Advertisment

ବଡ଼ ଘୋଷଣା: ବଦଳିଲା ବିଶ୍ୱକପର ମ୍ୟାଚ୍‌ସୂଚୀ, ଭାରତ-ପାକ ଲଢ଼େଇ କେବେ?

ପୂର୍ବରୁ ଅକ୍ଟୋବର ୧୫ରେ ଅହମଦାବାଦରେ ଦୁଇ ଦଳ ମୁହାଁମୁହିଁ ହେବାର ଥିଲା। କିନ୍ତୁ ଏବେ ଏହି ମ୍ୟାଚ୍‌ ଦିନକ ଆଗରୁ ଅର୍ଥାତ ଅକ୍ଟୋବର ୧୪ରେ ଅନୁଷ୍ଠିତ ହେବ।

author-image
Hemant Lenka
ICC

ICC

ଭାରତରେ ଖେଳାଯିବାକୁ ଥିବା ଆଇସିସି ପୁରୁଷ ଦିନିକିଆ ବିଶ୍ୱକପର ୯ଟି ମ୍ୟାଚ୍‌ର ସୂଚୀ ବଦଳିଛି। ଆଜି ଏ ସମ୍ପର୍କରେ ବିସିସିଆଇ ସୂଚନା ଦେଇଛି। ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍‌ ଭାରତ ଓ ପାକିସ୍ତାନ ଲଢ଼େଇର ତାରିଖ ମଧ୍ୟ ବଦଳିଛି।

Advertisment

ପୂର୍ବରୁ ଅକ୍ଟୋବର ୧୫ରେ ଅହମଦାବାଦରେ ଦୁଇ ଦଳ ମୁହାଁମୁହିଁ ହେବାର ଥିଲା। କିନ୍ତୁ ଏବେ ଏହି ମ୍ୟାଚ୍‌ ଦିନକ ଆଗରୁ ଅର୍ଥାତ ଅକ୍ଟୋବର ୧୪ରେ ଅନୁଷ୍ଠିତ ହେବ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ଦେଶ ମ୍ୟାଚ୍‌ ଖେଳିବେ। ଅକ୍ଟୋବର ୧୫ରେ ନବରାତ୍ରୀ ପଡ଼ୁଛି। ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସି ମ୍ୟାଚ୍‌ର ତାରିଖ ବଦଳାଇବାକୁ ପ୍ରସ୍ତାବ ଦେଇଥିଲେ।

ଏହାପରେ ବିସିସିଆଇ ଓ ଆଇସିସି ଭାରତ-ପାକ ଲଢ଼େଇ ସହ ୯ଟି ମ୍ୟାଚ୍‌ର ତାରିଖ ବଦଳାଇଛନ୍ତି। ଭାରତ-ପାକ ମ୍ୟାଚ୍‌ ବ୍ୟତୀତ ଆଫଗାନିସ୍ତାନ ବିପକ୍ଷରେ ଇଂଲଣ୍ଡ ଖେଳିବାକୁ ଥିବା ମ୍ୟାଚ୍‌ର ତାରିଖ ବି ପରିବର୍ତ୍ତନ ହୋଇଛି। ପୂର୍ବରୁ ଅକ୍ଟୋବର ୧୪ରେ ଏହି ଦୁଇ ଦେଶ ଦିଲ୍ଲୀରେ ମ୍ୟାଚ୍‌ ଖେଳିବାର ଥିଲା। କିନ୍ତୁ ଏହା ଅକ୍ଟୋବର ୧୫ରେ ଅନୁଷ୍ଠିତ ହେବ।

Advertisment

ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଅକ୍ଟୋବର ୧୨ ତାରିଖରେ ହେବାକୁ ଥିବା ମ୍ୟାଚ୍‌ ୧୦ ତାରିଖରେ ହେବ। ଅକ୍ଟୋବର ୧୩ରେ ହେବାକୁ ଥିବା ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ୧୨ରେ ଖେଳାଯିବ।

ନ୍ୟୁଜିଲ୍ୟାଣ୍ଡ ବନାମ ବାଂଲାଦେଶ ମ୍ୟାଚ୍‌ ଅକ୍ଟୋବର ୧୪ ବଦଳରେ ଅକ୍ଟୋବର ୧୩ରେ ଅନୁଷ୍ଠିତ ହେବ। ଅକ୍ଟୋବର ୧୦ରେ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ଧର୍ମଶାଲାରେ ଦିବାରାତ୍ର ମ୍ୟାଚ ଖେଳାଯିବାର ଥିଲା। କିନ୍ତୁ ଏହା ଦିନବେଳା ଖେଳାଯିବ।

ନଭେମ୍ବର ୧୨ରେ କୋଲକାତାରେ ଇଂଲଣ୍ଡ ବନାମ ପାକିସ୍ତାନ ଏବଂ ପୁଣେରେ ଅଷ୍ଟ୍ରେଲିଆ ବନାମ ବାଂଲାଦେଶ ମ୍ୟାଚ୍‌ ଆୟୋଜନ ହେବାର ଥିଲା। କିନ୍ତୁ ଏହି ଡବଲ ହେଡର ମ୍ୟାଚ୍‌ ନଭେମ୍ବର ୧୧ରେ ଖେଳାଯିବ।

ଭାରତ ତା’ର ଶେଷ ଲିଗ ମ୍ୟାଚ୍‌ ବେଙ୍ଗାଲୁରୁରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଖେଳିବ। ପୂର୍ବରୁ ଏହା ନଭେମ୍ବର ୧୧ରେ ହେବାର ଥିଲା। କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରାଯାଇଛି। ଉକ୍ତ ମ୍ୟାଚ୍‌ଟି ନଭେମ୍ବର ୧୨ରେ ଅନୁଷ୍ଠିତ ହେବ।

Indian Cricket Team Cricket ICC ICC Men’s Cricket World Cup 2023