Advertisment

ଟପ୍-୧୦କୁ ଫେରିଲେ ବୁମ୍ରା, ବହୁ ତଳକୁ ଖସିଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବିପୁଳ ଫାଇଦା ହୋଇଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ୍ କୋହଲିଙ୍କୁ ଟେଷ୍ଟ ରାଙ୍କିଙ୍ଗରେ କ୍ଷତି ହୋଇଛି। ବୁମ୍ରା ପୁଣିଥରେ ବୋଲରଙ୍କ ଟେଷ୍ଟ ରାଙ୍କିଙ୍ଗରେ ଟପ-୧୦ରେ ପ୍ରବେଶ କରିଛନ୍ତି। ସେଞ୍ଚୁରିଅନ୍ ଟେଷ୍ଟରେ ଘାତକ ବୋଲିଂ ପାଇଁ ତାଙ୍କୁ ଏହି ଉପହାର ମିଳିଛି। ପ୍ରଥମ ଟେଷ୍ଟରେ ସେ ୫ ୱିକେଟ୍ ହାସଲ କରିଥିଲେ। ଏହି ପ୍ରଦର୍ଶନ କାରଣରୁ ସେ ଟେଷ୍ଟ ରାଙ୍କିଙ୍ଗରେ ତିନୋଟି ସ୍ଥାନ […]

ଅଦ୍ୟତନ ହୋଇଛି
ଟପ୍-୧୦କୁ ଫେରିଲେ ବୁମ୍ରା, ବହୁ ତଳକୁ ଖସିଲେ କୋହଲି

bumrah-and-kohli

Advertisment

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବିପୁଳ ଫାଇଦା ହୋଇଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ୍ କୋହଲିଙ୍କୁ ଟେଷ୍ଟ ରାଙ୍କିଙ୍ଗରେ କ୍ଷତି ହୋଇଛି। ବୁମ୍ରା ପୁଣିଥରେ ବୋଲରଙ୍କ ଟେଷ୍ଟ ରାଙ୍କିଙ୍ଗରେ ଟପ-୧୦ରେ ପ୍ରବେଶ କରିଛନ୍ତି। ସେଞ୍ଚୁରିଅନ୍ ଟେଷ୍ଟରେ ଘାତକ ବୋଲିଂ ପାଇଁ ତାଙ୍କୁ ଏହି ଉପହାର ମିଳିଛି। ପ୍ରଥମ ଟେଷ୍ଟରେ ସେ ୫ ୱିକେଟ୍ ହାସଲ କରିଥିଲେ। ଏହି ପ୍ରଦର୍ଶନ କାରଣରୁ ସେ ଟେଷ୍ଟ ରାଙ୍କିଙ୍ଗରେ ତିନୋଟି ସ୍ଥାନ ଉପରକୁ ଉଠି ନବମରେ ପହଞ୍ଚିଛନ୍ତି।

Advertisment

ଭାରତର ଅନ୍ୟତମ ପେସର୍ ମହମ୍ମଦ ଶାମି ଦୁଇଟି ସ୍ଥାନ ଉଠୀ ୧୭ଶରେ ପହଞ୍ଚିଛନ୍ତି। ଶାମି ସେଞ୍ଚୁରିଅନ୍ ଟେଷ୍ଟରେ ମୋଟ ୮ ୱିକେଟ୍ ହାସଲ କରିଥିଲେ। ସେ ପ୍ରଥମ ଇନିଂସରେ ୫ଟି ଓ ଦ୍ୱିତୀୟ ଇନିଂସରେ ୩ଟି ସଫଳତା ପାଇଥିଲେ। ଭାରତର ରବିଚନ୍ଦ୍ରନ୍ ଅଶ୍ୱିନ୍ ଟେଷ୍ଟ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ଟେଷ୍ଟ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ବୋଲରଙ୍କ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହିଛନ୍ତି।

https://twitter.com/ICC/status/1478640152436043776?s=20

ବ୍ୟାଟ୍ସମ୍ୟାନଙ୍କ ରାଙ୍କିଙ୍ଗରେ କୋହଲିଙ୍କୁ ଅଧିକ କ୍ଷତି ହୋଇଛି। କୋହଲି ଦୁଇଟି ସ୍ଥାନ ସହ ନବମକୁ ଖସି ଆସିଛନ୍ତି। କୋହଲିଙ୍କର ୭୪୭ ରେଟିଂ ପଏଣ୍ଟ ରହିଛି। ଏହା ପୂର୍ବରୁ କୋହଲି ସପ୍ତମ ସ୍ଥାନରେ ଥିଲେ। କୋହଲିଙ୍କ ପଛରେ ପକାଇ ପାକିସ୍ତାନର ବାବର ଆଜମ ଅଷ୍ଟମ ସ୍ଥାନକୁ ଉଠିଛନ୍ତି। ତାଙ୍କୁ ଗୋଟିଏ ସ୍ଥାନରେ ଫାଇଦା ହୋଇଛି।

Advertisment

ସେହିପରି ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ବ୍ୟାଟ୍ସମ୍ୟାନଙ୍କ ରାଙ୍କିଙ୍ଗରେ ବିପୁଳ ଫାଇଦା ହୋଇଛି। ରାହୁଲ ଏକାଥରକେ ୧୮ଟି ସ୍ଥାନ ଉପରକୁ ଉଠି ୩୧ମ ସ୍ଥାନରେ ପହଞ୍ଚିଛନ୍ତି। ସେଞ୍ଚୁରିଅନ୍ ଟେଷ୍ଟରେ ରାହୁଲଙ୍କ ବ୍ୟାଟରୁ ଶତକ ବାହାରିଥିଲେ। ତାଙ୍କର ଏହି ଶତକ ବଳରେ ଭାରତ ୧୧୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡ଼ିଥିବା ରୋହିତ୍ ଶର୍ମାଙ୍କ ରାଙ୍କିଙ୍ଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ରୋହିତ୍ ପୂର୍ବଭଳି ପଞ୍ଚମ ସ୍ଥାନରେ ରହିଛନ୍ତି। ଅଜିଙ୍କ୍ୟ ରାହାଣେ ଦୁଇଟି ସ୍ଥାନ ଉଠି ୨୫ତମ ସ୍ଥାନରେ ପହଞ୍ଚିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe