Advertisment

ସରିଲା ପ୍ରତୀକ୍ଷା, ରବିବାରଠାରୁ ଟି-୨୦ ବିଶ୍ୱକପ୍

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ରବିବାର ଠାରୁ ବାଜିବାକୁ ଯାଉଛି ପୁରୁଷ ଟି-୨୦ ବିଶ୍ୱକପ୍। ରବିବାର ଠାରୁ ରାଉଣ୍ଡ-୧ ଖେଳାଯିବ। ଏଥିରେ ମୋଟ ୮ଟି ଟିମ୍ ଭାଗ ନେଉଛନ୍ତି। ଆସନ୍ତାକାଲି ଗ୍ରୁପ୍-ବି’ରେ ବାଂଲାଦେଶ ଟିମର ସାମ୍ନା ସ୍କଟଲ୍ୟାଣ୍ଡ ବିପକ୍ଷରେ ହେବ। ବାଂଲାଦେଶ ଟିମକୁ ପ୍ରଥମ ରାଉଣ୍ଡର ଗ୍ରୁପ୍-ବି’ରେ ସ୍କଟଲ୍ୟାଣ୍ଡ, ଆୟୋଜକ ଓମାନ୍ ଓ ପାପୁଆ ନ୍ୟୁ ଗିନୀ (ପିଏନଜି) ସହ ରଖାଯାଇଛି। ଗ୍ରୁପର ଦୁଇ ଟପ୍ ଟିମ୍ ସୁପର୍-୧୨ରେ ସ୍ଥାନ ହାସଲ କରିବେ। ଗ୍ରୁପ୍-ବି’ର ଅନ୍ୟଏକ ମୁକାବିଲା ଓମାନ୍ […]

author-image
Ranjit Kumar Jena
ସରିଲା ପ୍ରତୀକ୍ଷା, ରବିବାରଠାରୁ ଟି-୨୦ ବିଶ୍ୱକପ୍

t20

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ରବିବାର ଠାରୁ ବାଜିବାକୁ ଯାଉଛି ପୁରୁଷ ଟି-୨୦ ବିଶ୍ୱକପ୍। ରବିବାର ଠାରୁ ରାଉଣ୍ଡ-୧ ଖେଳାଯିବ। ଏଥିରେ ମୋଟ ୮ଟି ଟିମ୍ ଭାଗ ନେଉଛନ୍ତି। ଆସନ୍ତାକାଲି ଗ୍ରୁପ୍-ବି’ରେ ବାଂଲାଦେଶ ଟିମର ସାମ୍ନା ସ୍କଟଲ୍ୟାଣ୍ଡ ବିପକ୍ଷରେ ହେବ। ବାଂଲାଦେଶ ଟିମକୁ ପ୍ରଥମ ରାଉଣ୍ଡର ଗ୍ରୁପ୍-ବି’ରେ ସ୍କଟଲ୍ୟାଣ୍ଡ, ଆୟୋଜକ ଓମାନ୍ ଓ ପାପୁଆ ନ୍ୟୁ ଗିନୀ (ପିଏନଜି) ସହ ରଖାଯାଇଛି। ଗ୍ରୁପର ଦୁଇ ଟପ୍ ଟିମ୍ ସୁପର୍-୧୨ରେ ସ୍ଥାନ ହାସଲ କରିବେ। ଗ୍ରୁପ୍-ବି’ର ଅନ୍ୟଏକ ମୁକାବିଲା ଓମାନ୍ ଓ ପିଏନଜି ମଧ୍ୟରେ ଖେଳାଯିବ।

