁ ମୁଁ ଜାଣିଛି ତୁମେ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ସର୍ବଦା ସଠିକ୍ ନିଷ୍ପତ୍ତି ନେଇଛ। ଆଇ ଲଭ୍ ୟୁ'। ନିଜ ବନ୍ଧୁଙ୍କ ଠାରୁ ଏଭଳି ବାର୍ତ୍ତା ପାଇ ଡି'ଭିଲିୟର୍ସ ମଧ୍ୟ ଜବାବ ଦେଇ ଲେଖିଛନ୍ତି, 'ଲଭ୍ ୟୁ ଠୁ ମୋ ଭାଇ'।

https://twitter.com/imVkohli/status/1461610968039899137?s=20

କୋହଲି ଆଉଏକ ଟ୍ୱିଟ୍ କରି ଡି'ଭିଲିୟର୍ସଙ୍କୁ ନିଜ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କହିଛନ୍ତି। କୋହଲି ଲେଖିଛନ୍ତି, ଡି'ଭିଲିୟର୍ସ ଆମ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ମୁଁ ଯେତେ ଲୋକଙ୍କୁ ଭେଟିଛି, ସେମାନଙ୍କ ମଧ୍ୟରୁ ଡି'ଭିଲିୟର୍ସ ସବୁଠାରୁ ପ୍ରେରଣାଦାୟୀ ବ୍ୟକ୍ତି। ଆପଣ ଯାହା କରିଛନ୍ତି ଏବଂ ଆରସିବିକୁ ଯାହା ଦେଇଛନ୍ତି, ଆପଣ ତାକୁ ନେଇ ଗର୍ବ କରିପାରିବେ। ଆମର ବନ୍ଧୁତା ଏହି ଖେଳଠାରୁ ବହୁତ ଆଗରେ ଏବଂ ଏହା ଚିରଦିନ ପାଇଁ ରହିବ।

Advertisment

ଉଭୟ କୋହଲି ଓ ଡି'ଭିଲିୟର୍ସଙ୍କ ବର୍ତ୍ତମାନ ସମୟରେ ମହାନ ବ୍ୟାଟ୍ସମ୍ୟାନ୍ କୁହାଯାଉଛି। ଏହି ଯୋଡ଼ି ଆରସିବି ପାଇଁ ଅନେକ ସ୍ମରଣୀୟ ଇନିଂସ୍ ଖେଳିଛନ୍ତି। ଦୁହେଁ ମେ' ୧୪, ୨୦୧୬ରେ ବେଙ୍ଗାଲୁରୁରେ ଗୁଜରାଟ ଲାୟନ୍ସ ବିପକ୍ଷ ମ୍ୟାଚରେ ୨୨୯ ରନର ଭାଗିଦାରୀ କରିଥିଲେ, ଯାହା ଆଇପିଏଲ୍ ଇତିହାସରେ ସବୁଠାରୁ ବଡ଼ ଭାଗିଦାରୀ। କୋହଲି ସେହି ମ୍ୟାଚରେ ୫୫ ବଲରେ ୫ ଚୌକା ଓ ୮ ଛକା ସହ ୧୦୯ ଏବଂ ଡି'ଭିଲିୟର୍ସ ୫୨ ବଲରେ ୧୦ ଚୌକା ଓ ୧୨ ଛକା ସହ ୧୨୯ ରନର ଇନିଂସ୍ ଖେଳିଥିଲେ।