Advertisment

ICC: ବାଂଲାଦେଶକୁ ଆଇସିସି ଝଟକା, ମ୍ୟାଚ୍ ସ୍ଥାନାନ୍ତର ନିବେଦନ ଖାରଜ

ଆଇସିସି ପକ୍ଷରୁ ବାଂଲାଦେଶ କ୍ରିକେଟ ବୋର୍ଡକୁ ସୂଚିତ କରାଯାଇଛି ଯେ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‌ ସୂଚୀ ଓ ଭେନ୍ୟୁ ପୂର୍ବଭଳି ଅପରିବର୍ତ୍ତିତ ରହିବ। ଯଦି ବିସିବି ଭାରତରେ ମ୍ୟାଚ୍‌ ଖେଳିବାକୁ ମନା କରିବ, ତା’ହେଲେ କ୍ରୀଡ଼ା ଜନିତ ପରିଣାମ ଭୋଗିବାକୁ ପଡ଼ିବ।

ICC

ବାଂଲାଦେଶ କ୍ରିକେଟ୍‌ ଟିମ

Advertisment

ବାଂଲାଦେଶ କ୍ରିକେଟ ବୋର୍ଡକୁ ଆଇସିସି(ICC) ଝଟକା। ଭାରତରେ ଆୟୋଜନ ହେଉଥିବା ଟି-୨୦ ବିଶ୍ୱକପର ମ୍ୟାଚଗୁଡ଼ିକୁ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ କରିଥିବା ନିବେଦନକୁ ଖାରଜ କରି ଦେଇଛି ଆଇସିସି। ଭାରତ ସହ ତିକ୍ତତା କାରଣରୁ ବାଂଲାଦେଶ ତା’ର ମ୍ୟାଚଗୁଡ଼ିକ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଥିଲା।

Advertisment

ଏହି ପ୍ରସଙ୍ଗରେ ବାଂଲାଦେଶ କ୍ରିକେଟ ବୋର୍ଡ ଓ ଆଇସିସି ମଧ୍ୟରେ ଭିଡିଓ କନଫରେନ୍ସିଂରେ ବୈଠକ ହୋଇଥିଲା। ଏହି ବୈଠକରେ ଆଇସିସି ପକ୍ଷରୁ ବାଂଲାଦେଶକୁ କଡ଼ା ବାର୍ତ୍ତା ଦିଆଯାଇଛି। ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶ କ୍ରିକେଟ ଟିମକୁ ଭାରତ ଆସିବାକୁ ହିଁ ପଡ଼ିବ କିମ୍ବା ପଏଣ୍ଟ ହରାଇବାକୁ ପଡ଼ିବ ବୋଲି ଆଇସିସି ସଫାସଫା ଶୁଣାଇ ଦେଇଛି। 

ଆଇସିସି ପକ୍ଷରୁ ବାଂଲାଦେଶ କ୍ରିକେଟ ବୋର୍ଡକୁ ସୂଚିତ କରାଯାଇଛି ଯେ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‌ ସୂଚୀ ଓ ଭେନ୍ୟୁ ପୂର୍ବଭଳି ଅପରିବର୍ତ୍ତିତ ରହିବ। ଯଦି ବିସିବି ଭାରତରେ ମ୍ୟାଚ୍‌ ଖେଳିବାକୁ ମନା କରିବ, ତା’ହେଲେ କ୍ରୀଡ଼ା ଜନିତ ପରିଣାମ ଭୋଗିବାକୁ ପଡ଼ିବ। ଏପରି କି ଦଳ ପଏଣ୍ଟ ମଧ୍ୟ ହ୍ରାସ ପାଇବ। ଆଇସିସି ଏପରି କହିଥିଲେ ହେଁ ବିସିବି ନିଜର ସ୍ଥାନାନ୍ତର ଆବେଦନ ଖାରଜ ହୋଇଥିବା କଥା ବିଧିବଦ୍ଧ ଭାବେ ଆଇସିସି ଠାରୁ ହାସଲ କରି ନଥିବା କହିଛି। 

Advertisment

ବାଂଲାଦେଶ କ୍ରିକେଟ ବୋର୍ଡର କହିବା କଥା ଯେ ସେମାନେ ଭାରତରେ ମ୍ୟାଚ୍‌ ନ ଖେଳିଲେ ପରିଣାମ ଭୋଗିବା ନେଇ କୌଣସି ଚେତାବନୀ ଆଇସିସି ଠାରୁ ପାଇ ନାହାନ୍ତି। ବାଂଲାଦେଶ ବୋର୍ଡ ପକ୍ଷରୁ କୁହାଯାଇଛି ଯେ “ବିସିବି ପ୍ରକାଶ କରିଥିବା ଚିନ୍ତାର ସାମାଧାନ ପାଇଁ ଆଇସିସି ପଦକ୍ଷେପ ନେବାକୁ ରାଜି ହୋଇଥିବା ଆମକୁ ଜଣାଇଛି। ସୁରକ୍ଷାକୁ ନେଇ ବିସିବି ରଖିଥିବା ତଥ୍ୟ ଉପରେ ଆଇସିସି ବିଚାର କରିବାକୁ ରାଜି ଅଛି।

ବିସିବିକୁ ଆଇସିସି ପକ୍ଷରୁ ଅଲ୍ଟିମେଟମ ମିଳିଥିବା କିଛି ରିପୋର୍ଟ ପ୍ରକାଶ ପାଇଛି। ହେଲେ ଏସବୁ ଦାବିରେ କୌଣସି ପ୍ରକାରର ସତ୍ୟତା ନାହିଁ। ଆଇସିସି ପକ୍ଷରୁ ଏନେଇ ଆମେ କୌଣସି ସୂଚନା ପାଇ ନାହୁଁ।” 

ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲରୁ ହଟା ଯିବା ପରେ ବିସିସିଆଇ ଓ ବିସିବି ମଧ୍ୟରେ ତିକ୍ତତା ପ୍ରକାଶ ପାଇଛି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଥିବାରୁ ଭାରତରେ ରାଜନୀତିକ ବିରୋଧ ଦେଖିବାକୁ ମିଳିଥିଲା।

ଆଇପିଏଲ ପ୍ରାଞ୍ଚାଇଜ କେକେଆର ମୁସ୍ତାଫିଜୁରଙ୍କୁ କିଣି ଥିବାରୁ ଏହାର ମାଲିକ ଶାହରୁଖ ଖାନଙ୍କୁ ସମସ୍ତେ ନିନ୍ଦା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ମୁସ୍ତାଫିଜୁରଙ୍କୁ ଆଇପିଏଲରୁ ବହିଷ୍କାର କରାଯାଇଥିଲା। ଏହି ଘଟଣା ପରେ ବାଂଲାଦେଶ କ୍ରିକେଟ ବୋର୍ଡ ନିଜ ଟିମକୁ ଟି-୨୦ ବିଶ୍ୱକପ ଖେଳିବାକୁ ଭାରତ ଛାଡ଼ିବ ନାହିଁ ବୋଲି କହିଛି। 

ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe