Advertisment

ଆମେରିକାରେ ବିଶ୍ୱକପ ଆୟୋଜନ କରି ୧୬୭ କୋଟି ହରାଇଲା ଆଇସିସି

ମ୍ୟାଚ୍‌ରୁ ଆଇସିସି ଯେତିକି ଆଶା କରିଥିଲା, ସେହି ଅନୁସାରେ ଫଳ ପାଇନାହିଁ। ଆମେରିକାରେ ମଧ୍ୟ କ୍ରିକେଟର ଲୋକପ୍ରିୟତା ବୃଦ୍ଧି କରିବାରେ ଆଇସିସି ସଫଳତା ହାସଲ କରିପାରି ନାହିଁ।

ICC

ICC

Advertisment

ଆମେରିକାରେ ପ୍ରଥମଥର ଟି-୨୦ ବିଶ୍ୱକପ ଆୟୋଜନ କରି ଆଇସିସି ନୂଆ ଇତିହାସ ସହ ନିଜର ଛାପ ଛାଡ଼ିବାକୁ ଚେଷ୍ଟା କରିଥିଲା। କିନ୍ତୁ ଆମେରିକାରେ ଟି-୨୦ ବିଶ୍ୱକପର ଅଧିକାଂଶ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଆୟୋଜନ କରି ଆଇସିସି ୧୬୭ କୋଟି ବା ୨୦ ମିଲିୟନ ଡଲାରର କ୍ଷତି ସହିଛି।

Advertisment

ମ୍ୟାଚ୍‌ରୁ ଆଇସିସି ଯେତିକି ଆଶା କରିଥିଲା, ସେହି ଅନୁସାରେ ଫଳ ପାଇନାହିଁ। ଆମେରିକାରେ ମଧ୍ୟ କ୍ରିକେଟର ଲୋକପ୍ରିୟତା ବୃଦ୍ଧି କରିବାରେ ଆଇସିସି ସଫଳତା ହାସଲ କରିପାରି ନାହିଁ।

ଶୁକ୍ରବାର ଠାରୁ ୨୨ ତାରିଖ ଯାଏ କଲମ୍ବୋରେ ଆଇସିସିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଏପରି ଆର୍ଥିକ କ୍ଷତିର ରିପୋର୍ଟ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

Advertisment

ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ ଆଇସିସି ଟି-୨୦ ବିଶ୍ୱକପର ପ୍ରାରମ୍ଭିକ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକ ଆମେରିକାରେ ଆୟୋଜନ କରିଥିଲା। ଏହା ମଧ୍ୟରେ ବହୁପ୍ରତିକ୍ଷୀତ ଭାରତ-ପାକିସ୍ତାନ ମ୍ୟାଚ୍‌ ନ୍ୟୁୟର୍କରେ ଆୟୋଜନ କରାଯାଇଥିଲା। ଏହି ସବୁ ମ୍ୟାଚରୁ ଆଇସିସି ଯେତିକି ଆର୍ଥିକ ଲାଭ ପାଇବ ବୋଲି ଆଶା ରଖିଥିଲା, ସେପରି ହୋଇନାହିଁ। ୧୬୭ କୋଟି ଟଙ୍କାର କ୍ଷତି ସହିବା ପରେ ଆଇସିସିର ଯୋଜନା ଓ କାର୍ଯ୍ୟକାରିତାକୁ ନେଇ ଚିନ୍ତା ପ୍ରକାଶ ପାଇଛି।

ଆମେରିକାରେ ଆଇସିସିକୁ ଲଜିଷ୍ଟିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଆଶା ଠାରୁ କମ ଟିକେଟ ବିକ୍ରି ହୋଇଥିଲା। ଭାରତ-ପାକିସ୍ତାନ ମ୍ୟାଚ୍‌ରେ ମଧ୍ୟ ଆଶା ଅନୁସାରେ ଟିକେଟ ବିକ୍ରି ହୋଇ ନଥିଲା।

ଆମେରିକାରେ ଅପରେସନାଲ ଖର୍ଚ୍ଚ ମଧ୍ୟ ଅଧିକ ରହିଥିଲା। ବର୍ଷା ଯୋଗୁ ଅଧିକାଂଶ ମ୍ୟାଚ୍‌କୁ ମଧ୍ୟ ବାତିଲ କରିବାକୁ ପଡ଼ିଥିଲା। ଏକାଧିକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଆୟୋଜନ ହୋଇପାରି ନଥିଲା। 

ତେଣୁ ଆଇସିସିକୁ ମ୍ୟାଚ୍‌ଗୁଡ଼ିକ ପରିଚାଳନା କରିବା ଓ ଖେଳାଳିଙ୍କୁ ଉପଯୁକ୍ତ ସେବା ଦେବାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏବେ ୧୬୭ କୋଟି ଟଙ୍କାର କ୍ଷତି ଆଇସିସିର ପୀଡ଼ାକୁ ଆହୁରି ବଢ଼ାଇ ଦେଇଛି।

ଏହା ଉପରେ ଆଇସିସିର ବାର୍ଷିକ ସମ୍ମିଳନୀରେ ଆଲୋଚନା ହେବ। ଏହାପରେ ଭବିଷ୍ୟତରେ ଆଇସିସି କିପରି କ୍ଷତି ସହିବ ନାହିଁ, ତା’ ଉପରେ ମାନସମନ୍ଥନ କରିବ ବୋଲି ଜଣାପଡ଼ିଛି।

ICC T20 Match T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe