Advertisment

ଚାମ୍ପିୟନ୍ସ ଟ୍ରଫି: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବଡ଼ ଘୋଷଣା କଲା ICC

ହାଇବ୍ରିଡ ମଡେଲରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ଭାରତର ମ୍ୟାଚ୍‌ଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ହେବ। କିନ୍ତୁ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍‌ଗୁଡ଼ିକ ପାକିସ୍ତାନରେ ଖେଳାଯିବ।

author-image
Hemant Lenka
Champions Trophy

Champions Trophy

ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ଓ ପାକିସ୍ତାନର ମ୍ୟାଚ୍‌କୁ ନେଇ ଆଜି ଆଇସିସି ବଡ଼ ଘୋଷଣା କରିଛି। ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନ କରିବାର ଅଧିକାର ପାକିସ୍ତାନକୁ ମିଳିଥିଲେ ହେଁ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସେଠାକୁ ଯିବ ନାହିଁ।

Advertisment

ଭାରତର ମ୍ୟାଚ୍‌ ଗୁଡ଼ିକ ନିରପେକ୍ଷ ଭେନ୍ୟୁ ସମ୍ଭବତଃ ଦୁବାଇରେ ଅନୁଷ୍ଠିତ ହେବ ବୋଲି ଆଇସିସି କହିଛି। ହାଇବ୍ରିଡ ମଡେଲରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ଭାରତର ମ୍ୟାଚ୍‌ଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ହେବ। କିନ୍ତୁ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍‌ଗୁଡ଼ିକ ପାକିସ୍ତାନରେ ଖେଳାଯିବ।

ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ୨୦୨୪-୨୦୨୭ ମଧ୍ୟରେ ଆଇସିସିର ସମସ୍ତ ଇଭେଣ୍ଟରେ ଭାରତ ଓ ପାକିସ୍ତାନର ମ୍ୟାଚଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ଖେଳାଯିବ। ଭାରତୀୟ ଟିମ ପାକିସ୍ତାନ ଯିବ ନାହିଁ କିମ୍ବା ପାକିସ୍ତାନ ଟିମ ମଧ୍ୟ ଭାରତ ଆସିବ ନାହିଁ। ଉଭୟ ଦଳ ନିରପେକ୍ଷ ଭେନ୍ୟୁରେ ମ୍ୟାଚ ଖେଳିବେ।

Advertisment

ଏହାର ଅର୍ଥ ୨୦୨୫ ମହିଳା ଦିନିକିଆ ବିଶ୍ୱକପ ଖେଳିବାକୁ ପାକିସ୍ତାନ ଭାରତ ଆସିବ ନାହିଁ। ସେହିପରି ୨୦୨୫ ମହିଳା ଟି-୨୦ ବିଶ୍ୱକପର ଆୟୋଜନ ଭାରତ ଓ ଶ୍ରୀଲଙ୍କା କରିବାକୁ ଥିଲେ ହେଁ ପାକିସ୍ତାନ ଟିମ ଭାରତରେ କୌଣସି ମ୍ୟାଚ୍‌ ଖେଳିବ ନାହିଁ ବୋଲି ଆଇସିସି କହିଛି।

ଆଇସିସି ଆହୁରି କହିଛି ଯେ ପାକିସ୍ତାନ କ୍ରିକେଟ ବୋର୍ଡକୁ ୨୦୨୮ ମହିଳା ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ଅଧିକାର ପ୍ରଦାନ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ହାଇବ୍ରିଡ ମଡେଲ ଆପଣାଯିବ।

ଭାରତୀୟ ଟିମ ୨୦୨୮ ମହିଳା ଟି-୨୦ ବିଶ୍ୱକପ ଖେଳିବାକୁ ପାକିସ୍ତାନ ଯିବ ନାହିଁ। ଅତିରିକ୍ତ ଭାବେ ୨୦୨୯-୨୦୩୧ ସାଇକେଲ ମଧ୍ୟରେ କ୍ରିକେଟ ଅଷ୍ଟ୍ରେଲିଆ ଗୋଟିଏ ବଡ଼ ମହିଳା ଆଇସିସି ଇଭେଣ୍ଟ ଆୟୋଜନ କରିବ।

ଅନ୍ୟପକ୍ଷରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର କିଛି ମ୍ୟାଚ୍‌ ହରାଇଥିବାରୁ ଆଇସିସି ଠାରୁ କ୍ଷତିପୂରଣ ମାଗିଥିଲା। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡକୁ କୌଣସି ପ୍ରକାରର କ୍ଷତିପୂରଣ ମିଳିନାହିଁ। ଚାମ୍ପିୟନ୍ସ ଟ୍ରଫି ହାଇବ୍ରିଡ ମଡେଲରେ ଖେଳଯିବାକୁ ଥିବା ବେଳେ ମ୍ୟାଚସୂଚୀ ଖୁବଶୀଘ୍ର ଜାରି କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

ICC PCB Champions Trophy