Advertisment

WTC ଫାଇନାଲ ଜିତିଲେ କେତେ ଟଙ୍କା ମିଳିବ? ପୁରସ୍କାର ରାଶି ଘୋଷଣା କଲା ଆଇସିସି

ଆଇସିସିର ସୂଚନା ଅନୁଯାୟୀ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୨୦୨୧-୨୩ ସାଇକେଲରେ ଥିବା ମୋଟ ୯ଟି ଦଳକୁ ୩୧.୪ କୋଟି ଟଙ୍କା ମିଳିବ।

author-image
Hemant Lenka
WTC

WTC

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC) ଫାଇନାଲ ମ୍ୟାଚ୍‌ ଆସନ୍ତା ଜୁନ ୭ରୁ ଆରମ୍ଭ ହେବ। ଭାରତ ଓ ଅଷ୍ଟ୍ରେଲିଆ ଟ୍ରଫି ପାଇଁ ଇଂଲଣ୍ଡରେ ଲଢ଼େଇ କରିବେ। ଏହାପୂର୍ବରୁ ଆଇସିସି ପକ୍ଷରୁ ଫାଇନାଲ ମ୍ୟାଚ୍‌ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ଟ୍ରଫି ଜିତିବାକୁ ଥିବା ଦଳ କେତେ ଟଙ୍କା ପାଇବ ଓ ଅନ୍ୟାନ୍ୟ ଦଳ ପାଇଁ କେତେ ଟଙ୍କା ପାଇବେ, ତା’ର ବିସ୍ତୃତ ତଥ୍ୟ ଆଇସିସି ଦେଇଛି।

Advertisment

ଆଇସିସିର ସୂଚନା ଅନୁଯାୟୀ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୨୦୨୧-୨୩ ସାଇକେଲରେ ଥିବା ମୋଟ ୯ଟି ଦଳକୁ ୩୧.୪ କୋଟି ଟଙ୍କା ମିଳିବ। ୨୦୧୯-୨୧ ସାଇକେଲରେ ମଧ୍ୟ ସମାନ ଅର୍ଥ ମିଳିଥିଲା। WTC ଫାଇନାଲରେ ଟ୍ରଫି ଜିତିବାକୁ ଥିବା ଦଳକୁ ୧୩.୨୨ କୋଟି ଟଙ୍କା ଦିଆଯିବ। ସେହିପରି ରନର୍ସ ଅପକୁ ୬.୬୧ କୋଟି ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡ଼ିବ।

ପୁରସ୍କାର ରାଶିରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇନି। ପ୍ରଥମ ସଂସ୍କରଣ ଭଳି ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ଟିମକୁ ୩.୮ ମିଲିୟନ ଡଲାର ମିଳିବ। ସେହିପରି ରନର୍ସ ଅପ ଦଳ ୧.୬ ମିଲିୟନ ଡଲାର ପାବେ। ୨୦୨୧ରେ ଖେଳାଯାଇଥିବା WTC ଫାଇନାଲରେ ଭାରତକୁ ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ ହରାଇଥିଲା। ଏଥର ମଧ୍ୟ ଭାରତ ଫାଇନାଲକୁ ଯାଇଛି। ଏଥର ଭାରତ ଆଗରେ ଅଷ୍ଟ୍ରେଲିଆ ରହିଛି।

Advertisment

ଚଳିତ ବର୍ଷ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଥିବା ବେଳେ ଭାରତ ଦୁଇ ନମ୍ବର ସ୍ଥାନରେ ରହିଥିଲା। ତେଣୁ ଏହି ଦୁଇ ଦଳ ଫାଇନାଲ ମ୍ୟାଚ୍‌ ଖେଳିବେ।

ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ୩.୭୨ କୋଟି ଟଙ୍କା ପାଇବ। ୪ର୍ଥ ସ୍ଥାନରେ ଥିବା ଇଂଲଣ୍ଡ ୨.୯ କୋଟି, ୫ମରେ ଥିବା ଶ୍ରୀଲଙ୍କା ୧.୬୫ କୋଟି, ୬ଷ୍ଠରେ ଥିବା ନ୍ୟୁଜିଲ୍ୟାଣ୍ଡ, ୭ମରେ ଥିବା ପାକିସ୍ତାନ, ୮ମରେ ଥିବା ୱେଷ୍ଟଇଣ୍ଡିଜ ଓ ୯ମରେ ଥିବା ବାଂଲାଦେଶ ୮୨.୭ ଲକ୍ଷ ଟଙ୍କା ଲେଖାଏ ପାଇବେ।

India Vs Australia World Test Championship Finale WTC