ମହିଳା ଟି-୨୦ ବିଶ୍ୱକପ ପୂର୍ବରୁ ପୁରସ୍କାର ସମ୍ପର୍କରେ ବଡ଼ ଘୋଷଣା କଲା ଆଇସିସି

ଆଇସିସି ମହିଳା ଟି-୨୦ ବିଶ୍ୱକପ ଅକ୍ଟୋବର ୩ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଓ ସ୍କଟ ଲ୍ୟାଣ୍ଡ ମୁହାଁମୁହିଁ ହେବେ।

ICC

ଟି-୨୦ ବିଶ୍ୱକପ

Hemant Lenka
  • Published: Tuesday, 17 September 2024
  • Updated: 17 September 2024, 03:37 PM IST

Sports

Latest News

ଆସନ୍ତା ମାସରୁ ମହିଳା ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏହାପୂର୍ବରୁ ପୁରସ୍କାର ଅର୍ଥକୁ ନେଇ ବଡ଼ ଘୋଷଣା କରିଛି ଆଇସିସି। ପ୍ରଥମଥର ପାଇଁ ମହିଳାମାନେ ମଧ୍ୟ ପୁରୁଷଙ୍କ ଭଳି ସମାନ ପରିମାଣର ଆର୍ଥିକ ପୁରସ୍କାର ବିଶ୍ୱକପରେ ପାଇବେ। ଅର୍ଥାତ ପୁରୁଷ ଟି-୨୦ରେ ଯେତିକି ଟଙ୍କାର ପୁରସ୍କାର ରାଶି ବିଭିନ୍ନ ଦଳକୁ ମିଳିଥିଲା ମହିଳା ବିଶ୍ୱକପରେ ମଧ୍ୟ ସମାନ ପରିମାଣର ଅର୍ଥ ମିଳିବ।

କ୍ରିକେଟ ପ୍ରଥମ ଦଳଗତ କ୍ରୀଡ଼ା ଯେଉଁଠାରେ ଉଭୟ ପୁରୁଷ ଓ ମହିଳାମାନେ ବିଶ୍ୱକପରେ ସମାନ ପରିମାଣର ଆର୍ଥିକ ପୁରସ୍କାର ପାଇବେ। ଚଳିତ ବର୍ଷ ୟୁଏଇରେ ମହିଳା ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱକପ ବିଜେତା ଦଳକୁ ଆଇସିସି ୨.୩୪ ମିଳିୟନ ଡଲାର ପ୍ରଦାନ କରିବ। ୨୦୨୩ ତୁଳନାରେ ଏହା ୧୩୪% ଅଧିକ। ୨୦୨୩ରେ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଦଳକୁ କେବଳ ୧ ମିଲିୟନ ଡଲାର ମିଳିଥିଲା।

ବିଶ୍ୱକପର ରନର୍ସ ଅପ ଦଳକୁ ପୂର୍ବରୁ ୫୦୦,୦୦୦ ଡଲାର ମିଳୁଥିବା ବେଳେ ଏଥର ୧.୧୭ ମିଲିୟନ ଡଲାର ମିଳିବ। ସେମିଫାଇନାଲରେ ହାରିଥିବା ୨ ଦଳକୁ ୬୭୫,୦୦୦ ମିଲିୟନ ଡଲାର ଲେଖାଏ ଦିଆଯିବ। ୨୦୨୩ରେ ଏହାର ପରିମାଣ ୨୧୦,୦୦୦ ଡଲାର ଥିଲା।

Also Read

୨୦୨୪ ଟି-୨୦ ବିଶ୍ୱକପ ପାଇଁ ଆଇସିସି ମୋଟ ୭,୯୫୮,୦୮୦ ଡଲାରର ବ୍ୟବସ୍ଥା କରିଛି। ଏହା ୨୦୨୩ର ୨.୪୫ ମିଲିୟନ ଡଲାର ଠାରୁ ୨୨୫ ପ୍ରତିଶତ ଅଧିକ। ଗ୍ରୁପ ପର୍ଯ୍ୟାୟରେ ପ୍ରତିଟି ବିଜୟ ପାଇଁ ୩୧,୧୫୪ ଡଲାର ମିଳିବ। ଯେଉଁ ୬ଟି ଟିମ ସେମି ଫାଇନାଲକୁ ଯାଇ ପାରିବେ ନାହିଁ, ସେମାନଙ୍କ ମଧ୍ୟରେ ୧.୩୫ ମିଲିୟନ ଡଲାର ବଣ୍ଟା ଯିବ।

ପଏଣ୍ଟ ଟେବୁଲରେ ଥିବା ସ୍ଥାନ ଅନୁସାରେ ଟଙ୍କା ଦିଆଯିବ। ପ୍ରତି ଗ୍ରୁପରେ ତୃତୀୟ ଓ ୪ର୍ଥ ସ୍ଥାନରେ ରହୁଥିବା ଦଳକୁ ୨୭୦,୦୦୦ ଡଲାର ପ୍ରଦାନ କରିଯିବ। ୫ମ ସ୍ଥାନରେ ରହୁଥିବା ଦଳକୁ ୧୩୫,୦୦୦ ଡଲାର ମିଳିବ।

ବିଶ୍ୱକପରେ ଭାଗ ନେଉଥିବା ଦଳ ନିଶ୍ଚିତ ଭାବେ ୧୧୨,୫୦୦ ଡଲାର ପାଇବେ। ଆଇସିସି ମହିଳା କ୍ରିକେଟକୁ ଅଧିକ ଲୋକପ୍ରିୟ କରିବାକୁ ଚାହୁଁଛି। ୨୦୩୨ ସୁଦ୍ଧା ଏହା ଅଭିବୃଦ୍ଧି ଲକ୍ଷ୍ୟରେ ସଂସ୍ଥା ରହିଛି।

ଆଇସିସି ମହିଳା ଟି-୨୦ ବିଶ୍ୱକପ ଅକ୍ଟୋବର ୩ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଓ ସ୍କଟ ଲ୍ୟାଣ୍ଡ ମୁହାଁମୁହିଁ ହେବେ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ୨୩ଟି ମ୍ୟାଚ୍‌ ଖେଳିବେ। ଦୁବାଇ ଓ ସାରଜାରେ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story