ଟି-୨୦ ବିଶ୍ୱକପ୍ ଆନ୍ଥେମ ରିଲିଜ୍, ନୂଆ ଅବତାରରେ କୋହଲି ଓ ପୋଲାର୍ଡ

ଦୁବାଇ: ଆଇସିସି ଆଗାମୀ ଟି-୨୦ ବିଶ୍ୱକପର ଅଫିସିଆଲ୍ ଆନ୍ଥେମ ଓ ପ୍ରଚାର ଅଭିଯାନ ସମ୍ବନ୍ଧିତ ଫିଲ୍ମ ରିଲିଜ୍ କରିଛି। ଏହି ଫିଲ୍ମରେ ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ଓ ୱେଷ୍ଟଇଣ୍ଡିଜ୍ ଟିମର ଅଲରାଉଣ୍ଡର କାଇରନ୍ ପୋଲାର୍ଡଙ୍କ ସମେତ କିଛି ଖେଳାଳିଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି। ବଲିଉଡର ସଂଗୀତ ନିର୍ଦ୍ଦେଶକ ଅମିତ୍ ତ୍ରିବେଦୀଙ୍କର ସଂଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଆନିମିନେଟେଡ ଫିଲ୍ମରେ ସମଗ୍ର ବିଶ୍ୱରେ ଟି-୨୦ର ଯୁବ ପ୍ରଶଂସକ ତଥା ଏହି ଖେଳର କିଛି ନାମୀ […]

t20-world-cup

Ranjit Kumar Jena
  • Published: Thursday, 23 September 2021
  • , Updated: 23 September 2021, 10:20 PM IST

ଦୁବାଇ: ଆଇସିସି ଆଗାମୀ ଟି-୨୦ ବିଶ୍ୱକପର ଅଫିସିଆଲ୍ ଆନ୍ଥେମ ଓ ପ୍ରଚାର ଅଭିଯାନ ସମ୍ବନ୍ଧିତ ଫିଲ୍ମ ରିଲିଜ୍ କରିଛି। ଏହି ଫିଲ୍ମରେ ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ଓ ୱେଷ୍ଟଇଣ୍ଡିଜ୍ ଟିମର ଅଲରାଉଣ୍ଡର କାଇରନ୍ ପୋଲାର୍ଡଙ୍କ ସମେତ କିଛି ଖେଳାଳିଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି।

ବଲିଉଡର ସଂଗୀତ ନିର୍ଦ୍ଦେଶକ ଅମିତ୍ ତ୍ରିବେଦୀଙ୍କର ସଂଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଆନିମିନେଟେଡ ଫିଲ୍ମରେ ସମଗ୍ର ବିଶ୍ୱରେ ଟି-୨୦ର ଯୁବ ପ୍ରଶଂସକ ତଥା ଏହି ଖେଳର କିଛି ନାମୀ କିମ୍ବଦନ୍ତୀଙ୍କୁ ସାମିଲ୍ କରାଯାଇଛି। ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ଖେଳାଳି ୟୁନିଟର ନେତୃତ୍ୱ କରୁଛନ୍ତି। ଏଥିରେ ଡିଫେଣ୍ଡିଂ ଚାମ୍ପିୟନ୍ ୱେଷ୍ଟଇଣ୍ଡିଜର କ୍ୟାପଟେନ୍ ପୋଲାର୍ଡ, ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଓ ଆଫଗାନିସ୍ତାନର ରାଶିଦ୍ ଖାନ୍ ମଧ୍ୟ ସାମିଲ୍ ଅଛନ୍ତି।

https://twitter.com/ICC/status/1440957203792515077?s=20

ପୋଲାର୍ଡ କହିଛନ୍ତି, ୱେଷ୍ଟଇଣ୍ଡିଜ୍ ଜର୍ସି ପିନ୍ଧିବା ଏବଂ ମଇଦାନରେ ପାଦ ରଖିବା ସର୍ବଦା ଖାସ୍ ହୋଇଥାଏ। ଆଗାମୀ ବିଶ୍ୱକପ୍ ଆମକୁ ଆହରୁ ଖୁସିର ମୁହୂର୍ତ୍ତ ଦେବ। ଆମେ ଜାଣିଛୁ ଯେ ଆମର ପ୍ରଶଂସକ ଏଥିରେ ପୂରା ସାମିଲ୍ ହେବେ, ମ୍ୟାଚ୍ ଦେଖିବେ ଓ ସମର୍ଥନ କରିବେ। ଆମେ ସେମାନଙ୍କୁ ଖୁସି କରାଇବା ଲାଗି ବହୁତ କିଛି ଦେବାକୁ ଚାହୁଁଛୁ।

କୋଭିଡ୍-୧୯ ମହାମାରୀ ପରେ କ୍ରିକେଟର ସବୁଠାରୁ ବଡ଼ ପ୍ରତିଯୋଗିତାରେ ଦୁନିଆର ୧୬ଟି ଦେଶ ଭାଗ ନେବେ। ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୭ରୁ ଓମାନ୍ ଓ ୟୁଏଇରେ ଆରମ୍ଭ ହେବ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୪ରେ ଦୁବାଇରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଉଦଘାଟନ ମ୍ୟାଚରେ ଆୟୋଜକ ଓମାନର ସାମ୍ନା ପାପୁଆ ନ୍ୟୁ ଗିନି ସହ ହେବ। ଏହି ମୁକାବିଲା ମାସ୍କଟର ଓମାନ୍ କ୍ରିକେଟ୍ ଏକାଡେମୀରେ ଖେଳାଯିବ।

Related story