Advertisment

ଆଇସିସିର ବିଶ୍ୱକପ ଟିମରେ ୬ ଭାରତୀୟ, ଅଷ୍ଟ୍ରେଲିଆର ମାତ୍ର ୨

୧୪୦ କୋଟି ଭାରତୀୟଙ୍କୁ ସ୍ତବ୍ଧ କରି ଅଷ୍ଟ୍ରେଲିଆ ବିଶ୍ୱ ବିଜେତା ହୋଇଛି। ଆୟୋଜକ ଭାରତକୁ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଅଦ୍ୟତନ ହୋଇଛି
ICC

ICC

Advertisment

ଦୀର୍ଘ ୪୬ ଦିନ ଧରି ଚାଲିଥିବା ଦିନିକିଆ ବିଶ୍ୱକପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୧୪୦ କୋଟି ଭାରତୀୟଙ୍କୁ ସ୍ତବ୍ଧ କରି ଅଷ୍ଟ୍ରେଲିଆ ବିଶ୍ୱ ବିଜେତା ହୋଇଛି। ଆୟୋଜକ ଭାରତକୁ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

Advertisment

ଅଷ୍ଟ୍ରେଲିଆ ଏହାକୁ ମିଶାଇ ୬ଷ୍ଠ ଥର ପାଇଁ ବିଶ୍ୱକପ ଜିତିଛି। ଦିନିକିଆ ବିଶ୍ୱକପ ଶେଷ ହେବା ପରେ ଆଇସିସି ତା’ର ଶ୍ରେଷ୍ଠ ଟିମ ବାଛିଛି। ବିଶ୍ୱକପ ପ୍ରଦର୍ଶନ ଆଧାରରେ ୧୨ ଜଣ ଖେଳାଳିଙ୍କୁ ଆଇସିସି ତା’ ଟିମରେ ସ୍ଥାନ ଦେଇଛି।

ଭାରତ ରନର୍ସଅପ ହୋଇଥିଲେ ମଧ୍ୟ ବିଶ୍ୱକପରେ କ୍ରମାଗତ ୧୦ ବିଜୟ ହାସଲ କରିଥିଲା। କେବଳ ଦଳକୁ ଫାଇନାଲରେ ହାରିବାକୁ ପଡ଼ିଛି। ଫାଇନାଲରେ ଭାରତ ହାରିଥିଲେ ମଧ୍ୟ ଦଳର ୬ ଖେଳାଳି ଆଇସିସିର ବିଶ୍ୱକପ ଟିମରେ ସ୍ଥାନ ପାଇଛନ୍ତି। ରୋହିତ ଶର୍ମା ଆଇସିସିର ବିଶ୍ୱକପ ଟିମର ଅଧିନାୟକ ଭାବେ ମଧ୍ୟ ଦାୟିତ୍ୱ ପାଇଛନ୍ତି। ଏହାର ଅର୍ଥ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଅଧିନାୟକ ହେଉଛନ୍ତି ରୋହିତ ଶର୍ମା। ଏଥିପାଇଁ ଆଇସିସି ମଧ୍ୟ ତାଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି। 

Advertisment

ସେହିପରି ଅଷ୍ଟ୍ରେଲିଆ ବିଶ୍ୱ ବିଜେତା ହୋଇଥିଲେ ହେଁ ଆଇସିସି ଦଳର କେବଳ ୨ ଜଣ ଖେଳାଳିଙ୍କୁ ବାଛିଛି। ସେମାନେ ହେଲେ ଗ୍ଲେନ ମ୍ୟାକ୍ସୱେଲ ଓ ଆଡାମ ଜାମ୍ପା। ଦକ୍ଷିଣ ଆଫ୍ରିକାର ଗେରାଲ୍ଡ କୋଏଜି ଦ୍ୱାଦଶ ଖେଳାଳି ଭାବେ ଆଇସିସିର ବିଶ୍ୱକପ ଟିମରେ ସ୍ଥାନ ପାଇଛନ୍ତି।

ଆଇସିସିର ବିଶ୍ୱକପ ଟିମ

କ୍ୱିଣ୍ଟନ ଡି’କକ(ଦକ୍ଷିଣ ଆଫ୍ରିକା)-୫୯୪ ରନ

ରୋହିତ ଶର୍ମା(ଭାରତ)-୫୯୭ ରନ

ବିରାଟ କୋହଲି(ଭାରତ)-୭୬୫ ରନ

ଡାରେଲ ମିଚେଲ(ନ୍ୟୁଜିଲ୍ୟାଣ୍ଡ)- ୫୫୨ ରନ

କେଏଲ ରାହୁଲ(ଭାରତ)- ୪୫୨ ରନ

ଗ୍ଲେନ ମ୍ୟାକ୍ସୱେଲ(ଅଷ୍ଟ୍ରେଲିଆ)- ୪୦୦ ରନ ଓ ୬ ୱିକେଟ

ରବୀନ୍ଦ୍ର ଜାଡେଜା(ଭାରତ)- ୧୨୦ ରନ ଓ ୧୬ ୱିକେଟ

ଯଶପ୍ରୀତ ବୁମ୍ରା(ଭାରତ)- ୨୦ ୱିକେଟ

ଦିଲଶାନ ମଧୁଶଙ୍କା(ଶ୍ରୀଲଙ୍କା)- ୨୧ ୱିକେଟ

ଆଡାମ ଜାମ୍ପା(ଅଷ୍ଟ୍ରେଲିଆ)-୨୩ ୱିକେଟ

ମହମ୍ମଦ ଶାମି(ଭାରତ)- ୨୪ ୱିକେଟ

ଦ୍ୱାଦଶ ଖେଳାଳି ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଗେରାଲ୍ଟ କୋଏଜି। ସେ ବିଶ୍ୱକପରେ ୨୦ଟି ୱିକେଟ ନେଇଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 CWC 2023 ICC World Cup CWC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe