Advertisment

ଭାରତ-ପାକିସ୍ତାନ ମହାଲଢେଇ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଦିନ ୨ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍।

author-image
Debibandita Barick
ଅଦ୍ୟତନ ହୋଇଛି
Rohit Sharma & Babar Azam

Rohit Sharma & Babar Azam

ଭାରତ-ପାକିସ୍ତାନ ମହାମୁକାବିଲାରେ ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି। ଦିନିକିଆ ବିଶ୍ୱକପ୍ ମହାଲଢେଇରେ ଆଜି ମୁକାବିଲା କରୁଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଦିନ ୨ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍। 

Advertisment

ବିଶ୍ୱକପ୍ ଦିନିକିଆ ଇତିହାସରେ ଭାରତ ଆଜିଯାଏଁ କେବେ ବି ପାକିସନ୍ତାନଠୁ ହାରିନାହିଁ। ତେଣୁ ଏହି ବିଜୟ ଧାରା ଜାରି ରଖିବାକୁ ମଇଦାନକୁ ଓହ୍ଲାଇବେ ରୋହିତ ବାହିନୀ। ଭାରତ ୭-୦ରେ ଆଗୁଆ ଥିବାବେଳେ ରେକର୍ଡ ୮-୦ ପାଇଁ ଲକ୍ଷ୍ୟ ରହିଛି। ସେପଟେ ପାକିସ୍ତାନର ବାବର ଆଜାମ ବାହିନୀ ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବେ। ତେଣୁ ଏକ ରୋମାଞ୍ଚକର ମୁକାବିଲା ଅପେକ୍ଷାରେ ଅଛନ୍ତି ବିଶ୍ୱର କ୍ରିକେଟ ଫ୍ୟାନ। 

Advertisment

ସେପଟେ ଟିମକୁ ଫେରିଛନ୍ତି ଷ୍ଟାର୍ ବ୍ୟାଟର୍ ଶୁବମନ ଗିଲ୍। ଡେଙ୍ଗୁରୁ ସୁସ୍ଥ ହେବା ପରେ ପ୍ଲେଇଂ ଇଲେଭେନରେ ସାମିଲ ହୋଇଛନ୍ତି ଶୁବମନ। ଇଶାନ କିଶନଙ୍କ ସ୍ଥାନରେ ଶୁବମନଙ୍କୁ ସ୍ଥାନ ଦିଆଯାଇଛି। ଏହା ବ୍ୟତୀତ ଦଳରେ ଅନ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। 

ଭାରତର ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(କ୍ୟାପ୍ଟେନ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା(ଭାଇସ୍ କ୍ୟାପ୍ଟେନ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ଶିରାଜ। 

ପାକିସ୍ତାନ ଚୂଡାନ୍ତ ଏକାଦଶ: ଅବଦୁଲ୍ହା ଶାଫିକ, ଇମାନ-ଉଲ୍-ହକ୍, ବାବର ଆଜାମ(କ୍ୟାପ୍ଟେନ), ମହମ୍ମଦ ରିଜୱାନ(ୱିକେଟ କିପର୍), ସଉଦ ସକିଲ, ଇଫତିଖର ଅହମଦ, ଶଦାବ ଖାନ(ଭାଇସ୍ କ୍ୟାପ୍ଟେନ), ମହମ୍ମଦ ନୱାଜ, ହାସନ ଅଲି, ଶାହିନ ଆଫ୍ରିଦ, ହାରିସ ରୌଫ।  

Cricket CWC 2023 Sports ICC World Cup Cricket World Cup IndiaVsPakistan INDvsPAK