Advertisment

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ ମ୍ୟାଚକୁ ଆତଙ୍କୀ ଧମକ; ପ୍ରତିକ୍ରିୟା ରଖିଲା ICC

ନ୍ୟୁୟର୍କ ସିଟିରେ ଜୁନ୍ ୯ରେ ଦୁଇ ଚିର-ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ।

author-image
Debibandita Barick
India & Pakistan Captain

India & Pakistan Captain

ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ। ଏଥର ଆମେରିକା ଓ ୱୋଷ୍ଟେଣ୍ଡିଜ ମିଳିତ ଭାବେ ବିଶ୍ୱକପ ଆୟୋଜନ କରୁଛନ୍ତି। ଜୁନ୍ ୩ରେ ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ ଜୁନ୍ ୯ରେ ଦୁଇ ଚିର-ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମଧ୍ୟରେ ରହିଛି ମୁକାବିଲା। ଏହି ମ୍ୟାଚ୍ ଦିନ ଆତଙ୍କୀ ହମଲା ନେଇ ଧମକ ମିଳିବା ପରେ ଆଇସିସି ଓ ଆୟୋଜକ ପ୍ରତିକ୍ରିୟା ରଖିଛନ୍ତି।

Advertisment

ESPNCricinfo ରିପୋର୍ଟ ଅନୁସାରେ, ଷ୍ଟାଡିୟମକୁ ଆତଙ୍କୀ ଧମକକୁ ନେଇ ଆଇସିସି ମୁଖପାତ୍ର କହିଛନ୍ତି, "ଆମେ ଏ ବାବଦରେ ଅବଗତ ଅଛୁ। ଇଭେଣ୍ଟରେ ପ୍ରତିଟି ବ୍ୟକ୍ତିଙ୍କ ସୁରକ୍ଷା ଓ ନିରାପତ୍ତା ଆମର ପ୍ରଥମ ପ୍ରାଥମିକତା। ଏଥିପାଇଁ ଆମେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛୁ। ଆୟୋଜକ ଦେଶର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଆମେ ସଜାଗ ରହିଛୁ।"

CBSE ନ୍ୟୁଜ୍ ରିପୋର୍ଟ ଅନୁସାରେ, ଭାରତ-ପାକିସ୍ତାନ ମ୍ୟାଚ୍ ଦିନ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଫ୍ୟାନ୍ସଙ୍କୁ ଷ୍ଟାଡିୟମ ଏଣ୍ଟ୍ରି ସମୟରେ ମେଟାଲ ଡିଟେକ୍ଟରରେ ଯାଞ୍ଚ କରାଯିବ। ସେମାନଙ୍କୁ ବ୍ୟାଗ କିମ୍ବା ଡ୍ରୋନ୍ ନେବାକୁ ବାରଣ କରାଯାଇଛି। ଷ୍ଟାଡିୟମ ବାହାରେ କେବଳ ଭିଆଇପି ଟିକେଟ୍ କରିଥିବା ବ୍ୟକ୍ତି ପାର୍କିଂ କରିପାରିବେ। ଏଥିପାଇଁ ଅନ୍ୟମାନଙ୍କୁ ଅନୁମତି ଦିଆଯାଇ ନାହିଁ। 

Advertisment

ଏହାକୁ ନେଇ ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥି ହୋଚୁଲ କହିଛନ୍ତି, ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଞ୍ଚଳରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଲୋକଙ୍କୁ ଏକ ମନିଟରିଂ ଏବଂ ପୁଙ୍ଖାନୁପୁଙ୍ଖ ସ୍କ୍ରିନିଂ ପ୍ରକ୍ରିୟା ଦେଇ ଯିବାକୁ ପଡିବ। ବର୍ତ୍ତମାନ ସମୟରେ କୌଣସି ସୁରକ୍ଷା ବିପଦ ନାହିଁ, କିନ୍ତୁ ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ।

ପ୍ରକାଶ ଥାଉକି, ଟି-୨୦ ବିଶ୍ୱକପର କିଛି ମ୍ୟାଚ୍ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବ। ଜୁନ୍ ୩ରୁ ୧୨ ମଧ୍ୟରେ ସମ୍ପୂର୍ଣ୍ଣ ଆଠଟି ମ୍ୟାଚ୍ ଆମେରିକାର ନ୍ୟୁୟର୍କ ସହରରେ ଥିବା ଆଇଜେନହାୱାର ପାର୍କରେ ଖେଳାଯିବ। ଏହି ଷ୍ଟାଡିୟମରେ ଜୁନ୍ ୯ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ରହିଛି। ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମରେ ଆତଙ୍କୀ ହମଲା ନେଇ ଭିଡିଓ ପୋଷ୍ଟ ଯୋଗେ ଧମକ ଦେଇଛି ISIS ଆତଙ୍କବାଦୀ ସଂଗଠନ।

ICC India VS Pakistan T20 WC T20 WC Terrorists Threat