India & Pakistan players
ଟି-୨୦ ମହିଳା ବିଶ୍ୱକପରେ କମାଲ୍ ଦେଖାଇଛନ୍ତି ଭାରତୀୟ ବୋଲର। ୧୦୫ ରନରେ ପାକିସ୍ତାନକୁ ଅଟକାଇବାରେ ସଫଳ ହୋଇଛନ୍ତି। ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୦୫ ରନ୍ କରିଛି ପାକିସ୍ତାନ। ଫଳରେ ଭାରତ ଆଗରେ ୧୦୬ ରନର ବିଜୟ ଲକ୍ଷ୍ୟ ରହିଛି।
ଅରୁନ୍ଧତୀ ରେଡ୍ଡୀ ସର୍ବାଧିକ ତିନି ୱିକେଟ ନେଇ ଥିବାବେଳେ ଶ୍ରେୟଙ୍କା ପାଟିଲ ଦୁଇ, ରେଣୁକା ଠାକୁର, ଦୀପ୍ତି ଶର୍ମା ଏବଂ ଆଶା ଶୋଭନା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ଦଳ ପକ୍ଷରୁ ମୁନୀବ ଅଲି ଏବଂ ଗୁଲ୍ ଫିରୋଜ ଓପନିଂ କରିଥିଲେ। ମାତ୍ର ଆରମ୍ଭରୁ ଭାରତୀୟ ବୋଲଙ୍କ ଆଟାକିଂ ବୋଲିଂର ଶିକାର ହୋଇଥିଲେ ପାକିସ୍ତାନ ବାହିନୀ।
ଦଳ ମାତ୍ର ଏକ ରନ୍ କରି ଥିବାବେଳେ ଫିରୋଜଙ୍କୁ ପାଭିଲିଅନ ରାସ୍ତା ଦେଖାଇଥିଲେ ରେଣୁକା ସିଂହ। ଫିରୋଜ ଖାତା ଖୋଲି ପାରିନଥିଲେ। ଏହାପରେ ସିଦ୍ରା ଅମିନ ମୁନୀବଙ୍କ ସାଥ୍ ଦେଇଥିଲେ। ମାତ୍ର ସେ ବି ବେଶି ସମୟ ତିଷ୍ଠି ପାରିନଥିଲେ। ମାତ୍ର ୮ ରନ୍ କରି ଅରୁନ୍ଧତୀ ରେଡ୍ଡୀଙ୍କ ଶିକାର ହୋଇଥିଲେ।
ଅନ୍ୟ କୌଣସି ବ୍ୟାଟର ମଧ୍ୟ ବଡ଼ ବଡ଼ ଶର୍ଟ୍ସ ଖେଳି ପାରିନଥିଲେ। କେବଳ ନିଦ୍ରା ଦାର ସର୍ବାଧିକ ୨୮ ରନ୍ କରିଥିଲେ। ନିର୍ଦ୍ଧାରିତ ଓଭରରେ ୮ ୱିକେଟ ବିନିୟମରେ ୧୦୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି ପାକିସ୍ତାନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
