Advertisment

Bangladesh Cricket: ବାଂଲାଦେଶକୁ ଆଇସିସିର ଚେତାବନୀ: ଭାରତର ବିଶ୍ୱକପ ଖେଳ, ନହେଲେ ନୂଆ ଦଳକୁ ସାମିଲ କରିବୁ

ବିସିବି ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଜାନୁଆରୀ ୨୧ ସୁଦ୍ଧା ସାର୍ବଜନୀନ କରୁ। ନଚେତ ଏହାପରେ ବାଂଲାଦେଶ ବଦଳରେ ଆଉ ଗୋଟିଏ ନୂଆ ଦଳକୁ ବିଶ୍ୱକପରେ ସାମିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ।

author-image
Hemant Lenka
Bangladesh

ବାଂଲାଦେଶ କ୍ରିକେଟ ଟିମ

ଭାରତରେ ଟି-୨୦ ବିଶ୍ୱକପ ଖେଳିବାକୁ ରାଜି ହେଉ ନଥିବା ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)କୁ କଡ଼ା ଚେତାବନୀ ଦେଇଛି ଆଇସିସି। ବିସିବି ବିଶ୍ୱକପ ଖେଳିବାକୁ ନିଜର ଦେଶର ଖେଳାଳିଙ୍କୁ ଭାରତ ପଠାଉ ନଚେତ ବାଂଲାଦେଶକୁ ପୂରା ବିଶ୍ୱକପରୁ ବାହାର କରି ଦିଆଯିବ। ବାଂଲାଦେଶ ବଦଳରେ କୌଣସି ନୂଆ ଟିମକୁ ବିଶ୍ୱକପରେ ସାମିଲ କରି ଟୁର୍ଣ୍ଣାମେଣ୍ଟ ଅୟୋଜନ କରାଯିବ।

Advertisment

ବିସିବି ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଜାନୁଆରୀ ୨୧ ସୁଦ୍ଧା ସାର୍ବଜନୀନ କରୁ। ନଚେତ ଏହାପରେ ବାଂଲାଦେଶ ବଦଳରେ ଆଉ ଗୋଟିଏ ନୂଆ ଦଳକୁ ବିଶ୍ୱକପରେ ସାମିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଆଇସିସି ରୋକଠୋକ କହିଛି। 

ଦିନକ ପୂର୍ବରୁ ବାଂଲାଦେଶ ସମସ୍ତଙ୍କୁ ଚକିତ କରିବା ଭଳି ପ୍ରସ୍ତାବ ଦେଇଥିଲା। ଟି-୨୦ ବିଶ୍ୱକପରେ ଦଳକୁ ଏମିତି ଏକ ଗ୍ରୁପରେ ରଖାଯାଉ, ଯେଉଁଠାରେ ମ୍ୟାଚ୍‌ ଖେଳିବା ପାଇଁ ଭାରତ ଯିବାକୁ ପଡ଼ିବ ନାହିଁ। ଆଇସିସିର ଗୋଟିଏ ପ୍ରତିନିଧି ମଣ୍ଡଳୀ ରବିବାର ବିସିବି ସହ ଆଲୋଚନା କରିବାକୁ ବାଂଲାଦେଶ ଯାଇଥିଲେ। ଏହି ଆଲୋଚନା ସମୟରେ ବିସିବି ଗ୍ରୁପ ପରିବର୍ତ୍ତନର ପ୍ରସ୍ତାବ ଦେଇଥିଲା। ବିସିବିର ପ୍ରସ୍ତାବ ପରେ ଆଇସିସି ଏପରି ଅଲ୍ଟିମେଟମ ଜାରି କରିଛି।

Advertisment

ବାଂଲାଦେଶ ଗ୍ରୁପ ଷ୍ଟେଜରେ ନିଜର ମ୍ୟାଚ୍‌ ଗୁଡ଼ିକ ଭାରତରେ ଖେଳିବ ବୋଲି ଧାର୍ଯ୍ୟ ହୋଇଛି। କିନ୍ତୁ ଭାରତ ସହ ରାଜନୀତିକ ତିକ୍ତତା କାରଣରୁ ବାଂଲାଦେଶ ଏହି ମ୍ୟାଚ୍‌ଗୁଡ଼ିକ ଭେନ୍ୟୁ ବଦଳାଇବା ପାଇଁ ଦାବି କରିବାରୁ ବିବାଦ ଦେଖାଯାଇଛି। ନଭେମ୍ବର ମାସରେ ଆଇସିସି ବିଶ୍ୱକପ ସୂଚୀ ଜାରି କରିଥିଲା।

ଏହି ସୂଚୀ ଅନୁସାରେ ବାଂଲାଦେଶ ତା’ର ମ୍ୟାଚଗୁଡ଼ିକ କୋଲକାତା ଓ ମୁମ୍ବାଇରେ ଖେଳିବାର ଅଛି। ହେଲେ ସୁରକ୍ଷାର ଆଳ ଦେଖାଇ ବିସିବି ମ୍ୟାଚ ଖେଳିବାକୁ ଭାରତ(India Bangladesh cricket row ) ଆସିବ ନାହିଁ ବୋଲି କହିଛି। 

ଫେବୃଆରୀ ୭ରୁ ବିଶ୍ୱକପ ଆରମ୍ଭ ହେଉଥିବାରୁ ଆଇସିସି ଏବେ ନିଜର ସୂଚୀରେ କୌଣସି ପରିବର୍ତ୍ତନ କରିବା ମୁଡରେ ନାହିଁ। ମ୍ୟାଚ୍‌ର ସ୍ଥାନ ପରିବର୍ତ୍ତନ ପାଇଁ ବାଂଲାଦେଶ ଯେଉଁ ଯୁକ୍ତି ଦର୍ଶାଉଛି, ସେଥିରେ କୌଣସି ପ୍ରକାରର ସତ୍ୟତା ନଥିବା ଆଇସିସି ଅନୁଭବ କରିଛି। ଖାସ ଏଥିପାଇଁ ଆଇସିସି ଏବେ ବାଂଲାଦେଶକୁ ଜାନୁଆରୀ ୨୧ ସୁଦ୍ଧା ନିଜର ନିଷ୍ପତ୍ତି ଜଣାଇବାକୁ କହିଛି। 

India Bangladesh cricket row