Advertisment

ICC ଦିନିକିଆ ଟିମ୍‌ ଅଫ୍ ଦି ଇୟର୍‌: ସ୍ଥାନ ପାଇଲେ ୬ ଭାରତୀୟ ଖେଳାଳି

ବିରାଟ କୋହଲିଙ୍କ ସମେତ ୬ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି।

author-image
Madhupriya Mistry
Rohit Sharma

Rohit Sharma

ଆଇସିସି ପକ୍ଷରୁ ଦିନିକିଆ ଟିମ୍‌ ଅଫ ଦି ଇୟର ଘୋଷଣା ହୋଇଛି। ଏଥିରେ ଭାରତୀୟ ଖେଳାଳିଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ରୋହିତ ଶର୍ମାଙ୍କୁ କ୍ୟାପ୍‌ଟେନ୍‌ ଅଫ୍‌ ଦ ଇୟର୍‌ କରାଯାଇଛି। ସେହିପରି ଦଳରେ ଭାରତର ୬ ଜଣ ଖେଳାଳିକୁ ସ୍ଥାନ ମିଳିଛି। ବିରାଟ କୋହଲି, ଶୁଭମନ ଗିଲ, ମହମ୍ମଦ ଶାମି, ମହମ୍ମଦ ସିରାଜ ଓ କୁଲଦୀପ ଯାଦବଙ୍କୁ ଏହି ଦଳରେ ସାମିଲ ହୋଇଛନ୍ତି।

Advertisment

ଅନ୍ୟପଟେ ଅଷ୍ଟ୍ରେଲିଆରୁ ୨ ଜଣ ଖେଳାଳି ଆସିଛନ୍ତି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି ମଧ୍ୟ ବର୍ଷର ଦିନିକିଆ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଏହି ଦଳରେ ନ୍ୟୁଜିଲାଣ୍ଡର ଜଣେ ଖେଳାଳି ବି ସ୍ଥାନ ପାଇଛନ୍ତି।

ଆଇସିସି ପକ୍ଷରୁ ଘୋଷଣା ହୋଇଥିବା ଟିମ୍‌ରେ ରୋହିତ ଶର୍ମା ଓ ଶୁଭମନ ଗିଲ୍‌ଙ୍କୁ ଓପନର୍‌ ଭାବେ ଚୟନ କରାଯାଇଛି। ଦିନିକିଆ ବିଶ୍ୱକପ ଫାଇନାଲରେ ଚମତ୍କାର ଶତକ ସ୍କୋର କରି ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିୟନ କରିଥିବା ଟ୍ରାଭିସ ହେଡ ମଧ୍ୟ ଏହି ଦଳରେ ସାମିଲ ହୋଇଛନ୍ତି।
ବିରାଟ କୋହଲି ୪ ନମ୍ବରରେ ଥିବାବେଳେ ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ଏହି ଦଳରେ ୫ ନମ୍ବରରେ ଅଛନ୍ତି।

Advertisment

ଦିନିକିଆ ବିଶ୍ୱକପ୍‌ରେ କୋହଲି ନିଜର ଜବରଦସ୍ତ ପ୍ରଦର୍ଶନ ସହିତ ପ୍ଲେୟାର ଅଫ ସିରିଜ ଟାଇଟଲ ଜିତିବାରେ ସଫଳ ହୋଇଥିଲେ। ୨୦୨୩ ଦିନିକିଆ ବିଶ୍ୱକପରେ ଡାରିଲ ମିଚେଲଙ୍କ ପ୍ରଦର୍ଶନ ମଧ୍ୟ ଭଲ ଥିଲା। ଏସବୁ ବ୍ୟତୀତ ଆଇସିସି ଦକ୍ଷିଣ ଆଫ୍ରିକାର ହେନରିଚ କ୍ଲାସେନଙ୍କୁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ଦଳରେ ସାମିଲ କରାଯାଇଛି।

ଏଥିସହିତ ମାର୍କୋ ଜାନସେନ ଅଲ୍‌ରାଉଣ୍ଡର ଭାବେ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ଆଇସିସି ଆଡାମ ଜାମ୍ପା ଏବଂ କୁଲଦୀପ ଯାଦବଙ୍କୁ ଦିନିକିଆ ଟିମ ଅଫ ଦି ଇୟରରେ ସ୍ପିନର ଭାବେ ସାମିଲ କରିଛି। ଏଥି ସହିତ ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମି ମଧ୍ୟ ଏହି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।

ଦିନିକିଆ ଟିମ ଅଫ ଦି ଇୟର-୨୦୨୩
ରୋହିତ ଶର୍ମା (କ୍ୟାପଟେନ) ଭାରତ, ଶୁବମାନ ଗିଲ (ଭାରତ), ଟ୍ରାଭିସ ହେଡ (ଅଷ୍ଟ୍ରେଲିଆ), ବିରାଟ କୋହଲି (ଭାରତ), ଡାରିଲ ମିଚେଲ (ନ୍ୟୁଜିଲାଣ୍ଡ), ହେନ୍‌ରିକ୍‌ କ୍ଲାସେନ (ଦକ୍ଷିଣ ଆଫ୍ରିକା)- ଓ୍ୱିକେଟ୍‌ କିପର୍‌। ମାର୍କୋ ଜନସେନ (ଦକ୍ଷିଣ ଆଫ୍ରିକା), ଆଡାମ ଜାମ୍ପା (ଅଷ୍ଟ୍ରେଲିଆ) ), ମହମ୍ମଦ ସିରାଜ (ଭାରତ), କୁଲଦୀପ ଯାଦବ, (ଭାରତ), ମହମ୍ମଦ ଶାମି (ଭାରତ)।

Rohit Sharma ICC Men's ODI Team Of The Year 2023