/odisha-reporter/media/post_attachments/uploads/2022/10/pak.jpg)
pak
ମେଲବର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପ୍ର ହାଇଭୋଲଟେଜ୍ ମ୍ୟାଚ୍ରେ ଆଜି ଭାରତକୁ ୧୬୦ ରନ୍ର ଲକ୍ଷ୍ୟ ଦେଇଛି ପାକିସ୍ତାନ। ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିପାରିଛି।
Advertisment
ପାକିସ୍ତାନ ପକ୍ଷରୁ ବାବର ଆଜମ (ଅଧିନାୟକ) କୌଣସି ରନ୍ ନ କରି ଆଉଟ୍ ହୋଇଥିବା ବେଳେ ମହମ୍ମଦ ରିଜୱାନ (ୱିକେଟ୍ କିପର) ୪ ରନ୍, ଶାନ୍ ମାସୁଦ ଅପରାଜିତ ୫୨ ରନ୍(୪୨ ବଲ୍, ୫ ଚୌକା), ଇଫ୍ତିଖର ଅହମଦ ୫୧ ରନ୍(୩୪ ବଲ୍, ୨ ଚୌକା, ୪ ଛକା), ଅସିଫ ଅଲି ୨ ରନ୍, ହାଇଦର ଅଲି ୨ ରନ୍, ଶଦାବ ଖାନ (ଉପଅଧିନାୟକ) ୫ ରନ, ମହମ୍ମଦ ନୱାଜ ୯ ରନ୍, ଶହୀନ ଶାହ ଆଫ୍ରିଦି ୧୬ ରନ୍, ହରିସ ରୌଫ ୬ ରନ୍ କରିଥିଲେ।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
