Advertisment

ବିଶ୍ୱ କପରେ କେଉଁ ଦଳ ପାଇଲେ କେତେ ଟଙ୍କା?

ବିଶ୍ୱ କପରେ ବିଜୟୀ ଦଳ, ରନର୍ସ ଅପ୍ ଏବଂ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସ୍ୱରୂପ କେତେ ରାଶି ମିଳିଲା, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଅଷ୍ଟ୍ରେଲିଆର ବିଜୟ ସହ ଶେଷ ହୋଇଛି ୧୩ଶ ଦିନିକିଆ ବିଶ୍ୱ କପ ମୁକାବିଲା। ଫାଇନାଲ ମ୍ୟାଚରେ ଭାରତକୁ ୬ ୱିକେଟରେ ପରାସ୍ତ କରି ବିଶ୍ୱ ବିଜୟୀ ହୋଇଛି କଙ୍ଗାରୁ ବାହିନୀ। ଏହି ଅଭିଯାନରେ ଅଷ୍ଟ୍ରେଲିଆ ଟ୍ରଫି ହାତେଇ ଥିଲେ ମଧ୍ୟ ବେଶ୍‌ ଭଲ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ଦଳ ସମସ୍ତ ଲିଗ୍ ମ୍ୟାଚ୍ ସହ ସେମିଫାଇନାଲରେ ବିଜୟୀ ହୋଇଥିଲା। 

Advertisment

ତେବେ ବିଶ୍ୱ କପରେ ବିଜୟୀ ଦଳ, ରନର୍ସ ଅପ୍ ଏବଂ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସ୍ୱରୂପ କେତେ ଟଙ୍କା ମିଳିଲା, ଜାଣନ୍ତୁ...

ଚଳିତ ବିଶ୍ୱକପ ପୁରସ୍କାର ପାଇଁ ଆଇସିସି ମୋଟ ୧୦ ନିୟୁତ ଡଲାର ରଖିଥିଲା। ଚାମ୍ପିଅନ ଟିମ୍ ଅଷ୍ଟ୍ରେଲିଆକୁ ୪ ନିୟୁତ ଡଲାର (୩୩ କୋଟି ଟଙ୍କା) ଦିଆଯାଇ ଥିବାବେଳେ ରନର୍ସ ଅପ୍ ଭାରତକୁ ମିଳିଛି ୨ ନିୟୁତ ଡଲାର (୧୬ କୋଟି ଟଙ୍କା)। 

Advertisment

ଦୁଇ ସେମିଫାଇନାଲିଷ୍ଟ - ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାକୁ ୮,୦୦,୦୦୦ ଡଲାର (ପାଖାପାଖି ୭ କୋଟି ଟଙ୍କା) ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି। ସେହିପରି ଲିଗ୍ ପର୍ଯାୟରେ ଏଲିମିନେଟ୍ ହୋଇଥିବା ଟିମଗୁଡିକୁ ୧୦୦,୦୦୦ ଡଲାର (୮୩ ଲକ୍ଷ ଟଙ୍କା) ଲେଖାଏଁ ପ୍ରଦାନ କରାଯାଇଛି ପୂର୍ବ ବିଶ୍ୱକପରେ ମଧ୍ୟ ଆଇସିସିସି ପୁରସ୍କାର ବାବଦକୁ ୧୦ ନିୟୁତ ଡଲାର ଘୋଷଣା କରିଥିଲା।  

World Cup Prize Money World Cup ICC World Cup 2023