Advertisment

କ୍ୱାଲିଫାଇଙ୍ଗ ଗ୍ରୁପ୍-ଏ’ରେ ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା ଓ ନାମିବିଆ ରହିଛନ୍ତି। ସୁପର୍-୧୨ର ମୁକାବିଲା ଅକ୍ଟୋବର ୨୩ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ୍ ମଧ୍ୟରେ ୪୫ ମୁକାବିଲା ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ନଭେମ୍ବର ୧୪ ତାରିଖରେ ଅନୁଷ୍ଠିତ ହେବ। ଫାଇନାଲୋ ମ୍ୟାଚ୍ ଯଦି ଖରାପ ପାଗ କିମ୍ବା ବର୍ଷା ଯୋଗୁ ହୋଇପାରିଲା ନାହିଁ, ତାହେଲେ ଦୁଇ ଟିମକୁ ଯୁଗ୍ମ ଭାବେ ବିଜେତା ଘୋଷଣା କରାଯିବ।

ବାଂଲାଦେଶ ଟିମ୍ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ କ୍ୟାଲେଣ୍ଡର ବର୍ଷରେ ୯ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ବିଜୟ ହାସଲ କରିଛି। ସେହିପରି ଦକ୍ଷିଣ ଆଫ୍ରିକା ୧୨ ମ୍ୟାଚ୍ ଜିତିଛି। ବାଂଲାଦେଶ ଜିମ୍ବାୱେ (୨-୧), ଅଷ୍ଟ୍ରେଲିଆ (୪-୧) ଏବଂ ନ୍ୟୁଜିଲ୍ୟାଣ୍ଡ (୩-୨) ବିପକ୍ଷରେ ସିରିଜ୍ ଜିତିଛି। ଯଦି ବାଂଲାଦେଶ ଗ୍ରୁପ୍-ବି’ରେ ଶୀର୍ଷରେ ରହି କ୍ୱାଲିଫାଏ କରେ, ତାହେଲେ ସୁପର୍-୧୨ରେ ଟିମ୍ ଭାରତ, ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ତଥା ଗ୍ରୁପ୍-ଏ’ର ରନର୍ସଅପ୍ ଟିମକୁ ଭେଟିବ।

Advertisment

ଲିଗ୍ ରାଉଣ୍ଡରେ ଯଦି ବର୍ଷା ହୁଏ, ତାହେଲେ ଅତିକମରେ ୫ ଓଭର ବିଶିଷ୍ଟ ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ସେମିଫାଇନାଲ୍ ଓ ଫାଇନାଲରେ ଗୋଟିଏ ଇନିଂସରେ ଅତିକମରେ ୧୦ ଓଭର ବିଶିଷ୍ଟ ଖେଳାଯିବା ଜରୁରୀ।

ସୂଚନାଯୋଗ୍ୟ, ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ଯାଏ ଓମାନ୍ ଓ ୟୁଏଇରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ କ୍ୱାଲିଫାଇଙ୍ଗ୍ ଇଭେଣ୍ଟ ହେବ, ଯେଉଁଥିରେ ୮ଟି ଟିମ୍ ରାଉଣ୍ଡ-୧୨କୁ କ୍ୱାଲିଫାଏ କରିବା ଲାଗି ଖେଳିବେ। ପ୍ରଥମ ରାଉଣ୍ଡରୁ ୪ଟି ଟିମ୍ ରାଉଣ୍ଡ-୧୨ରେ ଯୋଗ ଦେବେ। ରାଉଣ୍ଡ-୧ରେ ଶ୍ରୀଲଙ୍କା, ବାଂଲାଦେଶ, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନାମିବିଆ, ଓମାନ୍ ଓ ପାପୁଆ ନ୍ୟୁ ଜିନି ରହିଛନ୍ତି।

ଟି-୨୦ ବିଶ୍ୱକପର ଆୟୋଜନ ଭାରତରେ ହେବାକୁ ଥିଲା, କିନ୍ତୁ ଦେଶରେ କରୋନା ମାମଲା ବଢ଼ୁଥିବାର ଦେଖିବା ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ କରିବା ପାଇଁ ନିଷ୍ପତ୍ତି ନେଇଥିଲା।

ICCT20 World Cup 2021