Advertisment

T20 World Cup: ବାଂଲାଦେଶ ସାମ୍ବାଦିକଙ୍କୁ ନୂଆ ଆଶା ଦେଲା ଆଇସିସି

ପ୍ରଥମେ କିଛି ସାମ୍ବାଦିକଙ୍କ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଥିଲା। ଏବେ ଆଇସିସି ପୁଣି ଏହା ଉପରେ କାମ ଆରମ୍ଭ କରି ସେମାନଙ୍କୁ ନୂଆ ଆଶା ଦେଇଛି। କିଛି ବାଂଲାଦେଶ ସାମ୍ବାଦିକ ଦାବି କରିଥିଲେ ଯେ ସେମାନଙ୍କ ଆକ୍ରେଡିସନ ଆବେଦନକୁ ଖାରଜ କରି ଦିଆଯାଇଛି।

World-Cup

ସାମ୍ବାଦିକ

Advertisment

ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ଟି-୨୦ ବିଶ୍ୱକପର ରିପୋର୍ଟିଂ କରିବାକୁ ଚାହୁଁଥିବା ବାଂଲାଦେଶ ସାମ୍ବାଦିକଙ୍କ ମିଡିଆ ଆକ୍ରେଡିସନ ଉପରେ ପୁଣି କାମ ଆରମ୍ଭ କରିଛି ଆଇସିସି। ସୁରକ୍ଷା ଆଳରେ ବାଂଲାଦେଶ ଜାତୀୟ ଟିମ ବିଶ୍ୱକପରୁ ଓହରି ଯାଇଥିଲେ ହେଁ ଢାକାର ସାମ୍ବାଦିକମାନେ ଟୁର୍ଣ୍ଣାମେଣ୍ଟକୁ କଭର କରିବାକୁ ଚାହୁଁଛନ୍ତି।

Advertisment

ପ୍ରଥମେ କିଛି ସାମ୍ବାଦିକଙ୍କ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଥିଲା। ଏବେ ଆଇସିସି ପୁଣି ଏହା ଉପରେ କାମ ଆରମ୍ଭ କରି ସେମାନଙ୍କୁ ନୂଆ ଆଶା ଦେଇଛି। 
କିଛି ବାଂଲାଦେଶ ସାମ୍ବାଦିକ ଦାବି କରିଥିଲେ ଯେ ସେମାନଙ୍କ ଆକ୍ରେଡିସନ ଆବେଦନକୁ ଖାରଜ କରି ଦିଆଯାଇଛି। ହେଲେ ଆଇସିସି ଆବେଦନ ପ୍ରକ୍ରିୟାକୁ ପରିବର୍ତ୍ତନ କରି ଏହା ଉପରେ ବିଚାର କରୁଥିବା କହିଛି।

ଆଇସିସି ପକ୍ଷରୁ କୁହାଯାଇଛି ଯେ “ଆବେଦନ ସଂଖ୍ୟା ଓ ସୂଚୀରେ ପରିବର୍ତ୍ତନ ହେବାରୁ ପୁନଃ କାର୍ଯ୍ୟକ୍ଷମ ପ୍ରକ୍ରିୟା ଜାରି ରହିଛି। ଆକ୍ରେଡିସନ ତାଲିକା ସେହି ଅନୁସାରେ ପ୍ରସ୍ତୁତ କରାଯିବ।” ସୂତ୍ର ଅନୁସାରେ, ବାଂଲାଦେଶର ୮୦ରୁ ୯୦ ଜଣ ସାମ୍ବାଦିକ ମିଡିଆ ଆକ୍ରେଡିସନ ପାଇଁ ଆବେଦନ କରିଥିଲେ। ଯଦି ବି ସେମାନଙ୍କ ଟିମ ବିଶ୍ୱକପରେ ଭାଗ ନେଇଥାଆନ୍ତା, ତା’ହେଲେ ମଧ୍ୟ ଏତେ ସଂଖ୍ୟକ ସାମ୍ବାଦିକଙ୍କ ଆବେଦନକୁ ଗ୍ରହଣ କରା ଯାଇ ନଥାଆନ୍ତା।

Advertisment

ଯଦି ଦେଶ ଅନୁସାରେ ସଂରକ୍ଷଣ ବ୍ୟବସ୍ଥାକୁ ଦେଖିବେ, ତା’ହେଲେ ଏହା ୪୦ରୁ ଅଧିକ ହେବ ନାହିଁ। ଆଇସିସି ଦେଶର ବୋର୍ଡ ଅନୁସାରେ ପଦକ୍ଷେପ ନେଇଥାଏ ଓ ସେହି ଅନୁସାରେ ଆବେଦନକୁ ଗ୍ରହଣ ଏବଂ ପ୍ରତ୍ୟାଖ୍ୟାନ କରିଥାଏ। 

ଏହି ପ୍ରସଙ୍ଗରେ ବାଂଲାଦେଶ କ୍ରିକେଟ ବୋର୍ଡର ମିଡିଆ ଅଧିକାରୀ ଅମଜାଦ ହୁସେନ କହିଛନ୍ତି ଯେ “ଏହି ନିଷ୍ପତ୍ତି ଗତକାଲି ଆସିଛି। ଆମେ ଘଟଣା ସମ୍ପର୍କରେ ତଥ୍ୟ ମାଗିଛୁ। ଆଇସିସିକୁ ଜବାବ ତଲବ କରାଯାଇଛି। ଏହା ଗୋଟିଏ ଆଭ୍ୟନ୍ତରୀଣ ଓ ସମ୍ବେଦନଶୀଳ ପ୍ରସଙ୍ଗ। କାହିଁକି ଏମିତି ଘଟିଲା ଆମେ ଜାଣିବାକୁ ଚାହୁଁଛୁ।”

ବାଂଲାଦେଶର ଜଣେ ବରିଷ୍ଠ ସାମ୍ବାଦିକଙ୍କ କହିବା କଥା ଯେ ସେ ୮ରୁ ୯ଟି ଆଇସିସି ବିଶ୍ୱକପର(T20 World Cup) ରିପୋର୍ଟିଂ କରିଛନ୍ତି। ପ୍ରଥମଥର ପାଇଁ ତାଙ୍କ ଆବେଦନ ଖାରଜ ହୋଇଛି। ସେ ପୁନଃ ଆବେଦନ କରିବା ପୂର୍ବରୁ ବିସିବିର ସ୍ପଟୀକରଣକୁ ଅପେକ୍ଷା କରିଥିବା କହିଛନ୍ତି। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe