Advertisment

ଚାମ୍ପିୟନ୍ସ ଟ୍ରଫି ବିଜେତାଙ୍କୁ କେତେ ଟଙ୍କା ମିଳିବ? ପୁରସ୍କାର ରାଶି ଘୋଷଣା କଲା ଆଇସିସି

ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ବିଜେତା, ରନର୍ସ ଅପ ଓ ଅନ୍ୟ ଦଳଗୁଡ଼ିକୁ କେତେ ଟଙ୍କା ଲେଖାଏ ମିଳିବ, ତା’ର ଘୋଷଣା କରିଛି।

ICC

ICC

Advertisment

ଦୀର୍ଘ ୮ ବର୍ଷ ପରେ ଫେରିଛି ଚାମ୍ପିୟନ୍ସ ଟ୍ରଫି। ୨୦୧୭ରେ ଶେଷ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଇଂଲଣ୍ଡରେ ଖେଳା ଯାଇଥିଲା। ଏଥର ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ପାକିସ୍ତାନ କରୁଛି। କିନ୍ତୁ ଭାରତ ତା’ର ମ୍ୟାଚ୍‌ ଗୁଡ଼ିକ ୟୁଏଇରେ ଖେଳିବ। ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ବିଜେତା, ରନର୍ସ ଅପ ଓ ଅନ୍ୟ ଦଳଗୁଡ଼ିକୁ କେତେ ଟଙ୍କା ଲେଖାଏ ମିଳିବ, ତା’ର ଘୋଷଣା କରିଛି।

Advertisment

ବିଶ୍ୱର ଟପ୍‌ ୮ ଟିମକୁ ନେଇ ଦିନିକିଆ ଫର୍ମାଟରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ। ଏହାର ବିଜେତାଙ୍କୁ ୨.୨୪ ମିଲିୟନ ଡଲାର ବା ପ୍ରାୟ ୨୦ କୋଟି ଟଙ୍କା ମିଳିବ। ଆର୍ଥିକ ପୁରସ୍କାର ବ୍ୟତୀତ ବିଜେତା ଦଳକୁ ଆଇସିସି ଟ୍ରଫି ୯ ତାରିଖ ଦିନ ଦିଆଯିବ। ଫାଇନାଲରେ ହାରୁଥିବା ଦଳକୁ ୧.୧୨ ମିଲିୟନ ଡଲାର, ସେମି ଫାଇନାଲକୁ ଯାଇଥିବା ଦୁଇ ଦଳକୁ ୫୬୦,୦୦୦ ଲେଖାଏ ଡଲାର ମିଳିବ। ମୋଟ ଉପରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ୬.୯ ମିଲିୟନ ଡଲାରର ପୁରସ୍କାର ଦେବ। ଏହା ୨୦୧୭ ଆର୍ଥିକ ପୁରସ୍କାର ତୁଳନାରେ ୫୩% ଅଧିକ।

ଆଇସିସିର ଘୋଷଣା ଅନୁଯାୟୀ, ଗ୍ରୁପ ପର୍ଯ୍ୟାୟରେ ପ୍ରତିଟି ବିଜୟ ପାଇଁ ଦଳଗୁଡ଼ିକୁ ୨୯ ଲକ୍ଷ ଟଙ୍କା ମିଳିବ। ୫ ଓ ୬ଷ୍ଠ ସ୍ଥାନରେ ଅଭିଯାନ ଶେଷ କଲେ ୩ କୋଟି ଲେଖାଏ ଦିଆଯିବ। ୭ମ ଓ ୮ମ ସ୍ଥାନରେ ରହୁଥିବା ଦଳ ୧.୨ କୋଟି ଲେଖାଏ ପାଇବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଭାଗ ନେଇଥିବା ପ୍ରତିଟି ଦଳ ନିଶ୍ଚିତ ଭାବେ ୧୨୫,୦୦୦ ଡଲାର ବା ୧.୦୮ କୋଟି ଟଙ୍କା ପାଇବେ।

Advertisment

ଚାମ୍ପିୟନ୍ସ ଟ୍ରଫି ପୁରସ୍କାର ଅର୍ଥ

ବିଜେତା- ୨୦.୮ କୋଟି

ରନର୍ସ ଅପ ୧୦.୪ କୋଟି

ସେମି ଫାଇନାଲ- ୫.୨ କୋଟି

୫ମ ଓ ୬ଷ୍ଠ ସ୍ଥାନ – ୩ କୋଟି

୭ମ ଓ ୮ମ ସ୍ଥାନ- ୧.୨ କୋଟି

ପ୍ରତିଟି ମ୍ୟାଚ୍‌(ବିଜୟୀ) - ୨୯ ଲକ୍ଷ

୧୯୯୬ ପରେ ପାକିସ୍ତାନ କୌଣସି ଆଇସିସି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ୨ ସପ୍ତାହ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ମ୍ୟାଚକୁ ବାଦ ଦେଲେ ବାକି ମ୍ୟାଚ୍‌ଗୁଡ଼ିକ କରାଚି, ଲାହୋର ଓ ରାୱଲପିଣ୍ଡିରେ ଖେଳାଯିବ। ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଥିବା ୮ ଦଳକୁ ୨ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୪ଟି ଲେଖାଏ ଟିମ ରହିଛନ୍ତି। ଗ୍ରୁପ ପର୍ଯ୍ୟାୟରେ ପ୍ରତି ଦଳ ବାକି ୩ ଟିମ ସହ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ। ଏହାପରେ ପ୍ରତି ଗ୍ରୁପର ଟପ୍‌ ୨ଟି ଟିମ ସେମି ଫାଇନାଲକୁ ଯିବ।

ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫି ପ୍ରତି ୪ ବର୍ଷରେ ଥରେ ହୋଇଥାଏ। ଶେଷ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ୨୦୧୭ରେ ଆୟୋଜନ ହୋଇଥିଲା। କରୋନା ପାଇଁ ୨୦୨୧ରେ ଏହା ହୋଇ ପାରି ନଥିଲା। ଏବେ ୮ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ପୁଣି ଆରମ୍ଭ ହେବାକୁ ଯାଉଛି। ୨୦୧୭ର ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଚୀରପ୍ରତିଦ୍ୱନ୍ଦ୍ୱୀ ଭାରତକୁ ହରାଇ ପ୍ରଥମଥର ଚାମ୍ପିୟନ ହୋଇଥିଲା। ୨୦୧୩ରେ ଭାରତ ଫାଇନାଲରେ ଇଂଲଣ୍ଡକୁ ହରାଇଥିଲା।

India ICC Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe