ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇନାଲ: ଇତିହାସ ବଦଳାଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ଏଥର ଦଳ ୯ ମ୍ୟାଚ୍‌ରୁ ୯ ବିଜୟ ହାସଲ କରିଛି। ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆ ବିଶ୍ୱକପରେ ସମସ୍ତ ମ୍ୟାଚ୍‌ ଜିତି ବିଶ୍ୱ ବିଜେତା ହୋଇଥିଲା। ଏବେ ଭାରତ ମଧ୍ୟ ସେହି ଦିଗରେ ଯାହଛି।

ICC

Team India

Hemant Lenka
  • Published: Wednesday, 15 November 2023
  • Updated: 15 November 2023, 08:13 AM IST

Sports

Latest News

ଘରୋଇ ପରିବେଶ। ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମ। ସାମ୍ନାରେ ବିପର୍ଯ୍ୟୟ ସୃଷ୍ଟି କରିବାରେ ମାହିର ନ୍ୟୁଜିଲ୍ୟାଣ୍ଡ। ଏସବୁ ଭିତରେ ଆଜି ବିଶ୍ୱକପ ସେମି ଫାଇନାଲ ଖେଳିବାକୁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ। ଚଳିତ ବିଶ୍ୱକପରେ ଭାରତ ଅପରାଜେୟ ରହିଛି। ଆଇସିସି ଇଭେଣ୍ଟରେ ଭଲ ପ୍ରଦର୍ଶନ କରିପାରୁ ନଥିବାରୁ ଟିମ ଇଣ୍ଡିଆ ପୂର୍ବରୁ ଅନେକ ଥର ସମାଲୋଚନାର ଶିକାର ହୋଇଛି।

କିନ୍ତୁ ଏଥର ଦଳ ୯ ମ୍ୟାଚ୍‌ରୁ ୯ ବିଜୟ ହାସଲ କରିଛି। ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆ ବିଶ୍ୱକପରେ ସମସ୍ତ ମ୍ୟାଚ୍‌ ଜିତି ବିଶ୍ୱ ବିଜେତା ହୋଇଥିଲା। ଏବେ ଭାରତ ମଧ୍ୟ ସେହି ଦିଗରେ ଯାଉଛି।

ଭାରତ ପାଇଁ ବର୍ତ୍ତମାନ ସବୁ କିଛି ଠିକ ଠାକ ଚାଲିଛି। ରୋହିତ ଶର୍ମା ବିଶ୍ୱକପରେ ଜବରଦସ୍ତ ଢଙ୍ଗରେ ନେତୃତ୍ୱ ନେଉଛନ୍ତି। ଆରମ୍ଭରୁ ହିଁ ଆଟାକିଂ ଶଟ ଖେଳି ପ୍ରତିପକ୍ଷଙ୍କୁ ଧରାଶାୟୀ କରୁଛନ୍ତି। ବିରାଟ କୋହଲି ୯ ମ୍ୟାଚ୍‌ରୁ ୫୯୩ ରନ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ୨୦୧୯ ବିଶ୍ୱକପରେ ଭାରତର ମଧ୍ୟକ୍ରମ କାମ ଦେଉ ନଥିଲେ। କିନ୍ତୁ ୨୦୨୩ରେ ଶ୍ରେୟସ ଆୟର ଓ କେଏଲ ରାହୁଲ ରନ କରୁଛନ୍ତି।

Also Read

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି କୌଣସି ପ୍ୟାନିକ ସୃଷ୍ଟି କରିନାହିଁ। ଦଳରେ ଅଧିକ ସ୍ପଷ୍ଟତା ଆସିଛି। କାହାକୁ କ’ଣ କରିବାର ଅଛି, ସେକଥା ସମସ୍ତେ ଭଲ ଭାବେ ବୁଝି ଯାଇଛନ୍ତି। ଭାରତ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସହ ୫ ପ୍ରଣ୍ଟ ଲାଇନ ବୋଲରଙ୍କୁ ନେଇ ମୈଦାନକୁ ଓହ୍ଲାଉଛି। ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରା ନିଜର ନିଜର କଳା ଦେଖାଇଛନ୍ତି। ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ପଛରେ ପଡ଼ି ନାହାନ୍ତି।

ତେବେ ବୁଧବାର ଭାରତକୁ ସବୁ କିଛି ପୁଣି ଆରମ୍ଭ କରିବାକୁ ପଡ଼ିବ। କାରଣ ଆଜି ଦଳର ମୁକାବିଲା ୨୦୧୯ର ରନର୍ସ ଅପ ନ୍ୟୁଜିଲ୍ୟାଣ୍ଡ ସହ ହେବ। ଘରୋଇ ଦର୍ଶକଙ୍କ ଆଗରେ ଖେଳିବା ଭାରତକୁ ସହାୟକ ହେବ। କିନ୍ତୁ ଇତିହାସ ମେନ ଇନ ବ୍ଲ୍ୟୁ ସପକ୍ଷରେ ନାହିଁ। ଆଇସିସି ଇଭେଣ୍ଟରେ କ୍ୱିୱି ଟିମର ଦବଦବା ରହିଛି।

ଆଇସିସିର ସୀମିତ ଓଭର ଫର୍ମାଟରେ ଏଯାଏ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ୧୩ ଥର ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ଭାରତ କେବଳ ୪ ଥର ଜିତିବାକୁ ସକ୍ଷମ ହୋଇଛି। ଅବଶ୍ୟ ଚଳିତ ବିଶ୍ୱକପର ଲିଗ ପର୍ଯ୍ୟାୟରେ ଭାରତ ଧର୍ମଶାଳାରେ କ୍ୱିୱି ଟିମକୁ ହରାଇଥିଲା। ହେଲେ ପଲଟ ବାର କରିବାରେ ବ୍ଲାକ କ୍ୟାପ୍ସ ମାହିର।

୨୦୧୯ ବିଶ୍ୱକପ ସେମି ଫାଇନାଲ ମ୍ୟାଚ୍‌ କଥା କେହି ବି ଭୁଲି ନଥିବେ। ଲିଗ୍‌ ଷ୍ଟେଜର ୧ନଂ ସ୍ଥାନରେ ରହି ଭାରତ ୨୦୧୯ ବିଶ୍ୱକପ ସେମିରେ ପ୍ରବେଶ କରିଥିଲା ଭାରତ। ଏଥର ମଧ୍ୟ ଭାରତ ୧ନଂ ସ୍ଥାନରେ ରହି ସେମିରେ ପ୍ରବେଶ କରିଛି। ୨୦୧୯ ଭଳି ନ୍ୟୁଜିଲ୍ୟାଣ୍ଡ ମଧ୍ୟ ୨୦୨୩ରେ ୪ର୍ଥ ସ୍ଥାନରେ ରହିଛି। ୨୦୧୯ରେ ବିରାଟ କୋହଲି ନେତୃତ୍ୱାଧୀନ ଭାରତକୁ କେନ ୱିଲିୟମସନଙ୍କ କ୍ୱିୱି ଟିମ ଫାଇନାଲ ଟିକେଟ ଦେଇ ନଥିଲା।

ନ୍ୟୁଜିଲ୍ୟାଣ୍ଡ କିଛି କରି ନଥିଲା। କେବଳ ସେମାନେ ପିଚ୍‌କୁ ଭଲ ଭାବେ ପଢ଼ିବାକୁ ସକ୍ଷମ ହୋଇଥିଲେ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ୨୩୯ ରନ କରିଥିଲା। ବର୍ଷା ଯୋଗୁ ମ୍ୟାଚ୍‌ ସଂରକ୍ଷିତ ଦିବସକୁ ଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ନିଜର ବୋଲିଂ ପ୍ଲାନକୁ ଠିକ ଭାବେ ପରିଚାଳନା କରିଥିଲା।

ଭାରତର ଟପ ଅର୍ଡର ଟ୍ରେଣ୍ଟ ବୋଲ୍ଟ ଓ ମ୍ୟାଟ ହେନରୀଙ୍କ ବଲରେ ଘାଇଲା ହୋଇଥିଲେ। ଓଭରକାଷ୍ଟ କଣ୍ଡିସନ ସେମାନଙ୍କୁ ସହାୟତା କରିଥିଲା। ଭାରତ ୫ ରନରେ ୩ ୱିକେଟ ହରାଇଥିଲେ। ରୋହିତ, ବିରାଟ ଓ କେଏଲ ରାହୁଲ ୧ ରନ ଲେଖାଏ କରିଥିଲେ। ରବୀନ୍ଦ୍ର ଜାଡେଜା ୭୭ ଓ ମହେନ୍ଦ୍ର ସିଂହ ଧୋନି ୫୦ କରିଥିଲେ ମଧ୍ୟ କିଛି ବି ଲାଭ ହୋଇ ନଥିଲା। ଧୋନି ରନ ଆଉଟ ହେବା ସହ ଭାରତ ୧୮ ରନରେ ମ୍ୟାଚ୍‌ ହାରିଥିଲା।

୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ୪ ୱିକେଟରେ ଭାରତକୁ ହରାଇଥିଲା। ଏହାବାଦ ୨୦୨୧ ଆଇସିସି ବିଶ୍ୱକପ ଟେଷ୍ଟ ଚାମ୍ପିୟନ ଶିପ ଓ ୨୦୨୧ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତକୁ ନ୍ୟୁଜିଲ୍ୟାଣ୍ଡ ହରାଇଥିଲା। ଏବେ ଟିମ ଇଣ୍ଡିଆ ଇତିହାସ ବଦଳାଇବା ଲକ୍ଷ୍ୟରେ ରହିଛି।

ୱାଙ୍ଖେଡେରେ ଖେଳା ଯାଉଥିବା ଆଇପିଏଲ ମ୍ୟାଚ୍‌ଗୁଡ଼ିକରେ ଚେଜ୍‌ ଭଲ ହେଉଥିଲା। କାକର ଗୋଟିଏ ଫ୍ୟାକ୍ଟର ବନୁଥିଲା। କିନ୍ତୁ ଦିନିକିଆରେ ଏହା ପୂରା ଓଲଟା। ଦ୍ୱିତୀୟ ଇନିଂସର ପ୍ରଥମ ୧୦ରୁ ୧୫ ଓଭର ଦ୍ରୁତ ବୋଲରଙ୍କୁ ବେଶ ଫାଇଦା ଦେଉଛି।

ଚଳିତ ବିଶ୍ୱକପରେ ଏଠାରେ ଖେଳା ଯାଇଥିବା ୪ ମ୍ୟାଚ୍‌ରେ ଦ୍ରୁତ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି। ଦ୍ୱିତୀୟ ଇନିଂସର ପ୍ରଥମ ୧୦ ଓଭର୍‌ରେ ଦ୍ରୁତ ବୋଲରମାନେ ୧୭ ୱିକେଟ ନେଇଛନ୍ତି। ପ୍ରତି ୧୩ ବଲରେ ଗୋଟିଏ ୱିକେଟ ମିଳିଛି। କିନ୍ତୁ ପ୍ରଥମ ଇନିଂସରେ ମାତ୍ର ୪ଟି ୱିକେଟ ବୋଲରମାନେ ପ୍ରଥମ ୧୦ ଓଭର୍‌ରେ ପାଇଛନ୍ତି।

ପ୍ରଥମ ଇନିଂସରେ ପ୍ରବଳ ଗରମ ହେଉଥିବାରୁ ବୋଲରମାନେ ସଂଘର୍ଷ କରିବେ। ବିଶ୍ୱକପର ୪ ମ୍ୟାଚ୍‌ରେ ଏଠାରେ ଯଥାକ୍ରମେ ୩୯୯/୭, ୩୮୨/୫, ୩୫୭/୮ ଓ ୨୯୧/୫ ରନ ହୋଇଛି। ପ୍ରଥମ ୩ଟି ମ୍ୟାଚ୍‌ରେ ବ୍ୟାଟିଂ କରିଥିବା ଦଳ ଜିତିଛି।

ଶେଷ ମ୍ୟାଚ୍‌ରେ ଗ୍ଲେନ ମ୍ୟାକ୍ସୱେଲଙ୍କ ୨୦୧ ରନ ବଳରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆଫଗାନକୁ ୩ ୱିକେଟରେ ହରାଇଥିଲା। ତେଣୁ ଟସ୍‌ର ମହତ୍ତ୍ୱ ବେଶ ଅଧିକ ରହିଛି।

ଭାରତ-ନ୍ୟୁଜିଲ୍ୟାଣ୍ଡ ଆଇସିସି ଟକ୍କର

୧- ୧୯୭୫ ବିଶ୍ୱକପ- ଭାରତ ୪ ୱିକେଟରେ ହାରିଥିଲା

୨- ୧୯୭୯ ବିଶ୍ୱକପ- ଭାରତ ୮ ୱିକେଟରେ ହାରିଥିଲା

୩- ୧୯୮୭ ବିଶ୍ୱକପ – ଭାରତ ୧୬ ରନରେ ଜିତିଥିଲା

୪ – ୧୯୮୭ ବିଶ୍ୱକପ- ଭାରତ ୯ ୱିକେଟରେ ଜିତିଥିଲା

୫ – ୧୯୯୨ ବିଶ୍ୱକପ – ଭାରତ ୪ ୱିକେଟରେ ହାରିଥିଲା

୬ – ୧୯୯୯ ବିଶ୍ୱକପ- ଭାରତ ୫ ୱିକେଟରେ ହାରିଥିଲା

୭- ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ୪ ୱିକେଟରେ ହାରିଥିଲା

୮- ୨୦୦୩ ବିଶ୍ୱକପ- ଭାରତ ୭ ୱିକେଟରେ ଜିତିଥିଲା

୯- ୨୦୦୭ ଟି-୨୦ ବିଶ୍ୱକପ- ଭାରତ ୧୦ ରନରେ ହାରିଥିଲା

୧୦- ୨୦୧୬ ଟି-୨୦ ବିଶ୍ୱକପ- ଭାରତ ୪୭ ରନରେ ହାରିଥିଲା

୧୧- ୨୦୧୯ ବିଶ୍ୱକପ- ଭାରତ ୧୮ ରନରେ ହାରିଥିଲା(ସେମି ଫାଇନାଲ)

୧୨- ୨୦୨୧ ଟି-୨୦ ବିଶ୍ୱକପ- ଭାରତ ୮ ୱିକେଟରେ ହାରିଥିଲା

୧୩- ୨୦୨୩ ବିଶ୍ୱକପ- ଭାରତ ୪ ୱିକେଟରେ ଜିତିଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story