Advertisment

କୋହଲି ଟପ୍-୧୦ରୁ ଆଉଟ୍, ଶ୍ରେୟସ ଆୟରଙ୍କୁ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଆଇସିସି ଟି-୨୦ ରାଙ୍କିଙ୍ଗରେ ବଡ଼ କ୍ଷତି ହୋଇଛି। ସେହିପରି ଜବରଦସ୍ତ ଫର୍ମରେ ଥିବା ଶ୍ରେୟସ ଆୟର ରାଙ୍କିଙ୍ଗରେ ବିପୁଳ ଫାଇଦା ହୋଇଛି। ସଦ୍ୟ ଘୋଷିତ ଆଇସିସି ଟି-୨୦ ରାଙ୍କିଙ୍ଗରେ କୋହଲି ଟପ୍-୧୦ରୁ ଆଉଟ୍ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପରେ ଦଶମ ସ୍ଥାନରେ ରହିଥିବା କୋହଲିଙ୍କୁ ଶ୍ରୀଲଙ୍କା ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଥିଲା। ଏହି କାରଣରୁ ସେ ୫ଟି ସ୍ଥାନ ସହ ୧୫ଶ […]

କୋହଲି ଟପ୍-୧୦ରୁ ଆଉଟ୍, ଶ୍ରେୟସ ଆୟରଙ୍କୁ ଜବରଦସ୍ତ ଫାଇଦା

kohli-and-iyer

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଆଇସିସି ଟି-୨୦ ରାଙ୍କିଙ୍ଗରେ ବଡ଼ କ୍ଷତି ହୋଇଛି। ସେହିପରି ଜବରଦସ୍ତ ଫର୍ମରେ ଥିବା ଶ୍ରେୟସ ଆୟର ରାଙ୍କିଙ୍ଗରେ ବିପୁଳ ଫାଇଦା ହୋଇଛି। ସଦ୍ୟ ଘୋଷିତ ଆଇସିସି ଟି-୨୦ ରାଙ୍କିଙ୍ଗରେ କୋହଲି ଟପ୍-୧୦ରୁ ଆଉଟ୍ ହୋଇଛନ୍ତି।

Advertisment

ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପରେ ଦଶମ ସ୍ଥାନରେ ରହିଥିବା କୋହଲିଙ୍କୁ ଶ୍ରୀଲଙ୍କା ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଥିଲା। ଏହି କାରଣରୁ ସେ ୫ଟି ସ୍ଥାନ ସହ ୧୫ଶ ସ୍ଥାନକୁ ଖସି ଆସିଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଧମାକେଦାର ପ୍ରଦର୍ଶନ କରିଥିବା ଆୟର୍ ଏକାଥରକେ ୨୭ଟି ସ୍ଥାନ ଉପରକୁ ଉଠିଛନ୍ତି। ସେ ଏବେ ଅଷ୍ଟାଦଶ ସ୍ଥାନରେ ରହିଛନ୍ତି। ଆୟର୍ ଏହି ସିରିଜରେ ତିନୋଟି ଅର୍ଦ୍ଧଶତକ ସହ ୨୦୪ ରନ୍ କରି ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ।

ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ମଧ୍ୟ ଖରାପ ଫର୍ମର ପରିଣାମ ଭୋଗିବାକୁ ପଡ଼ିଛି। ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ବିପକ୍ଷ ସିରିଜରେ ନିରାଶ କରିଥିବା ରୋହିତ୍ ଦୁଇଟି ସ୍ଥାନ ଖସି ୧୩ଶରେ ରହିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ମ୍ୟାଚରେ ୫୦ ରନ୍ କରିଥିଲେ। ଆହତ କାରଣରୁ ଶ୍ରୀଲଙ୍କା ସିରିଜରୁ ବାଦ୍ ପଡ଼ିଥିବା ରାହୁଲ୍ ଏକମାତ୍ର ଭାରତୀୟ ବ୍ୟାଟର୍ ଭାବେ ଟପ୍-୧୦ରେ ରହିଛନ୍ତି। ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ଓ ୱିକେଟ୍ କିପର ମହମ୍ମଦ ରିଜୱାନ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Advertisment

ବୋଲରଙ୍କ ରାଙ୍କିଙ୍ଗରେ ଭୁବନେଶ୍ୱର କୁମାର ତିନୋଟି ସ୍ଥାନ ଉଠି ୧୭ଶ ସ୍ଥାନରେ ପହଞ୍ଚିଛନ୍ତି। ସେ ଏକମାତ୍ର ଭାରତୀୟ ବୋଲର ଭାବେ ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍-୨୦ରେ ରହିଛନ୍ତି। ଯଶପ୍ରୀତ ବୁମ୍ରା ୩ଟି ସ୍ଥାନ ଖସି ୨୮ତମ ସ୍ଥାନରେ ରହିଛନ୍ତି। ବୋଲିଂରେ ଦକ୍ଷିଣ ଆଫ୍ରିକାର ତବରେଜ ଶାମସୀ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଜୋଶ୍ ହେଜଲଉଡ୍ ଦ୍ୱିତୀୟ ଏବଂ ଇଂଲଣ୍ଡର ଆଦିଲ୍ ରାଶିଦ୍ ତୃତୀୟ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡରଙ୍କ ମଧ୍ୟରେ ଆଫଗାନିସ୍ତାନର ମହମ୍ମଦ ନବି ଶୀର୍ଷ ସ୍ଥାନରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe