Advertisment

ଧିମା ଓଭର ରେଟ୍ ପାଇଁ କଡ଼ା ଦଣ୍ଡର ବ୍ୟବସ୍ଥା କଲା ଆଇସିସି

ଦୁବାଇ: ଟି-୨୦ରେ ଧିମା ଓଭର ରେଟ୍‌ କରିବା ଏବେ ଦଳଗୁଡ଼ିକୁ ଆହୁରି ମହଙ୍ଗା ପଡ଼ିବ। ପୂର୍ବରୁ ମ୍ୟାଚ୍‌ ପରେ ଧିମା ଓଭର (ସ୍ଲୋ ଓଭର) ପାଇଁ ଦଣ୍ଡ ମିଳୁଥିଲା। ହେଲେ ଏବେ ମ୍ୟାଚ୍‌ ମଝିରେ ହିଁ ଧିମା ଓଭର ରେଟ୍‌ ପାଇଁ ଦଣ୍ଡ ବିଧାନ କରାଯିବ। କାରଣ ଶୁକ୍ରବାର ଆଇସିସି ଟି-୨୦ରେ ଧିମା ଓଭର ରେଟ୍‌ ପାଇଁ ବଡ଼ଧରଣର ଦଣ୍ଡ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛି। ଧିମା ଓଭର ରେଟ୍ ପାଇଁ ବୋଲିଂ କରୁଥିବା ଦଳକୁ ୩୦ […]

author-image
Hemant Lenka
ଅଦ୍ୟତନ ହୋଇଛି
ଧିମା ଓଭର ରେଟ୍ ପାଇଁ କଡ଼ା ଦଣ୍ଡର ବ୍ୟବସ୍ଥା କଲା ଆଇସିସି

ICC

ଦୁବାଇ: ଟି-୨୦ରେ ଧିମା ଓଭର ରେଟ୍‌ କରିବା ଏବେ ଦଳଗୁଡ଼ିକୁ ଆହୁରି ମହଙ୍ଗା ପଡ଼ିବ। ପୂର୍ବରୁ ମ୍ୟାଚ୍‌ ପରେ ଧିମା ଓଭର (ସ୍ଲୋ ଓଭର) ପାଇଁ ଦଣ୍ଡ ମିଳୁଥିଲା। ହେଲେ ଏବେ ମ୍ୟାଚ୍‌ ମଝିରେ ହିଁ ଧିମା ଓଭର ରେଟ୍‌ ପାଇଁ ଦଣ୍ଡ ବିଧାନ କରାଯିବ।

Advertisment

କାରଣ ଶୁକ୍ରବାର ଆଇସିସି ଟି-୨୦ରେ ଧିମା ଓଭର ରେଟ୍‌ ପାଇଁ ବଡ଼ଧରଣର ଦଣ୍ଡ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛି। ଧିମା ଓଭର ରେଟ୍ ପାଇଁ ବୋଲିଂ କରୁଥିବା ଦଳକୁ ୩୦ ଗଜ ବାହାରେ ୫ ବଦଳରେ ୪ ଜଣ ଫିଲ୍ଡରଙ୍କୁ ରଖିବାକୁ ପଡ଼ିବ। ଇନିଂସ ସରିବା ଯାଏ ଏହି ନିୟମ ଲାଗୁ ହେବ। ଫଳରେ ଶେଷ ଭାଗରେ ବ୍ୟାଟିଂ କରୁଥିବା ଟିମକୁ ଏହା ବେଶ୍‌ ଫାଇଦା ଦେବ। ଏହି ନୂଆ ନିୟମ ଚଳିତ ମାସରୁ ହିଁ ଲାଗୁ ହେବ।

ଜାନୁଆରୀ ୧୬ରେ ୱେଷ୍ଟଇଣ୍ଡିଜ ଓ ଆୟର୍ଲ୍ୟାଣ୍ଡ ଏହି ନୂଆ ନିୟମ ଅନୁସାରେ ମ୍ୟାଚ୍‌ ଖେଳିବେ। ଧିମା ଓଭର ରେଟ୍‌ ବ୍ୟତୀତ ଆଇସିସି ଦୁଇ ଇନିଂସ ମଝିରେ ଅତିରିକ୍ତ ଡ୍ରିଙ୍କ୍ସ ବ୍ୟବସ୍ଥାକୁ ମଧ୍ୟ ଅନୁମତି ଦେଇଛି।

Advertisment

ଆଇସିସିର କୋଡ ଅଫ କଣ୍ଡକ୍ଟର ୨.୨ ଧାରା ଅନୁଯାୟୀ, ଧିମା ଓଭର ରେଟ୍ ପାଇଁ ଏପରି କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି। ଆଇସିସି କହିଛି, ପ୍ଲେଇଂ କଣ୍ଡିସନର ଓଭର ରେଟ୍‌ ଅଧିନିୟମ ୧୩.୮ରେ ଏହି ଦଣ୍ଡ ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଅନୁଯାୟୀ, ଫିଲ୍ଡିଂ କରୁଥିବା ଦଳ ଇନିଂସର ଶେଷ ଓଭର୍‌ର ପ୍ରଥମ ବଲ୍‌ ଧାର୍ଯ୍ୟ କିମ୍ବା ପୁନଃଧାର୍ଯ୍ୟ ହୋଇଥିବା ସମୟ ଅନୁସାରେ ପକାଇବେ।

ଯଦି ଦଳ ଏପରି ସ୍ଥିତିରେ ନଥିବ, ତା’ହେଲେ ଇନିଂସ୍‌ର ବାକି ଓଭର୍‌ରେ ସେମାନଙ୍କୁ ଧିମା ଓଭର ରେଟ୍‌ ପାଇଁ ଦଣ୍ଡିତ କରାଯିବ। ନୂଆ ନିୟମ ଅନୁଯାୟୀ, ଇନିଂସ୍‌ର ବାକି ଓଭର୍‌ଗୁଡ଼ିକରେ ବୋଲିଂ କରୁଥିବା ଦଳକୁ ୩୦ ଗଜ ବାହାରେ ଜଣେ କମ ଖେଳାଳିଙ୍କ ସହ ଫିଲ୍ଡିଂ କରିବାକୁ ପଡ଼ିବ। ଉକ୍ତ ଖେଳାଳି ୩୦ ଗଜ ଭିତରେ ହିଁ ରହିବେ।

ଆଇସିସି କ୍ରିକେଟ କମିଟି ଧିମା ଓଭର ରେଟ୍ ବିରୋଧରେ ଏପରି ବ୍ୟବସ୍ଥା କରିବାକୁ ପ୍ରଥମେ ପ୍ରସ୍ତାବ ଦେଇଥିଲା। ଏହାକୁ ବିଚାରକୁ ନେଇ ଆଇସିସି ନୂଆ ନିୟମ ଲାଗୁ କରିଛି। ଏବେ ପାୱାର ପ୍ଲେ(ପ୍ରଥମ ୬ ଓଭର) ପରେ ୩୦ ଗଜ ବାହାରେ ୫ ଜଣ ଖେଳାଳି ରହିବାକୁ ଅନୁମତି ମିଳିଛି। କିନ୍ତୁ ନୂଆ ନିୟମ ଅନୁଯାୟୀ, ଧିମା ଓଭର ରେଟ୍‌ କଲେ ୩୦ ଗଜ ବାହାରେ ୪ ଜଣ ଖେଳାଳି ରହିପାରିବେ।

ଏଯାଏ ଆଇସିସି ଧିମା ଓଭର ରେଟ୍‌ ପାଇଁ ଦଳ ଓ ଅଧିନାୟକଙ୍କ ଉପରେ ଆର୍ଥିକ ଦଣ୍ଡ ଲଗାଉଥିଲା। ଏଥିସହ କ୍ୟାପ୍ଟେନକୁ ଗୋଟିଏ ଡିମେରିଟ ପଏଣ୍ଟ ମଧ୍ୟ ମିଳୁଥିଲା। ନୂଆ ନିୟମ ପରେ ମଧ୍ୟ ପୁରୁଣା ନିୟମ ବଳବତ୍ତର ରହିବ।

ଟି-୨୦ରେ ଆଉ ଏକ ନିୟମରେ ପରିବର୍ତ୍ତନ କରିଛି ଆଇସିସି। ଏଣିକି ଦ୍ୱିପାକ୍ଷିକ ସିରିଜ୍‌ରେ ଅତିରକ୍ତ କିନ୍ତୁ ବିକଳ୍ପ ଭାବେ ଅଢ଼େଇ ମିନିଟ୍‌ର ଡ୍ରିଙ୍କକ୍ସ ବ୍ରେକ ମିଳିବ। ଦୁଇ ଇନିଂସ୍‌ର ମଧ୍ୟ ଭାଗରେ ଟିମମାନେ ଚାହିଁଲେ ଏହି ଫାଇଦା ଉଠାଇ ପାରିବେ। ଉଭୟ ମହିଳା ଓ ପୁରୁଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଏହା ଲାଗୁ ହେବ।

Cricket ICC