Advertisment

ଆଜି ଭାରତ-ପାକିସ୍ତାନ ମହାମୁକାବିଲା, ଅହମ୍ମଦାବାଦରେ ହେବେ ମୁହାଁମୁହିଁ

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ।

ଅଦ୍ୟତନ ହୋଇଛି
Match

Match

Advertisment

କ୍ରିକେଟ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ୱାନ୍ ଡେ ବିଶ୍ୱକପର ସବୁ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ। ରେକର୍ଡ ଏବେ ରହିଛି ୭-୦ । ସେହି ରେକର୍ଡକୁ ଅକ୍ଷୁଣ୍ଣ ରଖିବାକୁ ଟାର୍ଗେଟ କରିଛି ଭାରତ। ସେପଟେ ପାକିସ୍ତାନର  ବାବର ଆଜମ ଆଣ୍ଡ କୋ ଏହି କଳଙ୍କକୁ ଲିଭାଇବାକୁ ଚେଷ୍ଟା କରିବେ। ତେଣୁ ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। 

Advertisment

ଭାରତର ବ୍ୟାଟିଂ ଓ ପାକିସ୍ତାନର ବୋଲିଂ ମଧ୍ୟରେ ହେବ କଡ଼ା ମୁକାବିଲା। ଉଭୟ ଟିମରେ ରହିଛନ୍ତି ଗେମ୍ ଚେଞ୍ଜର୍ ଓ ଅଭିଜ୍ଞ ଖେଳାଳି। ଏକ ରୋମାଞ୍ଚକର ମୁକାବିଲା ଅପେକ୍ଷାରେ ସାରା ବିଶ୍ୱର କ୍ରିକେଟ ଫ୍ୟାନ।

ପାକିସ୍ତାନ ଟିମ୍‌ରେ ସାହିନ ଶାହ ଆଫ୍ରିଦ, ହାରିଶ ରୌଫ ଏବଂ ହାସନ ଅଲ୍ଲୀଙ୍କ ଭଳି ବୋଲର ଥିବା ବେଳେ ଭାରତ ପାଖରେ ରୋହିତ, ବିରାଟ କୋହଲି, ରାହୁଲଙ୍କ ଭଳି ବ୍ୟାଟର୍ସ ବି ଅଛନ୍ତି।

Advertisment

ତେଣୁ ବିଶ୍ୱକପରେ ଏ ପର୍ଯ଼୍ୟନ୍ତ ଅନବିଟେନ ଥିବା ଟିମଇଣ୍ଡିଆ ନିଜ ରେକର୍ଡକୁ କାଏମ ରଖି ପାରୁଛି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର। ହେଲେ ବି ଲଢେଇ ତ ଜୋରଦାର ହେବ ଏଥିରେ କୌଣସି ସନ୍ଦେହ ନାହିଁ । ଭାରତ ସପକ୍ଷରେ ସର୍ବାଧିକ ସ୍କୋର ୩୩୬ ଥିବା ବେଳେ ପାକିସ୍ତାନର ସର୍ବାଧିକ ସ୍କୋର ୨୭୩ ରହିଛି। ସେହିପରି ପାକିସ୍ତାନର ସର୍ବନିମ୍ନ ସ୍କୋର ଭାରତ ବିପକ୍ଷରେ ୧୭୩। ଭାରତର ସର୍ବନିମ୍ନ ସ୍କୋର ୨୧୬।

ଏସିଆ କପରେ ପାକିସ୍ତାନକୁ ଭାରତୀୟ ଟିମ ପରାଜିତ କରିଥିବାରୁ ଖେଳାଳିଙ୍କ ମନୋବଳ ସୁଦୃଢ ରହିଛି। ଚଳିତ ବିଶ୍ୱକପରେ ଭାରତୀୟ ଟିମ୍‌ ନମ୍ବର ୱାନ୍‌ ଟିମ୍‌ ହୋଇଥିବା ବେଳେ ପ୍ରଦର୍ଶନ ମଧ୍ୟ ଦମଦାର ରହିଛି । କପ୍ତାନ ହିଟମ୍ୟାନ ବି ଫର୍ମରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ଲପ ହେଲା ପରେ ବି ଜବରଦସ୍ତ କମବ୍ୟାକ କରି ଆଫଗାନିସ୍ତାନ ମ୍ୟାଚରେ ସେ ନିଜ କମାଲ ଦେଖାଇ ଦେଇଛନ୍ତି । ଏହାବାଦ ବିରାଟ କୋହଲି , ଇଶାନ କିଷନ ଓ ଶ୍ରେୟାସ ଆୟାର ବି ଜବରଦସ୍ତ ଫର୍ମରେ ଅଛନ୍ତି ।

ଭାରତର ବୋଲିଂ ସାଇଡ ବି ଖୁବ୍‌ ଷ୍ଟ୍ରଙ୍ଗ ଅଛି। ବୁମ ବୁମ ବୁମରା ମାପିଚୁପି ବୋଲିଂ କରୁଛନ୍ତି, ସିରାଜ, ଚାଇନମ୍ୟାନ କୁଲଦୀପ ଯାଦବ ବି ଜବରଦସ୍ତ ଫର୍ମରେ ଅଛନ୍ତି ।

ଅପରପକ୍ଷେ, ପାକିସ୍ତାନ ବି ଶ୍ରୀଲଙ୍କା ବିପକ୍ଷ ମ୍ୟାଚକୁ ଛଡାଇ ଆଣିବା ପରେ ସେ ବି ବିଶ୍ୱକପ ଜିତିବାର ବଡ ଦାବିଦାର ବୋଲି ଦେଖାଇଦେଇଛି । ତେଣୁ ପାକିସ୍ତାନକୁ ଭାରତ କେବେ ବି ସହଜରେ ନେବ ନାହିଁ ।  

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe