Advertisment

ଭାରତର ଏସିଆ କପ ନିଷ୍ପତ୍ତି: ମନଇଚ୍ଛା ବର୍ଷିଲେ ଜାଭେଦ ମିଆଁଦାଦ

ପାକିସ୍ତାନ ବଦଳରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସପକ୍ଷରେ ଏସିଆନ କ୍ରିକେଟ କାଉନସିଲ ରହିଛି।

Asia Cup

Asia Cup

Advertisment

ଏସିଆ କପକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନି। ପାକିସ୍ତାନ ଏସିଆ କପ ଆୟୋଜନର ଅଧିକାର ପାଇଥିବା ବେଳେ ଭାରତ ସେଠାକୁ ଯିବନି ବୋଲି ବିସିସିଆଇ କହି ସାରିଛି। ଏପରି ସ୍ଥିତିରେ ପାକିସ୍ତାନ ବଦଳରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସପକ୍ଷରେ ଏସିଆନ କ୍ରିକେଟ କାଉନସିଲ ରହିଛି। ଭାରତ ଜିଦ ଆଗରେ ଆଇସିସି ମଧ୍ୟ ମୁଣ୍ଡ ନୁଆଁଇବାକୁ ଯାଉଥିବାରୁ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ପାକିସ୍ତାନର ଭେଟରାନ କ୍ରିକେଟର ଜାଭେଦ ମିଆଁଦାଦ। ସେ ଆଇସିସି ଓ ଭାରତକୁ ଟାର୍ଗେଟ କରିଛନ୍ତି। ଏଥିସହ ଭାରତ ନର୍କକୁ ଚାଲି ଯାଉ ବୋଲି ସେ କହିଛନ୍ତି।

Advertisment

ସେ ଗୋଟିଏ ୟଟ୍ୟୁବ ଭିଡିଓରେ କହିଛନ୍ତି, “ମୁଁ ପୂର୍ବରୁ କହିଥିଲି ଓ ଏବେ ବି କହୁଛି, ସେମାନେ ଯଦି ଆସିବାକୁ ଚାହୁଁ ନାହାନ୍ତି, ତା’ହେଲେ ସେମାନେ ନ ଆସନ୍ତୁ। ଆମକୁ କୌଣସି ଫରକ ପଡ଼ିବନି। ଆମକୁ ଆମ କ୍ରିକେଟ ମିଳୁଛି।

ସବୁ କିଛି ଆଇସିସିର କାମ। ଯଦି ଆଇସିସି କିଛି କରିପାରୁନି, ତା’ହେଲେ ସେମିତି ସଂସ୍ଥାର କୌଣସି ଆବଶ୍ୟକ ନାହିଁ। ସବୁ ଦେଶ ପାଇଁ ଆଇସିସି ଗୋଟିଏ ନିୟମ କରିବା ଦରକାର। ଯଦି ନିୟମ ପରେ ବି ଗୋଟିଏ ଦେଶ ଆସିବାକୁ ମନା କରୁଛି, ତା’ହେଲେ ଆଇସିସି ସେଭିଳି ଟିମକୁ ବାହାର କରିଦେବା ଊଚିତ।”

Advertisment

ଭାରତ ପରାଜୟ ଭୟରେ ପାକିସ୍ତାନରେ ଖେଳିବାକୁ ଚାହୁଁନି ବୋଲି ମଧ୍ୟ ମିଆଁଦାଦ କହିଛନ୍ତି। ସେ କହିଛନ୍ତି, “ଆରେ ଆସି ଖେଳ। ଖେଳୁ ନ କ’ଣ ପାଇଁ? ଦୌଡ଼ି ପଳାଉଛ। ସେମାନେ ମ୍ୟାଚ୍‌ର ପରିଣାମ କଥା ଭାବି ଡରୁଛନ୍ତି। ଆମ ସମୟରେ ମଧ୍ୟ ଏହି କାରଣ ପାଇଁ ସେମାନେ ଖେଳୁ ନଥିଲେ। ସେମାନେ ହାରିବାକୁ ଡରୁଛନ୍ତି। ମ୍ୟାଚ୍‌ ହାରିଲେ, ସେମାନଙ୍କ ପାଇଁ ସମସ୍ୟା ହେବ। ସେଠାକାର ଲୋକ ବେଶ ଏଗ୍ରେସିଭ। ଭାରତ ଯାହା ଠାରୁ ହାରିଲେ ବି ଲୋକମାନେ ଖେଳାଳିଙ୍କ ଘରେ ନିଆଁ ଲଗାଇ ଦିଅନ୍ତି। ଖାସ ଏହି ଭୟରେ ସେମାନେ ଖେଳିବାକୁ ମନା କରୁଛନ୍ତି।”

ନିଜ ଭିଡିଓର ଶେଷ ଭାଗରେ ମିଆଁଦାଦ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ମନା କରୁଥିବା ଭାରତ ଭଳି ଦେଶ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି କହିଛନ୍ତି।

ସେ କହିଛନ୍ତି, “ମୁଁ ଆଇସିସିକୁ କହିବାକୁ ଚାହୁଁଛି ଯେ ସେମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆଇସିସି ପାଖରେ ଗୋଟିଏ ନିୟମ ରହିବା ଉଚିତ। ଯଦି କୌଣସି ଦେଶ ଏପରି ବ୍ୟବହାର କରୁଛି, ତା’ହେଲେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଟିମ୍‌କୁ ବାହାର କରିଦେଲେ, ସେମାନେ ଆପେଆପେ ରାସ୍ତାକୁ ଚାଲି ଆସିବେ।”

Bcci Pakistan India Asia Cup Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe