Advertisment

ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡକୁ ଦଣ୍ଡିତ କଲା ଆଇସିସି: ଭାରତକୁ ମିଳିଲା ବଡ଼ ବଳ

WTC ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା(୫୯.୨୬), ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ(୫୭.୨୬) ଓ ୪ର୍ଥ ସ୍ଥାନରେ ଶ୍ରୀଲଙ୍କା(୫୦) ରହିଛି।

NZ

NZ

Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାକୁ ଆଶା ରଖିଥିବା ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଝଟକା ଲାଗିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଧିମା ଓଭର ରେଟ ପାଇଁ କ୍ୱିୱି ଟିମକୁ ଆଇସିସି ଦଣ୍ଡିତ କରିଛି।

Advertisment

ମ୍ୟାଚ ଫି’ ସହ ଆଇସିସି ନ୍ୟୁଜିଲ୍ୟାଣ୍ଡର WTC ପଏଣ୍ଟକୁ ମଧ୍ୟ କାଟି ଦେଇଛି। ନ୍ୟୁଜିଲ୍ୟାଣ୍ଡ ୩ ପଏଣ୍ଟ ହରାଇବାରୁ WTC ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଖସି ଯାଇଛି। ଶ୍ରୀଲଙ୍କା ୫୦% ବିଜୟ ପ୍ରତିଶତ ପଏଣ୍ଟ ସହ ୪ର୍ଥକୁ ଉଠିଛି।

ନ୍ୟୁଜିଲ୍ୟାଣ୍ଡର ପଏଣ୍ଟ କଟିଥିବାରୁ ଏହା ଭାରତ ପାଇଁ ଭଲ ଖବର। ବର୍ତ୍ତମାନ ୬୧.୧୧ ବିଜୟ ପ୍ରତିଶତ ପଏଣ୍ଟ ସହ ଭାରତ ତାଲିକାର ୧ ନଂରେ ରହିଛି। ୪୭.୯୨ ପଏଣ୍ଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ଚଳିତ WTC ସାଇକେଲରେ ସର୍ବାଧିକ ୫୫.୩୬ ପଏଣ୍ଟ ପାଇପାରିବ। ଇଂଲଣ୍ଡ ବିପକ୍ଷ ଦୁଇଟି ଯାକ ଟେଷ୍ଟ ଜିତିଲେ ଦଳକୁ ଏପରି ପଏଣ୍ଟ ମିଳିବ। ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ୮ ୱିକେଟରେ ଜିତିଥିଲା।

Advertisment

WTC ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା(୫୯.୨୬), ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ(୫୭.୨୬) ଓ ୪ର୍ଥ ସ୍ଥାନରେ ଶ୍ରୀଲଙ୍କା(୫୦) ରହିଛି।

ଧିମା ଓଭର ରେଟ ପାଇଁ ଇଂଲଣ୍ଡ ମଧ୍ୟ ଦଣ୍ଡିତ ହୋଇଛି। ଆଇସିସିର ଦଳର ୩ ପଏଣ୍ଟ ହ୍ରାସ କରିଛି। ହେଲେ ଇଂଲଣ୍ଡ WTC ଫାଇନାଲ ଦୌଡ଼ରୁ ବାଦ ପଡ଼ିଥିବାରୁ ଦଳ ଉପରେ ପଏଣ୍ଟ ହ୍ରାସର ପ୍ରଭାବ ସେତେଟା ପଡ଼ିବ ନାହିଁ। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଫାଇନାଲ ଦୌଡ଼ରେ ଥିବାରୁ ପଏଣ୍ଟ ହ୍ରାସ ଦଳକୁ ଶକ୍ତ ଝଟକା ଦେଇଛି।

ଆଇସିସି ପକ୍ଷରୁ କୁହାଯାଇଛି ଯେ ଆସନ୍ତା ବର୍ଷ ଲର୍ଡରେ ହେବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟଶିପ ଫାଇନାଲରେ ନୂଆ ଟ୍ୱିଷ୍ଟ ଆସିଛି। କାରଣ ଖ୍ରୀଷ୍ଟଚର୍ଚ୍ଚରେ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଧିମା ଓଭର ରେଟ ପାଇଁ ଉଭୟ ଟିମ ଦଣ୍ଡିତ ହୋଇଛନ୍ତି।

ଉଭୟ ଟିମର ମ୍ୟାଚ୍‌ ଫି’ ୧୫% ଲେଖାଏ କଟିଛି। ସେହିପରି ଉଭୟ ଟିମ ଗୁରୁତ୍ୱପୂର୍ଣ୍ଣ ୩ ପଏଣ୍ଟ ଲେଖାଏ ହରାଇଛନ୍ତି ବୋଲି ଆଇସିସି କହିଛି।

WTC Newzealand WTC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe