Advertisment

ଆଇସିସିର ଟି-୨୦ ବିଶ୍ୱକପ ଟିମରେ ୬ ଭାରତୀୟ, ରୋହିତ କ୍ୟାପ୍ଟେନ୍‌

ଆଇସିସିର ଗଠନ କରିଥିବା ଟିମରେ ଭାରତର ୬ ଜଣ ଖେଳାଳି ରହିଛନ୍ତି। ରୋହିତ ଶର୍ମାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମର ଅଧିନାୟକ କରିଛି ଆଇସିସି।

author-image
Hemant Lenka
Rohit

Rohit

ଟି-୨୦ ବିଶ୍ୱକପ ଶେଷ ହୋଇଛି। ୨୯ ଦିନର ଲଢ଼େଇ ୫୪ ମ୍ୟାଚ୍‌ ପରେ ଭାରତ ବିଶ୍ୱ ବିଜେତା ହୋଇଛି। ଏହାପରେ ଆଇସିସି ଟି-୨୦ ବିଶ୍ୱକପରେ ଖେଳାଳିଙ୍କ ପ୍ରଦର୍ଶନକୁ ଟିମ ଗଠନ କରିଛି।

Advertisment

ଆଇସିସିର ଗଠନ କରିଥିବା ଟିମରେ ଭାରତର ୬ ଜଣ ଖେଳାଳି ରହିଛନ୍ତି। ରୋହିତ ଶର୍ମାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମର ଅଧିନାୟକ କରିଛି ଆଇସିସି। ରୋହିତଙ୍କ ନେତୃତ୍ୱରେ ଭାରତ ୧୭ ବର୍ଷ ପରେ ଟି-୨୦ ଚାମ୍ପିୟନ ହୋଇଥିଲା। ସେହିପରି ଟି-୨୦ ବିଶ୍ୱକପର ଚଳିତ ସଂସ୍କରଣରେ ଟିମ ଇଣ୍ଡିଆ ଗୋଟିଏ ହେଲେ ବି ମ୍ୟାଚ୍‌ ହାରି ନାହିଁ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ମ୍ୟାଚ ବିଜୟୀ ୭୬ ରନର ଇନିଂସ ଖେଳିଥିବା ବିରାଟ କୋହଲିଙ୍କୁ କିନ୍ତୁ ଆଇସିସି ଶ୍ରେଷ୍ଠ ଏକାଦଶରେ ରଖି ନାହିଁ। ଆଇସିସି ଜୁଲାଇ ୧ରେ ୧୨ ଜଣ ଖେଳାଳିଙ୍କୁ ନେଇ ଟିମ ଗଠନ କରିଛି। ଏହି ୧୨ ଜଣଙ୍କ ମଧ୍ୟରେ ୪ ଦେଶର ଖେଳାଳି ରହିଛନ୍ତି।

Advertisment

ଭାରତ ବ୍ୟତୀତ କୌଣସି ବିଶ୍ୱକପରେ ପ୍ରଥମଥର ସେମି ଫାଇନାଲ ଖେଳିଥିବା ଆଫଗାନିସ୍ତାନର ୩ ଜଣ ଖେଳାଳି ମଧ୍ୟ ଆଇସିସି ଗଠନ କରିଥିବା ଟିମରେ ରହିଛନ୍ତି। ଅଷ୍ଟ୍ରେଲିଆର ଓ ୱେଷ୍ଟଇଣ୍ଡିଜରୁ ଜଣେ ଲେଖାଏ ଖେଳାଳି ରହିଛନ୍ତି। ଭାରତରୁ ରୋହିତ ଶର୍ମାଙ୍କ ବ୍ୟତୀତ ସୂର୍ଯ୍ୟ କୁମାର ଯାଦବ, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂହ ଆଇସିସି ଟିମରେ ରହିଛନ୍ତି।

ରୋହିତଙ୍କ ସହ ଦ୍ୱିତୀୟ ଓପନର ଭାବେ ଦଳରେ ଆଫଗାନିସ୍ତାନର ରହମନୁଲ୍ଲା ଗୁରବାଜ ରହିଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କ ଠାରୁ ଅଧିକ ରନ(୨୮୧) କରିଛନ୍ତି। ଏଥିରେ ୩ଟି ଅର୍ଦ୍ଧଶତକ ରହିଛି। ନଂ୩ରେ ୱେଷ୍ଟଇଣ୍ତିଜର ନିକୋଲସ ପୂରନ ରହିଛନ୍ତି। ୪ନଂରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଆଇସିସି ରଖିଛି।

ଅଲରାଉଣ୍ଡର ଭାବେ ଭାରତର ପାଣ୍ଡ୍ୟା, ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିସ ଓ ଭାରତର ଅକ୍ଷର ପଟେଲ ରହିଛନ୍ତି। ସ୍ପିନ ବୋଲିଂରେ ଅକ୍ଷରଙ୍କ ସହ ରାଶିଦ ଖାନ ରହିଛନ୍ତି। ଏହାପରେ ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ଆଫଗାନିସ୍ତାନର ଫଜଲହକ ଫାରୁକି ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି। ଟୁର୍ଣ୍ଣାମେଣ୍ଟ ୧୫ଟି ୱିକେଟ ନେଇଥିବା ଦକ୍ଷିଣ ଆଫ୍ରିକାର ଅନରିଚ ନୋର୍ଖିୟା ଦ୍ୱାଦଶ ଖେଳାଳି ଭାବେ ଆଇସିସି ଗଠନ କରିଥିବା ଟିମରେ ଅଛନ୍ତି।

ଆଇସିସିର ଟିମ

ରୋହିତ ଶର୍ମା(ଅଧିନାୟକ), ରହମନୁଲ୍ଲା ଗୁରାବାଜ(ୱିକେଟ କିପର), ନିକୋଲସ ପୂରନ, ସୂର୍ଯ୍ୟ କୁମାର ଯାଦବ, ମାର୍କସ ଷ୍ଟୋଇନିସ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରାଶିଦ ଖାନ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ଫଜଲହକ ଫାରୁକି।

ଦ୍ୱାଦଶ ଖେଳାଳି- ଅନରିଚ ନୋର୍ଖିୟା

Rohit Sharma ICC T20 World Cup T20 Cricket