ICC
ଜାନୁଆରୀ ୧୯ରୁ ଫେବୃଆରୀ ୧୧ ଯାଏ ଚାଲିବାକୁ ଥିବା ଅଣ୍ଡର ୧୯ ବିଶ୍ୱକପର ମ୍ୟାଚ୍ ସୂଚୀ ଆଜି ଆଇସିସି ପକ୍ଷରୁ ଜାରି କରାଯାଇଛି। ପୂର୍ବରୁ ବିଶ୍ୱକପ ଶ୍ରୀଲଙ୍କାରେ ଖେଳାଯିବାକୁ ଥିଲା। କିନ୍ତୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଆଇସିସି ସସପେଣ୍ଡ କରି ଦେଇଛି। ତେଣୁ ଶ୍ରୀଲଙ୍କା ବଦଳରେ ଅଣ୍ଡର ୧୯ ବିଶ୍ୱକପ ଦକ୍ଷିଣ ଆଫ୍ରିକାରେ ଖେଳାଯିବ।
ବିଶ୍ୱକପରେ ଭାଗ ନେବାକୁ ଥିବା ୧୬ଟି ଦଳ ମୋଟ ୪୧ଟି ମ୍ୟାଚ୍ ଖେଳିବେ। ଡିଫେଣ୍ଡିଂ ଚାମ୍ପିୟନ ଭାରତ ଜାନୁଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳି ବିଶ୍ୱକପ ଅଭିଯାନକ ଆରମ୍ଭ କରିବ। ପ୍ରଥମ ଦିନ ୨ଟି ମ୍ୟାଚ୍ ଖେଳାଯିବ। ଉଦଘାଟନୀ ମ୍ୟାଚ୍ରେ ଆୟର୍ଲ୍ୟାଣ୍ଡ ଓ ଆମେରିକା ମୁହାଁମୁହିଁ ହେବେ। ଦିବସର ଦ୍ୱିତୀୟ ମ୍ୟାଚ୍ରେ ଆୟୋଜକ ଦକ୍ଷିଣ ଆଫ୍ରିକାର ମୁକାବିଲା ୱେଷ୍ଟଇଣ୍ତିଜ ସହ ହେବ।
ଜାନୁଆରୀ ୨୦ରେ ଭାରତ ମ୍ୟାଚ୍ ବ୍ୟତୀତ ସ୍କଟଲ୍ୟାଣ୍ଡ ବନାମ ଇଂଲଣ୍ଡ ଓ ପାକିସ୍ତାନ ବନାମ ଆଫଗାନିସ୍ତାନ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ। ଫେବୃଆରୀ ୬ରେ ପ୍ରଥମ ସେମି ଫାଇନାଲ ଓ ୮ରେ ଦ୍ୱିତୀୟ ସେମି ଫାଇନାଲ ଅନୁଷ୍ଠିତ ହେବ। ଫେବୃଆରୀ ୧୧ରେ ବିଶ୍ୱକପ ଫାଇନାଲ ମ୍ୟାଚ୍ ୱିଲୋମୋରେ ପାର୍କରେ ଖେଳାଯିବ।
ଭାରତ ଗ୍ରୁପ ଏରେ ରହିଛି। ଭାରତ ସହ ଏହି ଗ୍ରୁପରେ ବାଂଲାଦେଶ, ଆୟର୍ଲ୍ୟାଣ୍ଡ ଓ ଆମେରିକା ରହିଛନ୍ତି। ଗ୍ରୁପ ବି’ରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ସ୍କଟଲ୍ୟାଣ୍ଡ।
ଗ୍ରୁପ ସିରେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଜିମ୍ବାୱେ ଓ ନାମ୍ବିଆ। ଗ୍ରୁପ ଡି’ରେ ପାକିସ୍ତାନ, ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ନେପାଳ ରହିଛନ୍ତି। ପ୍ରତି ଗ୍ରୁପର ଟପ୍ ୩ ଦଳ ପରବର୍ତ୍ତୀ ରାଉଣ୍ଡକୁ ଯିବେ। ଉକ୍ତ ରାଉଣ୍ଡ ଶ୍ରେଷ୍ଠ ୪ ଦଳ ସେମି ଫାଇନାଲ ଖେଳିବେ। ଶେଷରେ ୨ ଦଳ ମଧ୍ୟ ଫାଇନାଲ ମ୍ୟାଚ୍ ଖେଳାଯିବ।
ବିଶ୍ୱକପ ୧୯ରୁ ଆରମ୍ଭ ହେଉଥିବା ବେଳେ ଜାନୁଆର ୧୩ରୁ ୧୭ ଯାଏ ଅଭ୍ୟାସ ମ୍ୟାଚ୍ ଖେଳାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/ICC_1702309331.jpg)