Advertisment

ଆଇସିସି ରାଙ୍କିଙ୍ଗ: ଟେଷ୍ଟ ବ୍ୟାଟରଙ୍କ ତାଲିକାରେ କିଏ କେଉଁ ସ୍ଥାନରେ ରହିଛନ୍ତି ଜାଣନ୍ତୁ

ଲିଡ୍ସରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୫ ୱିକେଟରେ ପରାସ୍ତ ହୋଇଛି।

ଅଦ୍ୟତନ ହୋଇଛି
Pant

Pant

Advertisment

ଲିଡ୍ସ ଟେଷ୍ଟରେ ଦୁଇଟି ଯାକ ଇନିଂସରେ ଶତକ (୧୩୪ ଓ ୧୧୮) ମାରିଥିବା ଋଷଭ ପନ୍ତ ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଙ୍ଗରେ ଟେଷ୍ଟ ବ୍ୟାଟରଙ୍କ ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି। ସେ ୮୦୧ ପଏଣ୍ଟ ପାଇ ଏହି ସ୍ଥାନରେ ରହିଛନ୍ତି। 

Advertisment

ଏହି ତାଲିକାର ଟପ୍‌ ଟେନ୍‌ରେ ଆଉ ଜଣେ ଭାରତୀୟ ବ୍ୟାଟର ଅଛନ୍ତି। ତାଙ୍କ ନାଁ ଯଶସ୍ୱୀ ଜୈସୱାଲ। ସେ ୮୫୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି। ଲିଡ୍ସରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସେ ଶତକ ମାରିଥିଲେ। ସେ ୧୫୯ଟି ବଲ୍‌ରୁ ୧୦୧ ରନ୍ କରିଥିଲେ।

ଲିଡ୍ସରେ ଇଂଲଣ୍ଡ ବିରୋଧରେ ଟେଷ୍ଟ କ୍ୟାପଟେନ୍ସିରେ ଡେବ୍ୟୁ କରିଥିବା ଶୁବମନ ଗିଲ ଏହି ତାଲିକାର ଶ୍ରେଷ୍ଠ ୨୦ ଭିତରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଇନିଂସରେ ୧୪୭ ରନ୍ କରିଥିଲେ। ସେହିପରି ଲିଡ୍ସ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ (୧୩୭ ରନ୍‌) କରିଥିବା କେଏଲ ରାହୁଲ ୧୦ଟି ସ୍ଥାନ ଉପରକୁ ଉଠି ୩୮ ନମ୍ବରରେ ରହିଛନ୍ତି।

Advertisment

ଏହି ତାଲିକାର ଶୀର୍ଷରେ ରହିଛନ୍ତି ଇଂଲଣ୍ଡର ବ୍ୟାଟର ଜୋ ରୁଟ୍‌। ସେ ୮୮୯ ପଏଣ୍ଟ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ହ୍ୟାରୀ ବ୍ରୁକ୍। ସେ ୮୭୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଲିଡ୍ସରେ ଗତକାଲି ଶେଷ ହୋଇଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୯୯ ରନ୍‌ର ଏକ ଭଲ ପାଳି ଖେଳିଥିଲେ ବ୍ରୁକ୍‌। ସେହିପରି ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୧୪୯ (୧୭୦ ବଲ୍‌, ୨୧ ଚୌକା ଓ ଗୋଟିଏ ଛକା) ରନ୍ କରି ଇଂଲଣ୍ଡର ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିବା ବେନ ଡକେଟ ଆଇସିସି ଟେଷ୍ଟ ରାଙ୍କିଙ୍ଗର ବ୍ୟାଟରଙ୍କ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ୬୨ ରନ୍ କରିଥିଲେ।

ଇଂଲଣ୍ଡର ଓଲି ପପ୍‌ ୧୯ ନମ୍ବର ସ୍ଥାନରେ ରହିଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସେ ୧୦୬ ରନ୍ କରିଥିଲେ।

ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡର କେନ ୱିଲିୟମସନ ୮୬୭ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ଥିବା ବେଳେ ଅଷ୍ଟେଲିଆର ଷ୍ଟିଭ୍ ସ୍ମିଥ (୮୨୪) ୫ମ, ଦକ୍ଷିଣ ଆଫ୍ରିକାର ଟେମ୍ବା ବଭୂମା (୮୦୬) ଷଷ୍ଠ, ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ (୭୩୯) ନବମ ଓ ପାକିସ୍ତାନର ସଉଦ ଶକୀଲ (୭୨୫) ୧୦ ନମ୍ବର ସ୍ଥାନରେ ରହିଛନ୍ତି।

ସୂଚନାଯୋଗ୍ୟ, ଲିଡ୍ସରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୫ ୱିକେଟରେ ପରାସ୍ତ ହୋଇଛି। ଭାରତ ପ୍ରଥମ ଇନିଂସରେ ୪୭୧ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩୬୪ ରନ୍ କରିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୬୫ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩୭୩ ରନ୍ କରିଥିଲା।

Rishabh Pant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe