Ind & Ned Captain
ବିଶ୍ୱକପ୍ ୪୫ତମ ମ୍ୟାଚରେ ଆଜି ଭାରତ-ନେଦରଲ୍ୟାଣ୍ଡ୍ସ ମଧ୍ୟରେ ଟକ୍କର। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ। ଆଜିର ମ୍ୟାଚ୍ ଜିତି ୯-୦ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ।
ଦିନ ୨ଟାରେ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ୍ ଆରମ୍ଭ ହେବ। ଭାରତ ସ୍କ୍ୱାର୍ଡରେ କୌଣସି ପରିବର୍ତ୍ତନ କରିନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଥିବା ପ୍ଲେଇଂ ଇଲେଭେନ୍ ମଧ୍ୟ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଅଛନ୍ତି। ଅନ୍ୟପକ୍ଷରେ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ନେଦରଲ୍ୟାଣ୍ଡ ମଧ୍ୟ ସମାନ ପ୍ଲେଇଂ ଇଲେଭେନ୍ ରଖିଛି।
🚨 Toss Update 🚨#TeamIndia win the toss & elect to bat in Bengaluru and remain unchanged!
Follow the match ▶️ https://t.co/efDilI0KZP#CWC23 | #MenInBlue | #INDvNEDpic.twitter.com/CX956WgHiO
— BCCI (@BCCI) November 12, 2023
ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଆସିଛି। ଆଜିର ମ୍ୟାଚକୁ କବଜା କରି ନବମ ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ, ନେଦରଲ୍ୟାଣ୍ଡ୍ସ ୮ ମ୍ୟାଚ୍ ଖେଳି ସେମିଫାଇନାଲ ରେସରୁ ବାଦ୍ ପଡିଛି।
ଆସନ୍ତା ୧୫ ଓ ୧୬ରେ ସେମିଫାଇନାଲ୍ ମ୍ୟାଚ୍ ରହିଛି। ପ୍ରଥମ ସେମିରେ ଭାରତ-ନ୍ୟୁଜିଲ୍ୟାଣ୍ଡ ଓ ଦ୍ୱିତୀୟ ସେମିରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ରହିଛି। ପ୍ରଥମ ଓ ଦ୍ୱିତୀୟ ସେମି ବିଜେତା ୧୯ ନଭେମ୍ବରରେ ମୁହାଁମୁହିଁ ହେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
