Advertisment

ବିଶ୍ୱକପ୍ ଜିତିବା ପରେ ଭାରତ କ୍ୟାପଟେନଙ୍କୁ ବଡ଼ ସମ୍ମାନ ଦେଲା ଆଇସିସି

ନୂଆଦିଲ୍ଲୀ: ଅଣ୍ଡର୍-୧୯ ବିଶ୍ୱକପର ଫାଇନାଲରେ ଭାରତ ୪ ୱିକେଟରେ ଇଂଲଣ୍ଡକୁ ହରାଇ ପଞ୍ଚମଥର ଟାଇଟଲ୍ ଜିତିଛି। ଭାରତକୁ ଚାମ୍ପିୟନ୍ କରାଇଥିବା କ୍ୟାପଟେନ୍ ୟଶ ଧୂଲଙ୍କୁ ଆଇସିସି ବଡ଼ ସମ୍ମାନ ପ୍ରଦାନ କରିଛି ଆଇସିସି। ଆଇସିସି ୟଶ ଧୂଲଙ୍କୁ ଟୁର୍ଣ୍ଣାମେଣ୍ଟର କ୍ୟାପଟେନ୍ ଭାବେ ନିଯୁକ୍ତ କରିଛି। ଧୂଲଙ୍କ ବ୍ୟତୀତ ଆଉ ଦୁଇ ଭାରତୀୟ ଯଥା ଅଲରାଉଣ୍ଡର ରାଜ ବାୱା ଓ ସ୍ପିନର ବିକ୍କି ଓଟ୍ସୱାଲଙ୍କୁ ୧୨ ଜଣିଆ ଟିମରେ ସାମିଲ୍ କରାଯାଇଛି। ଟୁର୍ଣ୍ଣାମେଣ୍ଟରେ ବିକ୍କି ଭାରତର ସର୍ବାଧିକ ୱିକେଟ୍ […]

author-image
Ranjit Kumar Jena
ବିଶ୍ୱକପ୍ ଜିତିବା ପରେ ଭାରତ କ୍ୟାପଟେନଙ୍କୁ ବଡ଼ ସମ୍ମାନ ଦେଲା ଆଇସିସି

yash-dhull

ନୂଆଦିଲ୍ଲୀ: ଅଣ୍ଡର୍-୧୯ ବିଶ୍ୱକପର ଫାଇନାଲରେ ଭାରତ ୪ ୱିକେଟରେ ଇଂଲଣ୍ଡକୁ ହରାଇ ପଞ୍ଚମଥର ଟାଇଟଲ୍ ଜିତିଛି। ଭାରତକୁ ଚାମ୍ପିୟନ୍ କରାଇଥିବା କ୍ୟାପଟେନ୍ ୟଶ ଧୂଲଙ୍କୁ ଆଇସିସି ବଡ଼ ସମ୍ମାନ ପ୍ରଦାନ କରିଛି ଆଇସିସି। ଆଇସିସି ୟଶ ଧୂଲଙ୍କୁ ଟୁର୍ଣ୍ଣାମେଣ୍ଟର କ୍ୟାପଟେନ୍ ଭାବେ ନିଯୁକ୍ତ କରିଛି। ଧୂଲଙ୍କ ବ୍ୟତୀତ ଆଉ ଦୁଇ ଭାରତୀୟ ଯଥା ଅଲରାଉଣ୍ଡର ରାଜ ବାୱା ଓ ସ୍ପିନର ବିକ୍କି ଓଟ୍ସୱାଲଙ୍କୁ ୧୨ ଜଣିଆ ଟିମରେ ସାମିଲ୍ କରାଯାଇଛି।

Advertisment

ଟୁର୍ଣ୍ଣାମେଣ୍ଟରେ ବିକ୍କି ଭାରତର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ଥିଲେ। ସେ ମୋଟ ୧୨ଟି ୱିକେଟ୍ ହାସଲ କରିଥିଲେ। ସେହିପରି ବାୱା ୬ ମ୍ୟାଚରେ ୨୫୨ ରନ୍ କରିଛନ୍ତି, ଯେଉଁଥିରେ ଉଗାଣ୍ଡା ବିପକ୍ଷରେ ତାଙ୍କର ୧୬୨ ରନର ଇନିଂସ୍ ସାମିଲ୍ ଥିଲା। ସେହିପରି ଫାଇନାଲରେ ବାୱା ଜବରଦସ୍ତ ବୋଲିଂ କରି ୫ ୱିକେଟ୍ ହାସଲ କରିଥିଲେ। ଅନ୍ୟପକ୍ଷରେ କରୋନାରେ ଆକ୍ରାନ୍ତ କାରଣରୁ ଦୁଇଟି ମ୍ୟାଚ୍ ଖେଳିପାରିନଥିବା ୟଶ ୪ଟି ମ୍ୟାଚରେ ୨୨୯ ରନ୍ କରିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ୧୧୦ ରନର ଶତକୀୟ ଇନିଂସ୍ ଖେଳିଥିଲେ।

ଆଇସିସି ପକ୍ଷରୁ ଘୋଷଣା ହୋଇଥିବା ୧୨ ଜଣିଆ ସ୍କ୍ୱାଡରେ ୮ଟି ଟିମର ଖେଳାଳି ସ୍ଥାନ ପାଇଛନ୍ତି। ଚାମ୍ପିୟନ୍ ଭାରତର ସର୍ବାଧିକ ୩ ଜଣ ଖେଳାଳି ଟିମରେ ସ୍ଥାନ ପାଇଛନ୍ତି। ସେହିପରି ଇଂଲଣ୍ଡ ଓ ପାକିସ୍ତାନରୁ ୨ ଜଣ ଲେଖାଏ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନର ଜଣେ ଲେଖାଏ ଖେଳାଳି ଏହି ଟିମରେ ସ୍ଥାନ ହାସଲ କରିଛନ୍ତି।

Advertisment

https://twitter.com/ICC/status/1490268450006396928?s=20&t=7FC9IyyAPEBlrm5vR8eDXg

ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ୍ ତଥା ଜୁନିୟର ଡିଭିଲିୟର୍ସ ନାମରେ ପରିଚିତ ଡିୱାଲ୍ଡ ବ୍ରେଭିସ୍ ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି। କମେଣ୍ଟେଟର୍ ସାମୁଏଲ୍ ବଦ୍ରୀ, ନାଟାଲୀ ଜର୍ମାନୋସ୍, ଆଇସିସି ମ୍ୟାଚ୍ ରେଫରୀ ଗ୍ରେମ୍ ଲେବ୍ରୁ ଓ ସାମ୍ବାଦିକ ସନ୍ଦୀପନ ବାନାର୍ଜୀଙ୍କ ସିଲେକ୍ସନ୍ ପ୍ୟାନେଲ୍ ଏହି ଟିମ୍ ଚୟନ କରିଛି।

ଆଇସିସି ଅଣ୍ଡର୍-୧୯ ବିଶ୍ୱକପ୍ ଟିମ୍: ହସିବୁଲ୍ଲା ଖାନ୍ (ୱିକେଟ୍ କିପର, ପାକିସ୍ତାନ), ଟିଗ୍ ୱିଲୀ (ଅଷ୍ଟ୍ରେଲିଆ), ଡିୱାଲ୍ଡ ବ୍ରେଭିସ୍ (ଦକ୍ଷିଣ ଆଫ୍ରିକା), ୟଶ ଧୂଲ (କ୍ୟାପଟେନ୍, ଭାରତ), ଟମ୍ ପ୍ରେଷ୍ଟ (ଇଂଲଣ୍ଡ), ଦୁନିତ୍ ୱେଲାଲାଗେ (ଶ୍ରୀଲଙ୍କା), ରାଜ ବାୱା (ଭାରତ), ବିକ୍କି ଓଟ୍ସୱାଲ୍ (ଭାରତ), ରିପନ୍ ମଣ୍ଡଳ (ବାଂଲାଦେଶ), ଅୱେସ୍ ଅଲୀ (ପାକିସ୍ତାନ), ଜୋଶ୍ ବୋଡେନ୍ (ଇଂଲଣ୍ଡ), ନୁର୍ ଅହମ୍ମଦ (ଆଫଗାନିସ୍ତାନ)।