Advertisment

୨୦୨୩ ଦିନିକିଆ ବିଶ୍ୱକପ ପୋଷ୍ଟର ଜାରି କଲା ଆଇସିସି

ବଟଲରଙ୍କ ବାମ ପାଖରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ତାଙ୍କ ପାଖରେ ଆଫଗାନିସ୍ତାନର ଅଧିନାୟକ ହଶମତୁଲ୍ଲା ଶାହିଦି, ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶଣକା ଓ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥମ ରହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
ICC

ICC

ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପର ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି ଆଇସିସି। ବିଶ୍ୱକପ କ୍ରେଜ ଲୋକଙ୍କ ମଧ୍ୟରେ ସୃଷ୍ଟି କରିବା ପାଇଁ ଆଇସିସି ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଆଇସିସି ବିଶ୍ୱକପ ୨୦୨୩ର ପୋଷ୍ଟର ପ୍ରଥମଥର ପାଇଁ ଜାରି କରିଛି।

Advertisment

ଏହି ପୋଷ୍ଟରରେ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଦଳଗୁଡ଼ିକର ଅଧିନାୟକମାନଙ୍କ ଫଟୋ ଓ ବିଶ୍ୱକପ ଟ୍ରଫି ରହିଛି। ଟ୍ରଫିର ଅତି ନିକଟରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସି ରହିଥିବା ବେଳେ ତାଙ୍କ ପାଖରେ ଇଂଲିଶ ଟିମର କ୍ୟାପ୍ଟେନ ଜୋଶ ବଟଲର ରହିଛନ୍ତି। ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ ୫ଥର ଜିତିଛି। ସେହିପରି ଇଂଲଣ୍ତ ହେଉଛି ଡିଫେଣ୍ଡିଂ ଚାମ୍ପିୟନ। ତେଣୁ ଦୁଇ ଦଳର ଅଧିନାୟକ ଟ୍ରଫିର ଅତି ନିକଟରେ ରହିଛନ୍ତି। 

ବଟଲରଙ୍କ ବାମ ପାଖରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ତାଙ୍କ ପାଖରେ ଆଫଗାନିସ୍ତାନର ଅଧିନାୟକ ହଶମତୁଲ୍ଲା ଶାହିଦି, ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶଣକା ଓ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥମ ରହିଛନ୍ତି।

Advertisment

କମିନ୍ସଙ୍କ ଡାହାଣ ପାଖରେ ପାକିସ୍ତାନ ଅଧିନାୟକ ବାବର ଆଜାମ, ଦକ୍ଷିଣ ଆଫ୍ରିକାର ତେମ୍ବା ବଭୂମା, ବାଂଲାଦେଶର ତାମିମ ଇକବାଲ ଓ ନେଦରଲ୍ୟାଣ୍ଡ୍ସର ଅଧିନାୟକ ସ୍କଟ ଏଡୱାର୍ଡସ ରହିଛନ୍ତି।

୨୦୨୩ ଦିନିକିଆ ବିଶ୍ୱକପ ଅକ୍ଟବୋର ୫ରୁ ଅହମଦାବାଦରେ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡର ମୁକାବିଲା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଭାରତ ତା’ର ବିଶ୍ୱକପ ଅଭିଯାନ ଅକ୍ଟୋବର ୮ରୁ ଆରମ୍ଭ କରିବ। ଦଳ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍‌ଟି ଚେନ୍ନାଇରେ ଖେଳାଯିବ।

ଭାରତର ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୧୧ରେ ଆଫଗାନିସ୍ତାନ ବିପକ୍ଷରେ ଅଛି। ଭାରତ ତା’ର ତୃତୀୟ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚଟି ଅକ୍ଟୋବର ୧୪ କିମ୍ବା ୧୫ ତାରିଖରେ ଅହମଦାବାଦରେ ଖେଳାଯିବ। ଅକ୍ଟୋବର ୧୯ ତାରିଖରେ ପୁନେରେ ବାଂଲାଦେଶ ବିରୋଧରେ ଚତୁର୍ଥ ମ୍ୟାଚ୍ ଖେଳିବ ଭାରତ।

ଅକ୍ଟୋବର ୨୨ରେ ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତା’ର ପଞ୍ଚମ ମ୍ୟାଚ୍ ଖେଳିବ ଭାରତ। ଅକ୍ଟୋବର ୨୯ ତାରିଖରେ ଷଷ୍ଠ ମ୍ୟାଚ୍ ଖେଳିବ ଭାରତୀୟ ଟିମ୍। ଏହି ମ୍ୟାଚ୍‌ ଲକ୍ଷ୍ନୌରେ ଖେଳାଯିବ। ଇଂଲଣ୍ଡ ବିପକ୍ଷରେ ଏହି ମ୍ୟାଚ୍ ଖେଳିବ ଦଳ।

Cricket ICC ICC Men’s Cricket World Cup 2023 ICC World Cup 2023