Advertisment

ରାଙ୍କିଙ୍ଗରେ ଲମ୍ବା ଜମ୍ପ୍ ମାରିଲେ ସୂର୍ଯ୍ୟ ଓ ଭେଙ୍କଟେଶ

ଦୁବାଇ: ଭାରତର ମିଡଲ୍ ଅର୍ଡର୍ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟର ଆଇସିସି ଟି-୨୦ ରାଙ୍କିଙ୍ଗରେ ଲମ୍ବା ଜମ୍ପ ମାରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନର ଫାଇଦା ଦୁଇ ବ୍ୟାଟରଙ୍କୁ ମିଳିଛି। ଆଇସିସି ଟି-୨୦ ରାଙ୍କିଙ୍ଗରେ ସୂର୍ଯ୍ୟକୁମାର ୨୧ତମ ଏବଂ ଭେଙ୍କଟେଶ ଆୟର୍ ୧୧୫ତମ ସ୍ଥାନରେ ପହଞ୍ଚିଯାଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜକୁ ଭାରତ ୩-୦ରେ ପୋଛି ନେଇଥିଲା। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ସିରିଜରେ ସର୍ବାଧିକ ରନ୍ କରିଥିଲେ। […]

ରାଙ୍କିଙ୍ଗରେ ଲମ୍ବା ଜମ୍ପ୍ ମାରିଲେ ସୂର୍ଯ୍ୟ ଓ ଭେଙ୍କଟେଶ

iyer-and-surya

Advertisment

ଦୁବାଇ: ଭାରତର ମିଡଲ୍ ଅର୍ଡର୍ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟର ଆଇସିସି ଟି-୨୦ ରାଙ୍କିଙ୍ଗରେ ଲମ୍ବା ଜମ୍ପ ମାରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନର ଫାଇଦା ଦୁଇ ବ୍ୟାଟରଙ୍କୁ ମିଳିଛି। ଆଇସିସି ଟି-୨୦ ରାଙ୍କିଙ୍ଗରେ ସୂର୍ଯ୍ୟକୁମାର ୨୧ତମ ଏବଂ ଭେଙ୍କଟେଶ ଆୟର୍ ୧୧୫ତମ ସ୍ଥାନରେ ପହଞ୍ଚିଯାଛନ୍ତି।

Advertisment

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜକୁ ଭାରତ ୩-୦ରେ ପୋଛି ନେଇଥିଲା। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ସିରିଜରେ ସର୍ବାଧିକ ରନ୍ କରିଥିଲେ। ସେହିପରି ଭେଙ୍କଟେଶ ଆୟର୍ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଥିଲେ। ଏହି ପ୍ରଦର୍ଶନ କାରଣରୁ ସୂର୍ଯ୍ୟ ୩୫ଟି ସ୍ଥାନ ଉପରକୁ ଉଠିଛନ୍ତି। ସେହିପରି ଆୟର୍ ଏକାଥରକେ ୨୦୩ଟି ସ୍ଥାନ ଉପରକୁ ଉଠିଛନ୍ତି।

ଅନ୍ୟପକ୍ଷରେ ଆହତ କାରଣରୁ ଟିମରୁ ବାହାରେ ଥିବା ଲୋକେଶ ରାହୁଲଙ୍କୁ ରାଙ୍କିଙ୍ଗରେ କ୍ଷତି ହୋଇଛି। ସେ ଦୁଇଟି ସ୍ଥାନ ଖସି ଷଷ୍ଠକୁ ଆସିଯାଇଛନ୍ତି। ତେବେ ଆଇସିସି ରାଙ୍କିଙ୍ଗରେ ସେ ଏବେବି ଭାରତର ଏକ ନମ୍ବର ବ୍ୟାଟର୍ ଅଛନ୍ତି। ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି ଦଶମ ସ୍ଥାନରେ ରହିଛନ୍ତି। ସେହିପରି ବୋଲର ଓ ଅଲରାଉଣ୍ଡରଙ୍କ ରାଙ୍କିଙ୍ଗରେ କୌଣସି ଭାରତୀୟଙ୍କୁ ସ୍ଥାନ ମିଳିପାରିନାହିଁ। ଭୁବନେଶ୍ୱର କୁମାର ବୋଲରଙ୍କ ରାଙ୍କିଙ୍ଗରେ ୨୦ତମ ସ୍ଥାନରେ ଅଛନ୍ତି।

Advertisment

https://twitter.com/ICC/status/1496398948881342466?s=20&t=KMmWblZpTTHCm03SWpJAFg

ଭାରତ ବିପକ୍ଷ ସିରିଜର ଦମଦାର ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜର ବାମହାତୀ ବ୍ୟାଟର୍ ନିକୋଲାସ୍ ପୁରନଙ୍କୁ ୫ଟି ସ୍ଥାନର ଫାଇଦା ହୋଇଛି। ସେ ୧୩ଶ ସ୍ଥାନରେ ପହଞ୍ଚିଛନ୍ତି। ନିକଟରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଶେଷ ହୋଇଥିବା ଟି-୨୦ ସିରିଜର ପ୍ରଭାବ ରାଙ୍କିଙ୍ଗରେ ପଡ଼ିଛି। ଅଷ୍ଟ୍ରେଲିଆର ଅଷ୍ଟନ ଆଗର୍ ବୋଲରଙ୍କ ରାଙ୍କିଙ୍ଗର ଶୀର୍ଷ-୧୦ରେ ପ୍ରବେଶ କରିଛନ୍ତି। ସେ ଏବେ ନବମ ସ୍ଥାନରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ମହୀଶ ତୀକ୍ଷଣା ୧୨ଟି ସ୍ଥାନ ଉଠି ୧୭ଶରେ ପହଞ୍ଚିଛନ୍ତି।

ଟେଷ୍ଟ ରାଙ୍କିଙ୍ଗରେ ଭାରତର ନୂଆ କ୍ୟାପଟେନ୍ ରୋହିତ୍ ଶର୍ମା ଷଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ବିରାଟ୍ କୋହଲି ସପ୍ତମ ସ୍ଥାନରେ ରହିଛନ୍ତି। ସିନିୟର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ପେସର୍ ଯଶପ୍ରୀତ ବୁମ୍ରା ବୋଲରଙ୍କ ରାଙ୍କିଙ୍ଗର ଟପ୍-୧୦ରେ ରହିଛନ୍ତି। ଅଶ୍ୱିନ୍ ଦ୍ୱିତୀୟ ଏବଂ ବୁମ୍ରା ଦଶମ ସ୍ଥାନରେ ଅଛନ୍ତି। ସେହିପରି ଅଲରାଉଣ୍ଡର ତାଲିକାରେ ମଧ୍ୟ ଅଶ୍ୱିନ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ରବୀନ୍ଦ୍ର ଜାଡେଜା ତୃତୀୟ ସ୍ଥାନରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe