Advertisment

ଆଇସିସି ରାଙ୍କିଙ୍ଗ: ଟପ୍‌ ୧୦କୁ ଫେରିଲେ ବିରାଟ, ୫ମରେ ପହଞ୍ଚିଲେ ବୁମ୍ରା

ଏକଦା ରାଙ୍କିଙ୍ଗର ଟପ୍‌ ୧ରେ ରହୁଥିବା ବିରାଟ ୨୦୨୨ ମଧ୍ୟ ଭାଗରେ ଶ୍ରେଷ୍ଠ ୧୦ରୁ ବାଦ ପଡ଼ିଥିଲେ।

author-image
Hemant Lenka
Virat Kohli

Virat Kohli

ନୂଆ ବର୍ଷ ୨୦୨୪ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପାଇଁ ଭଲ ଖବର ନେଇ ଆସିଛି। ୨୦୨୪ ବର୍ଷର ପ୍ରଥମ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟଙ୍କୁ ପ୍ରମୋସନ ମିଳିଛି। ସେ ଦୀର୍ଘ ମାସ ପରେ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି।

Advertisment

ଏକଦା ରାଙ୍କିଙ୍ଗର ଟପ୍‌ ୧ରେ ରହୁଥିବା ବିରାଟ ୨୦୨୨ ମଧ୍ୟ ଭାଗରେ ଶ୍ରେଷ୍ଠ ୧୦ରୁ ବାଦ ପଡ଼ିଥିଲେ। ଏବେ କିନ୍ତୁ ସେ ୪ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୯ନଂରେ ପହଞ୍ଚି ଯାଇଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ବିରାଟ ଯଥାକ୍ରମେ ୩୮ ଓ ୭୬ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ବିରାଟଙ୍କୁ ଫାଇଦା ଦେଇଛି। ସେ ଟପ୍‌ ୧୦ରେ ପ୍ରବେଶ କରିଥିଲେ ହେଁ ଶୀର୍ଷ ସ୍ଥାନରେ ଥିବା କେନ ୱିଲିୟମସନଙ୍କ ଠାରୁ ୧୦୩ ପଏଣ୍ଟ ପଛରେ ରହିଛନ୍ତି। ଜୋ ରୁଟ ୮୫୯ ପଏଣ୍ଟ ସହ ଦ୍ୱିତୀୟ ଓ ଷ୍ଟିଭ ସ୍ମିଥ ୮୨୦ ପଏଣ୍ଟ ସହ ବ୍ୟାଟିଂ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଛନ୍ତି।

Advertisment

ଅନ୍ୟପକ୍ଷରେ ଭାରତର ଅଧିନାୟକ ରୋହିତ ଶର୍ମା ୪ଟି ସ୍ଥାନ ତଳକୁ ଖସି ରାଙ୍କିଙ୍ଗର ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପରେ ଅବସର ନେବାକୁ ଥିବା ଡିନ ଏଲଗାର ଟପ ୨୦ରେ ପ୍ରବେଶ କରିଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ୧୮୫ ରନର ଇନିଂସ ଖେଳିଥିଲେ। ଏହାପରେ ସେ ୧୯ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୧୭ ନଂ ସ୍ଥାନରେ ପହଞ୍ଚିଛନ୍ତି।

ଅନ୍ୟପକ୍ଷରେ ବୋଲିଂ ରାଙ୍କିଙ୍ଗରେ ମଧ୍ୟ ଯଶପ୍ରୀତ ବୁମ୍ରା କମାଲ କରିଛନ୍ତି। ସେ ଆହତ ସମସ୍ୟାରୁ ଫେରିବା ପରେ ନିଜ ଦମ ଦେଖାଇ ରାଙ୍କିଙ୍ଗର ୫ମ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ଉପରେ ରବୀନ୍ଦ୍ର ଜାଡେଜା ରହିଛନ୍ତି। ପୂର୍ବଭଳି ଭାରତର ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟରେ କାଗିସୋ ରବାଡା ଓ ତୃତୀୟରେ ଅଷ୍ଟ୍ରେଲିଆର ପାଟ କମିନ୍ସ ଅଛନ୍ତି। 

Virat Kohli ICC Test Cricket