Advertisment

ତ୍ରୁଟି ସୁଧାରିଲା ଆଇସିସି: ଭାରତ ନୁହେଁ, ଟେଷ୍ଟରେ ଏବେ ବି ଅଷ୍ଟ୍ରେଲିଆ ନଂ ୧

ଆଜି ମଧ୍ୟାହ୍ନରେ ଆଇସିସି ପକ୍ଷରୁ ଟେଷ୍ଟ ଟିମ୍‌ ରାଙ୍କିଙ୍ଗକୁ ଅପଡେଟ କରାଯାଇଥିଲା। ଏହି ସମୟରେ ଭାରତ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚି ଯାଇଥିବା ଦର୍ଶାଯାଇଥିଲା।

ICC

ICC

Advertisment

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କରିଥିବା ତ୍ରୁଟିକୁ ସୁଧାରିଛି। ଭାରତ ନୁହେଁ ଏବେ ବି ଟେଷ୍ଟରେ ଅଷ୍ଟ୍ରେଲିଆ ୧ନଂ ସ୍ଥାନରେ ରହିଥିବା ଆଇସିସି କହିଛି। ଆଜି ମଧ୍ୟାହ୍ନରେ ଆଇସିସି ପକ୍ଷରୁ ଟେଷ୍ଟ ଟିମ୍‌ ରାଙ୍କିଙ୍ଗକୁ ଅପଡେଟ କରାଯାଇଥିଲା। ଏହି ସମୟରେ ଭାରତ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚି ଯାଇଥିବା ଦର୍ଶାଯାଇଥିଲା।

Advertisment

ଏନେଇ ବିଭିନ୍ନ ଗଣମାଧ୍ୟମ ଖବର ମଧ୍ୟ ପ୍ରସାରଣ କରିଥିଲେ। ଭାରତ ପ୍ରଥମଥର ପାଇଁ ଦିନିକିଆ, ଟେଷ୍ଟ ଓ ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିବା ଭଳି କୀର୍ତ୍ତିମାନ ମଧ୍ୟ ହାସଲ କରିଥିବା ସୋଶାଲ ମିଡିଆରେ ଟ୍ରେଣ୍ଡ କରିଥିଲା। କିନ୍ତୁ ସନ୍ଧ୍ୟା ବେଳକୁ ଆଇସିସି ତା’ ୱେବସାଇଟ୍‌ରେ ଦେଖାଦେଇଥିବା ବୈଷୟିକ ତ୍ରୁଟିକୁ ସୁଧାରିଛି। ବାସ୍ତବରେ ଭାରତ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ଏଯାଏ ପହଞ୍ଚିନି। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ପୂର୍ବଭଳି ୧ନଂ ସ୍ଥାନରେ ରହିଛି। କିନ୍ତୁ ଦିନିକିଆ ଓ ଟି-୨୦ରେ ଭାରତ ୧ନଂ ସ୍ଥାନ ଦଖଲ କରିଛି।

ଆଇସିସି ପକ୍ଷରୁ ତ୍ରୁଟି ସୁଧାରି କୁହାଯାଇଛି ଯେ ଅଷ୍ଟ୍ରେଲିଆ ୨୯ଟି ମ୍ୟାଚ୍‌ରୁ ୧୨୬ ପଏଣ୍ଟ ସହ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି। ଭାରତ ୩୨ ମ୍ୟାଚ୍‌ରୁ ୧୧୫ ପଏଣ୍ଟ ସହ ୨ନଂରେ ଅଛି। ସେହିପରି ଇଂଲଣ୍ଡ ୧୦୭ ପଏଣ୍ଟ ସହ ତୃତୀୟ ଓ ଦକ୍ଷିଣ ଆଫ୍ରିକା ୧୦୨ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।

Advertisment

ଭାରତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇଥିଲା। ଏହାପରେ ଦଳ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଥିବା ଆଇସିସି ପକ୍ଷରୁ ମଧ୍ୟାହ୍ନରେ ଅପଡେଟ କରାଯାଇଥିଲା। କିନ୍ତୁ ଏବେ ଏହାକୁ ଠିକ କରାଯାଇଛି।

ଅନ୍ୟପକ୍ଷରେ ବାକି ପ୍ଲେୟାର ରାଙ୍କିଙ୍ଗରେ କୌଣସି ପରିବର୍ତ୍ତନ କରାଯାଇନି। ଟେଷ୍ଟ ବ୍ୟାଟିଂ ରାଙ୍କିରେ ଋଷଭ ପନ୍ତ ୭ମ ଓ ରୋହିତ ଶର୍ମା ୮ମ ସ୍ଥାନରେ ଅଛନ୍ତି। ବୋଲିଂ ରାଙ୍କିଙ୍ଗର ୨ନଂ ସ୍ଥାନରେ ରବି ଅଶ୍ୱିନ ଓ ଆହତ ସତ୍ତ୍ୱେ ଯଶପ୍ରୀତ ବୁମ୍ରା ୫ମ ସ୍ଥାନ ଦଖଲ କରିଛନ୍ତି। ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗରେ ରବୀନ୍ଦ୍ର ଜାଡେଜା ୧ନଂ ଓ ଅଶ୍ୱିନ ୨ନଂ ସ୍ଥାନରେ ଅଛନ୍ତି।

ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୬ଷ୍ଠ ସ୍ଥାନରେ ଶୁବମନ ଗିଲ, ୭ମରେ ବିରାଟ କୋହଲି ଓ ୯ମ ସ୍ଥାନରେ ରୋହିତ ଶର୍ମା ଅଛନ୍ତି। ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସିରାଜ ପୂର୍ବଭଳି ରହିଛନ୍ତି।

ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ହରାଇ ଭାରତ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଥିଲା। ଦିନିକିଆରେ ଭାରତ ୧ନଂ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨ନଂ, ନ୍ୟୁଜିଲ୍ୟାଣ୍ତ ୩ନଂ, ଇଂଲଣ୍ଡ ୪ନଂରେ ଓ ପାକିସ୍ତାନ ୫ନଂରେ ରହିଛି। ସେହିପରି ଟି-୨୦ରେ ମଧ୍ୟ ଭାରତ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଓ ପାକିସ୍ତାନ ଯଥାକ୍ରମେ ୨ୟ ଏବଂ ୩ୟ ସ୍ଥାନରେ ଅଛନ୍ତି।

ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ଓ ଅଲରାଉଣ୍ଡର ରାଙ୍କିଙ୍ଗର ୨ୟ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି।

Bcci Indian Cricket Team ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe